ବାହା ହେଲେ ଅଭିନେତ୍ରୀ ସାନା ଶାୟାଦ

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ସାନା ସାୟାଦ ତାଙ୍କର ଦୀର୍ଘ ଦିନର ପ୍ରେମିକ ତଥା କଲେଜ ବନ୍ଧୁ ଇମାଦ୍ ଶାମସିଙ୍କୁ ବିବାହ କରିଛନ୍ତି। ଗତକାଲି ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସାନା ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ନିକାର କିଛି ସୁନ୍ଦର ସ୍ମୃତି ସେୟାର କରିଥିଲେ। ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସାନା ଅନେକ ଟେଲି ଧାରାବାହିକରେ ଅଭିନୟ କରିଛନ୍ତି। ଲକ୍‌ଡାଉନ୍‌ କୀ ଲଭ୍‌ ଷ୍ଟୋରୀ, ଦିବ୍ୟାଦୃଷ୍ଟି ଭଳି ହିଟ୍‌ […]

Continue Reading

ଗିରଫ ହେଲେ ଅଭିନେତ୍ରୀ ପାୟଲ ରୋହତଗୀ

ନୂଆଦିଲ୍ଲୀ: ଗିରଫ ହେଲେ ଅଭିନେତ୍ରୀ ପାୟଲ ରୋହତଗୀ। ପରାଗ ଶାହା ନାମକ ଜଣେ ଡାକ୍ତରଙ୍କ ଅଭିଯୋଗ ଆସିବା ପରେ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମ୍ମଦାବାଦ ପୋଲିସ ଗିରଫ କରିଛି। ବିବାଦୀୟ ବିବୃତ୍ତି ପାଇଁ ଅନେକ ଥର ଅଭିନେତ୍ରୀଙ୍କ ନାଁ ସାମ୍‌ନାକୁ ଆସିଛି। ଅହମ୍ମଦାବାଦରେ ସୋସାଇଟି ସଦସ୍ୟ ଥିବା ଡାକ୍ତର ପରାଗ ଶାହାଙ୍କ ଦ୍ୱାରା ସାଟେଲାଇଟ୍ ପୋଲିସ ଷ୍ଟେସନରେ ପାୟଲ ରୋହତଗିଙ୍କ ବିରୋଧରେ ଅଭିଯୋଗ ହୋଇଛି। ତାଙ୍କ ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ଅଭିନେତ୍ରୀ ସୋସାଇଟି ସଦସ୍ୟଙ୍କ ସହ […]

Continue Reading

ହଲିଉଡ୍‌ ବ୍ଲକବଷ୍ଟର ମୁଭି ‘କିଲ୍ ବିଲ୍’ର ହିନ୍ଦୀ ରିମେକ୍‌ରେ ନଜର ଆସିବେ କ୍ରିତି!

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କ୍ୱେଣ୍ଟିନ୍ ତାରାଣ୍ଟିନୋଙ୍କ ନିର୍ଦ୍ଦେଶିତ ହଲିଉଡର ବ୍ଲକବଷ୍ଟର ମୁଭି ‘କିଲ୍ ବିଲ୍’ର ହିନ୍ଦୀ ରିମେକ୍ ପାଇଁ ବଲିଉଡ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କୁ ବଛାଯାଇଥିବା ଗୁଜବ ପ୍ରଚାରିତ ହୋଇଛି। ଯଦି ଗୁଜବ ସତ ହୁଏ ତେବେ କ୍ରିତି ହଲିଉଡ୍‌ ଅଭିନେତ୍ରୀ ଉମା ଥୁର୍ମା‌ନଙ୍କ ଭୂମିକାରେ ଅଭିନୟ କରିବେ। ସୂଚନା ଅନୁଯାୟୀ ନିର୍ମାତା ନିଖିଲ ଦ୍ୱିବେଦୀ ହଲିଉଡ୍‌ ମୁଭି କିଲ୍‌ ବିଲ୍‌ର ଏକ ଏକ ହିନ୍ଦୀ ରିମେକ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଏହାର ନିର୍ଦ୍ଦେଶନା […]

Continue Reading

ଆସନ୍ତୁ ଜାଣିବା ବାହୁବଳୀ ଫେମ୍ ପ୍ରଭାସ ବଲିଉଡରେ କାହାକୁ ଫଲୋ କରନ୍ତି !

ମୁମ୍ବାଇ: ଦକ୍ଷିଣ ଭାରତର ସୁପର ଷ୍ଟାର ତଥା ବାହୁବଳୀ ଫେମ୍ ପ୍ରଭାବଙ୍କ ଇନଷ୍ଟାଗ୍ରାମରେ ୬୦ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି । ତେବେ ପ୍ରଭାସ ବହୁତ ଅଳ୍ପ ଲୋକଙ୍କୁ ଫଲୋ କରନ୍ତି । ଏପରିକି ବଲିଉଡର ସୁପରଷ୍ଟାର ଶାହାରୁଖ ଖାଁ ଏବଂ ସଲମାନ ଖାଁଙ୍କୁ ମଧ୍ୟ ସେ ଫଲୋ କରନ୍ତି ନାହିଁ । ପ୍ରଭାସ ହିରୋଇନଙ୍କ ମଧ୍ୟରେ ଦୀପିକା ପାଦୁକୋନ, ଶ୍ରଦ୍ଧା କାପୁର, କୃତି ସେନନ, ଶ୍ରୁତି ହାସନ, ଭାଗ୍ୟଶ୍ରୀ ଓ ପୂଜା ହେଗେଡଙ୍କୁ ଏବଂ ହୀରୋଙ୍କ […]

Continue Reading

ବିଦେଶୀ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହେଲା ଫିଲ୍ମ ‘ରାଧେ’

ନୂଆଦିଲ୍ଲୀ: ଟ୍ରେଡ୍‌ ୱେବ୍‌ସାଇଟ୍‌ ବକ୍ସ ଅଫିସ୍‌ ଇଣ୍ଡିଆ ଅନୁଯାୟୀ ସଲମାନ ଖାନଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ ‘ରାଧେ’ ବିଦେଶୀ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଛି। ଏହି ଚଳଚ୍ଚିତ୍ରଟି ଗଲ୍ଫ ଅଞ୍ଚଳରେ ୧,୬୫୦,୦୦୦ ଡଲାର, ଅଷ୍ଟ୍ରେଲିଆରେ ୩୯୦,୦୦୦ ଡଲାର, ଆମେରିକାରେ ୩୦୦,୦୦୦ ଡଲାର, ବ୍ରିଟେନରେ ୧୪୫,୦୦୦ ଡଲାର ଏବଂ ଅନ୍ୟ ବଜାରରେ ୧୨୫,୦୦୦ ଡଲାର ରୋଜଗାର କରିଛି। ୨୦୧୯ ରେ ରିଲିଜ୍ ହୋଇଥିବା ସଲ୍‌ମାନଙ୍କ ‘ଭାରତ’ ବିଶ୍ବବ୍ୟାପୀ ୧୦ ମିଲିୟନ୍ ଡଲାରରୁ ଅଧିକ ଆୟ କରିଥିଲା।

Continue Reading

ପଞ୍ଚଭୂତରେ ବିଲୀନ ହେଲେ ତପୁ ମଶ୍ର, ସ୍ୱାମୀ ଦେଲେ ମୁଖାଗ୍ନି

ଭୁବନେଶ୍ୱର: ଫେରାର ରାଇଜକୁ ଚାଲି ଯାଇଛନ୍ତି ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର । ଆଜି ପଞ୍ଚଭୂତରେ ବିଲୀନ ହୋଇଛି ପାର୍ଥିବ ଶରୀର । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କ ହିନ୍ଦୁ ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱାମୀ ଦୀପକ ପୂଜାରୀ ମୁଖାଗ୍ନୀ ଦେଇଥିଲେ । ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ, ଉଷଶ୍ରୀ ମିଶ୍ରଙ୍କ ସମେତ ବହୁ ଓଲିଉଡ ଅଭିନେତା ଓ ଅଭିନେତ୍ରୀ ତପୁ ମିଶ୍ରଙ୍କ ଶେଷ ଦର୍ଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ […]

Continue Reading

‘ବ୍ଲାକ୍ ଟାଇଗର’ ବାୟୋପିକରେ ଅଭିନୟ କରିବେ ସଲମାନ!

ମୁମ୍ବାଇ: ‘ବ୍ଲାକ୍ ଟାଇଗର’ ବାୟୋପିକରେ ଅଭିନୟ କରିବେ ସଲମାନ ଖାନ! ବଲିଉଡ ସୁପରଷ୍ଟାର ସଲମାନ ଖାନ ଖୁବ୍ ଶୀଘ୍ର ତାଙ୍କ କ୍ୟାରିୟରର ପ୍ରଥମ ବାୟୋପିକରେ ଅଭିନୟ କରିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଅଭିନେତା ସଲମାନ ବାସ୍ତବ ଜୀବନ ଘଟଣା ଉପରେ ଆଧାରିତ ଏକ ଥ୍ରୀଲର ପାଇଁ ନିର୍ଦ୍ଦେଶକ ରାଜକୁମାର ଗୁପ୍ତାଙ୍କ ସହ ଆଲୋଚନା କରୁଥିବା ଜାଣିବାକୁ ମିଳିଛି। ତେବେ ଏ ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳି ପାରନାହିଁ।

Continue Reading

୨୦୨୨ ଦୀପାବଳୀରେ ରିଲିଜ ହେବ ସଲମାନଙ୍କ ଭାଇଜାନ

ମୁମ୍ବାଇ: ସଲମାନ ଖାଁ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଆଗାମୀ ୨୦୨୨ ଦୀପାବଳୀରେ ତାଙ୍କର ବହୁ ପ୍ରତୀକ୍ଷିତ ଭାଇଜାନ ଫିଲ୍ମ ରିଲିଜ ହେବ । ପ୍ରଥମେ ଏହି ଫିଲ୍ମର ନାମ କଭି ଇଦ କଭି ଦିୱାଲୀ ରଖା ଯାଇଥିଲା । ତେବେ ସଲମାନଙ୍କ ନିକଟରେ କେତେ ଗୁଡିଏ ଫିଲ୍ମ ବକ୍ସ ଅଫିସରେ ଅର୍ଥ ରୋଜଗାର କରିଥିଲେ ମଧ୍ୟ ପ୍ରଶଂସକଙ୍କ ମନ କିଣି ପାରି ନ ଥିଲା । ସେଥିପାଇଁ ସଲମାନ ତାଙ୍କ ଚିରାଚରିତ ଫ୍ୟାମିଲି ଡ୍ରାମାକୁ […]

Continue Reading

ପରଲୋକରେ ବଲିଉଡ୍‌ ଅଭିନେତା ଚନ୍ଦ୍ରଶେଖର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଚନ୍ଦ୍ରଶେଖରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। “ଚା ଚା ଚା”, “ସୁରଙ୍ଗ” ଭଳି ଚଳଚ୍ଚିତ୍ରରେ ଅଭିନୟ ପ୍ରଦର୍ଶନ କରି ଅନେକ ପ୍ରଶଂସା ସାଉଁଟିଥିଲେ ଚନ୍ଦ୍ରଶେଖର। ଲୋକପ୍ରିୟ ଟିଭି ଧାରାବାହିକ “ରାମାୟଣ” ରେ ଆର୍ଯ୍ୟ ସୁମନ୍ତଙ୍କ ଭୂମିକାରେ ସେ ଅଭିନୟ କରିଥିଲେ।

Continue Reading

‘ବିଜୟ ମାଷ୍ଟର’ ହିନ୍ଦୀ ରିମେକ୍‌ରେ ଅଭିନୟ କରିବେ ସଲମାନ ଖାନ

ମୁମ୍ବାଇ: ଗ୍ରାଣ୍ଡ୍‌ କମ୍‌ ବ୍ୟାକ୍‌ କରୁଛନ୍ତି ବଲିଉଡ୍‌ ଭାଇଜାନ ସଲ୍‌ମାନ ଖାନ୍। କିଛିଦିନ ତଳେ ସଲ୍‌ମାନଙ୍କ ଅଭିନୀତ ରାଧେ ରିଲିଜ ହୋଇଥିଲା। ତେବେ ଫିଲ୍ମକୁ ଆଶା ମୁତାବକ ସଫଳତା ମିଳିପାରି ନଥିଲା। ଆଇଏମ୍‌ଡିର ବେଶ୍‌ ଖରାପ ରେଟିଂ ମିଳିଥିଲା ରାଧେକୁ। ଏମିତିକି ସଲ୍‌ମାନଙ୍କ ପିତା ସଲିମ୍‌ ଖାନ ମଧ୍ୟ ଏହା ଏକ ଚମତ୍କାର ଫିଲ୍ମ ନୁହେଁ ବୋଲି କହିଥିଲେ। ତେବେ ସୂଚନା ଅନୁଯାୟୀ ସଲମାନ ତାମିଲ ଫିଲ୍ମ ‘ଥାଲାପାଟୀ ବିଜୟ ମାଷ୍ଟର’ର ହିନ୍ଦୀ ରିମେକ୍‌ରେ ଅଭିନୟ କରିବେ। […]

Continue Reading