କରୋନା ମୁକାବିଲା: ଭାରତକୁ ୧୩୫ କୋଟି ଦେବ ଗୁଗୁଲ୍‌

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟିଥିବା ବେଳେ ଗୁଗୁଲ୍‌ ବିଭିନ୍ନ ଚିକିତ୍ସା ଉପକରଣ ଯୋଗାଣ ତଥା ସାଧାରଣତ ସମ୍ପ୍ରଦାୟକୁ ସହାୟତା କରିବା ପାଇଁ ୧୩୫ କୋଟି ଟଙ୍କା ଅର୍ଥ ପ୍ରଦାନ କରିବ ବୋଲି ସୋମବାର ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ସୂଚନା ଦେଇଛନ୍ତି। ଗୁଗୁଲ୍‌ ଏବଂ ଆଲଫାବେଟର ସିଇଓ ପିଚାଇ ଟ୍ୱିଟ୍ କରି କହିଛନ୍ତି, “ଭାରତରେ କୋଭିଡ ସଙ୍କଟ ଦିନକୁ ଦିନ ବିଗିଡିବାରେ ଲାଗିଛି। ଯାହା ଅତ୍ୟନ୍ତ ଚିନ୍ତାର ବିଷୟ। ଗୁଗୁଲ୍‌ @GiveIndia, @UNICEFକୁ ମେଡିକାଲ […]

Continue Reading

ୱଣ୍ଡର ଅଫ ଦି ସିଜର ପ୍ରଥମ ଯାତ୍ରା ପାଇଁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ବଡ ଜାହାଜ ମାନ୍ୟତା ପାଇଥିବା ୱଣ୍ଡର ଅଫ ଦି ସିଜ ମାର୍ଚ୍ଚ ୨୨ରୁ ଶାଂଘାଇରୁ ପ୍ରଥମ ଯାତ୍ରା ଆରମ୍ଭ କରିବ । ଏଥିପାଇଁ ବୁକିଂ ଆରମ୍ଭ ହୋଇ ସାରିଛି । ରୟାଲ କ୍ୟାରିବିୟାନ ଇଂଟରନ୍ୟାଶନାଲ ଏହାର ପ୍ରଥମ ଫଟୋ ସୋସିଆଲ ସାଇଟରେ ଶେୟାର କରିଛି । ୨ ହଜାରରୁ ଅଧିକ ରୁମ୍ ଥିବା ଏହି ଜାହାଜରେ ୬୯୮୮ ଯାତ୍ରୀ ଯାଇପାରିବେ । ଯାତ୍ରା କରିବା ପାଇଁ ଜଣେ ଯାତ୍ରୀଙ୍କୁ ୩ ଲକ୍ଷ ଟଙ୍କା ଦେବାକୁ […]

Continue Reading

ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହେଲା ବୁର୍ଜ ଖଲିଫା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅବସ୍ଥିତ ବିଶ୍ବର ସର୍ବୋଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫାକୁ ରବିବାର ଦିନ ଭାରତର ତ୍ରିରଙ୍ଗା ରଙ୍ଗରେ ଆଲୋକିତ କରାଯାଇଥିଲା। ଭାରତରେ ବ୍ୟାପକ ମାତ୍ରାରେ କରୋନା ସଂକ୍ରମଣର ବୃଦ୍ଧି ଘଟୁଛି। ଦୁବାଇର ବୁର୍ଜ ଖଲିଫା ଏବଂ ଆବୁଧାବିରେ ଥିବା ଆଡନୋକ ମୁଖ୍ୟାଳୟକୁ ଭାରତର ତ୍ରିରଙ୍ଗା ରଙ୍ଗରେ ସଜ୍ଜିତ କରାଯାଇଥିଲା। ଏଭଳି କରି କରୋନା କାଳରେ ଭାରତ ପ୍ରତି ସମର୍ଥନ ଜତେଇଛି ୟୁଏଇ। ଅଟ୍ଟାଳିକାରେ ପ୍ରଦର୍ଶିତ ତ୍ରିରଙ୍ଗା ଦ୍ବାରା ୟୁଏଇ ଭାରତକୁ ଦୃଢ ରହିବା […]

Continue Reading

ଶ୍ରୀଲଙ୍କାରେ କରୋନାର ସବୁଠାରୁ ମାରାତ୍ମକ ଭୂତାଣୁ ଚିହ୍ନଟ

କଲମ୍ବୋ: ବର୍ତମାନ କରୋନାର ଦ୍ୱିତୀୟ ଷ୍ଟ୍ରେନ ହାହାକାର ସୃଷ୍ଟି କରିଛି । ଏହି ଚିନ୍ତାଜନକ ପରିସ୍ଥିତି ବେଳେ ଶ୍ରୀଲଙ୍କାରେ କରୋନାର ଆଉ ଏକ ଷ୍ଟ୍ରେନ ଦେଖିବାକୁ ମିଳିଛି । ଏହା ସବୁଠାରୁ ମାରାତ୍ମକ ବୋଲି ଗବେଷକ ମାନେ କହିଛନ୍ତି । ଖୁବ୍ ଶୀଘ୍ର ବାୟୁ ମାଧ୍ୟମରେ ଏହା ଜଣକ ଶରୀରରୁ ଅନ୍ୟକୁ ବ୍ୟାପୁଛି । ଯଦି ଏହାକୁ ନିୟନ୍ତ୍ରଣକୁ ଅଣା ନ ଯାଏ ତାହା ହେଲେ କରୋନାର ତୃତୀୟ ଲହରୀ ବ୍ୟାପିବ । ଯାହା କି ବହୁତ […]

Continue Reading

ମେ ୩ ଯାଏ ଦିଲ୍ଲୀ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ଦେଖାଯାଉଥିଲେ ମଧ୍ୟ କୋଭିଡ-୧୯ ମାମଲାରେ ବୃଦ୍ଧି ହେତୁ ଦିଲ୍ଲୀରେ ଜାରି ରହିଥିବା ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି। ଗତ ସପ୍ତାହରେ ଦିଲ୍ଲୀରେ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌ ବର୍ତ୍ତମାନ ମେ ୩ ପର୍ଯ୍ୟନ୍ତ ଜାରି ରହିବ। ଦିଲ୍ଲୀରେ ଦୈନିକ ୨୦,୦୦୦ରୁ ଅଧିକ କୋଭିଡ-୧୯ ମାମଲା ରିପୋର୍ଟ ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଏମ୍‌ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, […]

Continue Reading

‘ରାଧେ’ ଫିଲ୍ମର ଟ୍ରେଲର ଜରିଆରେ ଲୋକଙ୍କ ମଧ୍ୟରେ କରୋନା ସଚେତନତା ପ୍ରସାର କରୁଛି ମୁମ୍ବାଇ ପୋଲିସ

ମୁମ୍ବାଇ: ଭାରତରେ କୋଭିଡ୍-୧୯ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର। ଆମେ ସମସ୍ତେ ବର୍ତ୍ତମାନ ଘରେ ରହିବା ଏବଂ ସମସ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଜରୁରୀ। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବର୍ତ୍ତମାନ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି। ପୋଲିସ୍ ବିଭାଗର ଅନେକ ସ୍ୱାସ୍ଥ୍ୟସେବା ଏବଂ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଲୋକମାନଙ୍କୁ ଉପରୋକ୍ତ ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ମୁମ୍ବାଇ ପୋଲିସ ବିଭିନ୍ନ କୌତୁକିଆ ପୋଷ୍ଟ ସାହାଯ୍ୟରେ ସଚେତନତା ପ୍ରସାର […]

Continue Reading

କରୋନା ମୁକାବିଲା; ପୁୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ରହିଛି ଅଧିକ ଆଣ୍ଟିବଡି

ମୁମ୍ବାଇ: ମହାରାଷ୍ଟ୍ରରେ ମୁମ୍ବାଇର ନାଗରିକ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ସେରୋ ସର୍ଭେରୁ ଜଣାପଡିଛି ଯେ କରୋନାଭାଇରସ୍ ସହିତ ଲଢିବା ପାଇଁ ପୁୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଧିକ ଆଣ୍ଟିବଡି ରହିଥାଏ। ଏହା ମଧ୍ୟ ଦର୍ଶାଇଛି ଯେ ସହରାଞ୍ଚଳରେ ସେରୋ ପଜିଟିଭିଟି ବଢୁଥିବାବେଳେ ବସ୍ତି ଅଞ୍ଚଳରେ ଏହା ହ୍ରାସ ପାଉଛି। ସିରୋ ପଜିଟିଭିଟିରେ ଏକ ରକ୍ତ ପରୀକ୍ଷା କରାଯାଏ, ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ଆଣ୍ଟିବଡି ପାଇଁ ଏକ ସକାରାତ୍ମକ ଫଳାଫଳ ଦେଖାଏ। ବିଏମ୍‌ସି ସର୍ଭେ ଅନୁଯାୟୀ ମହିଳାଙ୍କ ମଧ୍ୟରେ […]

Continue Reading

ଦିଲ୍ଲୀରେ ବଢିପାରେ ଲକ୍‌ଡାଉନ୍‌ ଅବଧି

ନୂଆଦିଲ୍ଲୀ: ବଢୁଥିବା କୋଭିଡ-୧୯ ମାମଲା ମଧ୍ୟରେ ଦିଲ୍ଲୀ ସରକାର ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି ପାରନ୍ତି ସୂଚନା ମିଳିିଛି। ଆଜି ଏ ନେଇ ଅନ୍ତିମ ନିଷ୍ପତ୍ତି ଆସିପାରେ ବୋଲି ଜଣାପଡ଼ିଛି। ଦିଲ୍ଲୀରେ ପଜିଟିଭ ହାର ୩୨ ପ୍ରତିଶତରୁ ଅଧିକ, ଅମ୍ଳଜାନର ସଙ୍କଟ ଦେଖାଦେଇଛି, ଶଯ୍ୟା ମଧ୍ୟ ଅଭାବ ରହିଛି ଯେଉଁଥିପାଇଁ ସରକାର ବର୍ତ୍ତମାନ ଲକ୍‌ଡାଉନ୍‌ ଲାଗୁ କରିବା ନେଇ ବିଚାର କରୁଛନ୍ତି। ଏପ୍ରିଲ ୧୯ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ ୫ଟା ପର୍ଯ୍ୟନ୍ତ […]

Continue Reading

ଅକ୍ସିଜେନ୍ ଦେଉଛି ଓଡ଼ିଶା: ୪୯ଟି ଟ୍ୟାଙ୍କରରେ ବିଭିନ୍ନ ରାଜ୍ୟକୁ ଦେଲାଣି ୮୬୯ ମେଟ୍ରିକ୍ ଟନ୍ ଅମ୍ଳଜାନ

ଭୁବନେଶ୍ୱର: କରୋନା କାଳରେ ସାରା ଦେଶରେ ଦେଖାଦେଇଛି ଅକ୍ସିଜେନ ସଂକଟ । ଏଭଳି ଦୁସ୍ଥିତିରେ ସମୟରେ ବିଭିନ୍ନ ରାଜ୍ୟରୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଗତ ତିନି ଦିନ ଭିତରେ (ଆଜି ସୁଦ୍ଧା) ଓଡ଼ିଶା ମୋଟ୍ ୪୯ଟି ଅକ୍ସିଜେନ୍ ଟ୍ୟାଙ୍କର ଯୋଗେ ବିଭିନ୍ନ ରାଜ୍ୟକୁ ପଠାଇଛି ୮୬୯ ମେଟ୍ରିକ ଟନ୍ ମେଡିକାଲ୍ ଅକ୍ସିଜେନ୍ । ଅନୁଗୋଳ, ଢେଙ୍କାନାଳ, ରାଉରକେଲା ଓ ଯାଜପୁରରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରୁ ଏହି ଅକ୍ସିଜେନ ଯୋଗାଣ କରାଯାଉଛି । ଆଜି ଆଉ କିଛି […]

Continue Reading

ଉତ୍ତରାଖଣ୍ଡ ଗ୍ଲାସିୟର ବିସ୍ଫୋରଣ; ଏପର୍ଯ୍ୟନ୍ତ ୪୩୦ ଜଣ ଉଦ୍ଧାର; ୮ ମୃତ

ଉତ୍ତରାଖଣ୍ଡ: ଶୁକ୍ରବାର ଦିନ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଭାରତ-ଚୀନ୍ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ହିମସ୍ଖଳନ ପରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୁମନା-ରିମ୍‌ଖିମ ରାସ୍ତାରେ ଥିବା ଏକ ଗ୍ଲାସିଅରର ଏକ ଅଂଶ ଭୁଶୁଡ଼ିବା ପରେ ଏହି ସ୍ଖଳନ ହୋଇଥିଲା। ଏହି ସମୟରେ ଶ୍ରମିକମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ତୁରନ୍ତ ଭାରତୀୟ ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ୪୩୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଏହି […]

Continue Reading