ଆମେରିକାଜ ଗଟ୍ ଟାଲେଣ୍ଟ ସିଜିନ-୧୫ ଫାଇନାଲରେ ଓଡିଆ ପୁଅ

ଭୁବନେଶ୍ୱର: ଆମେରିକାଜ ଗଟ୍ ଟାଲେଣ୍ଟରେ ସାଲସା ଓ ହିପ୍‌ହପ୍ ଡ୍ୟାନ୍ସ ପ୍ରଦର୍ଶନ କରି ଚର୍ଚ୍ଚାରେ ଓଡିଆ ପୁଅ ସୁମନ୍ତ ଓ ପଶ୍ଟିବଙ୍ଗର ଝିଅ ସୋନାଲି । ଏବେ ସେମାନେ ଫାଇନାଲରେ ପହଞ୍ଚିଛନ୍ତି । ଫାଇନାଲ ପାଇଁ ସେମାନେ ଶନିବାର ମୁମ୍ବାଇରୁ ଆମେରିକା ଅଭିମୁଖେ ଯାତ୍ରା କରିବେ । ପ୍ରଥମ ଥର ପାଇଁ ଆମେରିକାନ ଗଟ୍ ଟ୍ୟାଲେଣ୍ଟ ବା ଏଜିଟିରେ ଭାଗ ନେଇଛନ୍ତି ଭାରତର ଏହି ଯୋଡି । ୨୦୧୨ ଏହି ଯୋଡି ଇଣ୍ଡିଆଜ ଗଟ୍ ଟ୍ୟାଲେଣ୍ଟରେ ଚାମ୍ପିଅନ […]

Continue Reading

ମିଳିଲାନି ବେଲ୍, ଜେଲରେ ରହିବେ ରିୟା ଚକ୍ରବର୍ତ୍ତୀ

ମୁମ୍ୱାଇ: ରିୟା ଚକ୍ରବର୍ତ୍ତୀଙ୍କ ଝଟକା । ବେଲ୍ ଆବେଦନକୁ ଖାରଜ କଲେ ମୁମ୍ୱାଇ ସେସନ୍ସ କୋର୍ଟ । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ସମେତ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି । ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଛନ୍ତି ରିୟା ଚକ୍ରବର୍ତ୍ତୀ । ତାଙ୍କ ନାଁରେ ନିଶା ଦ୍ରବ୍ୟ କିଣା ବିକା ଓ ସେବନ କରିବା ଅଭିଯୋଗ ରହିଥିଲା । ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । […]

Continue Reading

ରିୟା ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ: ବନ୍ଧା ହେଲେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଏନ୍‌ସିବି ତାଙ୍କୁ ଆଜି ଗିରଫ କରିଛି । ଆଜି ତୃତୀୟ ଦିନରେ ଜେରା କରିବା ପରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ତାଙ୍କୁ ଗିରଫ କରିଛି । ଆଜି ସନ୍ଧ୍ୟାରେ ରିୟାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହାପରେ ତାଙ୍କୁ ରିମାଣ୍ଡରେ ଆଣି ଏନ୍‌ସିବି ପଚରାଉଚରା କରିବା ସମ୍ଭାବନା ରହିଛି । ଏନସିବି […]

Continue Reading

ସାମୁଏଲ୍ ମିରାଣ୍ଡାଙ୍କୁ ହେପାଜତରେ ନେଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ସ୍କାନରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଓ ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ ମ୍ୟାନେଜର ସାମୁଏଲ୍ ମିରାଣ୍ଡା । ଆଜି ସାମୁଏଲ ମିରାଣ୍ଡାଙ୍କ ଘରେ ଏନସିବି ଟିମ୍ ଚଢ଼ାଉ କରିଥିଲା । ଅଧିକ ପଚରାଉଚରା କରିବା ପାଇଁ ତାଙ୍କୁ ହେପାଜତରେ ନେଇଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଡ୍ରଗ୍ସ ଲିଙ୍କର ଗୁମର ଖୋଜିବାକୁ ମିରାଣ୍ଡାଙ୍କୁ […]

Continue Reading

କରୋନାରେ ଆଖି ବୁଜିଲେ ଅଭିନେତା ଦିଲ୍ଲୀପ କୁମାରଙ୍କ ସାନଭାଇ

ମୁମ୍ବାଇ: ଗତକାଲି ରାତିରେ କରୋନା ଆକ୍ରାନ୍ତ ଅଭିନେତା ଦିଲ୍ଲୀପ କୁମାରଙ୍କ ସାନ ଭାଇ ଏହସାନ ଖାନଙ୍କର ମୃତ୍ୟୁ ହୋଇଛି । ୯୦ ବର୍ଷୀୟ ଏହସାନ ଗତ ଅଗଷ୍ଟ ୧୫ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ୨୧ ତାରିଖରେ ଦିଲ୍ଲୀପଙ୍କର କରୋନା ଆକ୍ରାନ୍ତ ହୋଇଥିବା ଅନ୍ୟ ଜଣେ ସାନ ଭାଇ ଅସଲମଙ୍କର ମୃତ୍ୟୁ ହୋଇଥିଲା । ଗତ ଅଗଷ୍ଟ ୧୫ରେ ଏହସାନ ଓ ଅସଲମ ନିଶ୍ୱାସ ନେବାରେ […]

Continue Reading

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଡ୍ରଗ୍ସ ଲିଙ୍କରେ ୨ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏବେ ସିବିଆଇ ଓ ଇଡି ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ସୁଶାନ୍ତ ମାମଲାରେ ଡ୍ରଗ୍ କନେକସନ ଆସିବା ପରେ କେନ୍ଦ୍ରୀୟ ନାର୍କୋଟିକ୍ସ ବ୍ୟୁରୋ ସଜାଗ ହୋଇଯାଇଛି । ନାର୍କୋଟିକ୍ସ ବ୍ୟୁରୋ ଡ୍ରଗ୍ସ ଲିଙ୍କ କନେକସନ୍ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି । ସୋମବାର ଦିନ ଜଣଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ଦିନ ଆଉ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ […]

Continue Reading

ସୁଶାନ୍ତଙ୍କ ଭଉଣୀ ଓ ରିୟାଙ୍କୁ ମୁହାଁମୁହିଁ ଜେରା କରିବ ସିବିଆଇ!

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ରିୟାଙ୍କୁ ତିନି ଦିନ ହେବ ଝାଳବୁହା ଜେରା ଚଳାଇଛି । ତିନି ଦିନରେ ପାଖାପାଖି ୨୭ ଘଣ୍ଟା ଗୁଡ଼େଇ ତୁଡେଇ ପଚରାଉଚରା କରିଛି । ଆଜି ପୁଣି ଥରେ ସିବିଆଇ ଜେରାର ସାମନା କରିବେ ରିୟା ଚକ୍ରବର୍ତ୍ତୀ । ସେହିପରି ଆଜି ସୁଶାନ୍ତଙ୍କ ଭଉଣୀ ମୀତୁ ସିଂହ ବି ସିବିଆଇରେ ହାଜର ହୋଇପାରନ୍ତି । ତାଙ୍କୁ ହଜାର ହେବାକୁ କହିଛି ସିବିଆଇ । କୁହାଯାଉଛି ଆଜି ତଦନ୍ତକାରୀ ଅଧିକାରୀ […]

Continue Reading

ବିକି କୌଶଲଙ୍କ ସହ ରୋମାନ୍ସ କରିବେ ସୁନ୍ଦରୀ ମାନୁଷୀ ଛିଲର୍‌!

ମୁମ୍ବାଇ: ଖୁବ୍‌ଶୀଘ୍ର ‘ଉରୁ’ ଫେମ୍ ବିକି କୌଶଲଙ୍କ ସହ ନଜର ଆସିବେ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲର । ସେ ତାଙ୍କ ଦ୍ୱିତୀୟ ବଲିଉଡ ମୁଭି ପାଇଁ ସାଇନ୍ କରିଛନ୍ତି । ୟଶ୍ ରାଜ୍ ଫିଲ୍ମସ ବ୍ୟାନେରରେ ତିଆରି ହେବାକୁଥିବା ଏହି ଫିଲ୍ମଟି ଏକ କମେଡି ଫିଲ୍ମ ହେବ ବୋଲି ଶୁଣିବାକୁ ମିଳିଛି । ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ଏହି ଫିଲ୍ମର ଆନୁଷ୍ଠାନିକ ଘୋଷଣା ହେବ । ପୂର୍ବରୁ ବିଶ୍ୱ ସୁନ୍ଦରୀରୁ ଅଭିନେତ୍ରୀ ପାଲଟିଥିବା ମାନୁଷୀ […]

Continue Reading

ରଥଯାତ୍ରାରେ ଭଜନ ‘କଳା କାଇଁଚ’ ରିଲିଜ୍

ଚନ୍ଦ୍ରଶେଖରପୁର : ବଡ଼ଦାଣ୍ଡରେ ରଥ ଗଡ଼ିବ ବୋ‌ଲି ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେବା ପରେ କୋଟି କୋଟି ଜଗନ୍ନାଥପ୍ରେମୀମାନଙ୍କ ମଧ୍ୟରେ ଅପୂର୍ବ ଖୁସିର ଲହରି ଖେଳିଯାଇଛି। ଓଡ଼ିଆ କଳାକାର ମହଲରେ ମଧ୍ୟ ଅଧିକ ଆନନ୍ଦର ଲହରି ଖେଳିଯାଇଛି। ତେଣୁ ଓଲିଉଡ୍‌ ମେଲୋଡି କଣ୍ଠଶିଳ୍ପୀ ଆରୋହି ଅଜିତା ଆଜି ସଂଧ୍ୟାରେ ଭଜନ ‘କଳା କାଇଁଚ’କୁ ଏକ ୱେବ୍ ମାଧ୍ୟମରେ ରିଲିଜ୍ କରିଛନ୍ତି। ସେ ନିଜେ ଏହି ଭଜନର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଚତୁର୍ଭୁଜ ସାହୁଙ୍କ ରଚନାରେ ଆରୋହି ଦ୍ବିତୀୟ […]

Continue Reading

ସୁଶାନ୍ତ ସିଂ ରାଜପୁତ୍ ମାମଲାରେ ସଲମାନଙ୍କୁ ବିଷାକ୍ତ ପୌରୁଷତ୍ବର ପୋଷ୍ଟର ବୟ କହିଲେ ସୋନା ମହାପାତ୍ର

ସୁଶାନ୍ତ ସିଂହ ରାଜପୁତଙ୍କ ବାବଦରେ ସଲମାନ୍‌ ଖାନ୍‌ ଟ୍ବିଟ୍‌ କରିବା ପରେ ଏହାକୁ ନେଇ ସୋନା ମହାପାତ୍ରଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସଲମାନ୍‌ ଟ୍ବିଟ୍‌ରେ ସୁଶାନ୍ତଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ କହିଥିଲେ, ଏବେ ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କ ପରିବାରର ଏହି ଦୁଃଖରେ ଛିଡ଼ା ହେବା ଉଚିତ। ଏହାର ଜବାବରେ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ଉକ୍ତି ଥିଲା, ବିଷାକ୍ତ ପୌରୁଷତ୍ବର ପୋଷ୍ଟର୍‌ ବୟ କେବଳ ନିଜର ଲୋକସମ୍ପର୍କ ପାଇଁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ ଏହି ଉକ୍ତି ରଖିଛନ୍ତି।

Continue Reading