ଉତ୍ତରାଖଣ୍ଡ ବିପର୍ଯ୍ୟୟ; ତପୋବନ ସୁଡଙ୍ଗରୁ ଆଉ ୨ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ତାପୋବନ ଟନେଲରୁ ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଯେଉଁଠାରେ ଉତ୍ତରାଖଣ୍ଡ ବିପର୍ଯ୍ୟୟରେ ନିଖୋଜ ଥିବା ବ୍ୟକ୍ତିଙ୍କ ସନ୍ଧାନରେ କ୍ରମାଗତ ଦଶମ ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଉ ଦୁଇଟି ମୃତଦେହ ଉଦ୍ଧାର ହେବା ପରେ ଚାମୋଲିର ହିମସ୍ଖଳନ ବିପର୍ଯ୍ୟୟର ମୋଟ ସଂଖ୍ୟା ୫୮ କୁ ବୃଦ୍ଧି ପାଇଥିବାବେଳେ ୧୪୬ ଜଣ ନିଖୋଜ ଅଛନ୍ତି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଗତ ମଧ୍ୟରାତ୍ରିରେ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିବା […]

Continue Reading

ତୈଳ ଦର ବୃଦ୍ଧି ପ୍ରତିବାଦ: ପ୍ରଧାନମନ୍ତ୍ରୀଙ୍କ ବେଶରେ ଶଗଡ଼ ଉପରେ ବସି ସହର ପରିକ୍ରମା

ଉମରକୋଟ: ତୈଳ ଦର ବେଲଗାମ । ପାଖାପାଖି ୯୦ ଛୁଇଁଲାଣି ପେଟ୍ରୋଲ ଓ ଡିଜେଲ ଦାମ । ଦର ବୃଦ୍ଧି ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅଭିନବ ଉପାୟରେ ଓଡ଼ିଶା ବନ୍ଦ ପାଳନ କରୁଛି କଂଗ୍ରେସ । ଶଗଡ ଗାଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଶରେ ସହର ପରିକ୍ରମା । ଜଣେ ଯୁବକ ନିଜକୁ ପ୍ରଧାନମନ୍ତ୍ରୀଙ୍କ ବେଶଭୂଷାରେ ସଜ୍ଜିତ କରି ଶଗଡ଼ ଉପରେ ବସି ତୈଳ ଦର ବୃଦ୍ଧିର ପ୍ରତିବାଦ କରୁଛନ୍ତି । ଏହି ଶୋଭଯାତ୍ରା ସହର […]

Continue Reading

ସାଙ୍ଗକୁ ଆଣିବାକୁ ଯାଇଥିବା ବେଳେ ଦୁର୍ଘଟଣା ନେଲା ଜୀବନ, ୨ ଜଣ ଆହତ

ବାଲେଶ୍ୱର: କଟକରୁ ସାଙ୍ଗ ଗାଁକୁ ଫେରୁଥିଲା । ଆଉ ଦୁଇ ଜଣ ସାଙ୍ଗ ତାକୁ ଆଣିବା ପାଇଁ ବାଇକ ଯୋଗେ ବସ ପାଖକୁ ଯାଇଥିଲେ । ଫେରିବା ବାଟରେ ଛକି ରହିଥିଲା ମୃତ୍ୟୁ । ଏକ କାର ସହ ବାଇକର ଧକ୍କା ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ପିତାକାଳିଆ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ମୃତକ ହେଲେ […]

Continue Reading

ଉତ୍ତରାଖଣ୍ଡ ଚମୋଲିରେ ମୃତ୍ୟୁସଂଖ୍ୟା ୫୩କୁ ବୃଦ୍ଧି, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଡେରାଡୁନ୍: ଉତ୍ତରାଖଣ୍ଡ ତପୋବନ ପ୍ରାକୃତିକ ବିପର୍ଯ୍ୟୟରେ ଏଯାବତ୍ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତପୋବନ ଏନଟିପିସି ସୁଡ଼ଙ୍ଗରୁ ଆଉ ୮ ଜଣଙ୍କ ମୃତଦେହ ମିଳିଥିବା ବେଳେ ବାହାରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୁଡ଼ଙ୍ଗ ଭିତରେ ପ୍ରାୟ ୩୫ ଜଣ ଫସି ରହିଥିବା ଆଶଙ୍କା କରାଯାଉଥିବା ବେଳେ ଅଞ୍ଚଳରେ ଏବେ ଯାଏ ୧୫୪ ଜଣଙ୍କ ଖୋଜ ଖବର ମିଳୁନାହିଁ । ସୁଡ଼ଙ୍ଗ ଭିତରେ ବିଗତ ୯ ଦିନ ହେଲା ଉଦ୍ଧାର […]

Continue Reading

ସପ୍ତାହର ପ୍ରଥମ ଦିନରୁ ମହଙ୍ଗା ମାଡ଼, ବଢ଼ିଲା ଏଲପିଜି ସହ ତୈଳଦର

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଦରବୃଦ୍ଧି । ଗୃହିଣୀଙ୍କ ମୁଣ୍ଡରେ ଚଡ଼କ । ସପ୍ତାହ ଆରମ୍ଭର ପ୍ରଥମ ଦିନରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ର ଆଉ ଏକ ପ୍ରହାର ପଡ଼ିଛି । ରୋଷେଇ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ୨୬ ପଇସା ପ୍ରତି ଲିଟର ପିଛା ବୃଦ୍ଧି ପାଇଛି । ଏଲପିଜି ଦର ବୃଦ୍ଧି ପରେ ସବସିଡି ଯୁକ୍ତ ୧୪.୨ କେଜିର ଗ୍ୟାସ୍ ପାଇଁ ୭୬୯ […]

Continue Reading

ଉତ୍ତରାଖଣ୍ଡ ପ୍ରଳୟକୁ ସପ୍ତାହେ; ତପୋବନ ସୁଡ଼ଙ୍ଗରୁ ଆଉ ୫ ମୃତଦେହ ଉଦ୍ଧାର, ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି

ଡେରାଡୁନ୍: ସପ୍ତାହେ ହେଲା ସ୍ତବ୍ଧ ତପୋବନ । ଚାମୋଲି ଜିଲ୍ଲାରେ ବରଫ ପାହାଡ଼ ଧସିବା ପରେ ସୃଷ୍ଟି ହୋଇଥିଲା ଜଳପ୍ରଳୟ । ପ୍ରକୃତିର କୋପ ଆଗରେ ନିସହାୟ ହୋଇ ଯାଇଥିଲେ ସମସ୍ତେ । ଏହି ଘଟଣାରେ ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ରବିବାର ଉଦ୍ଧାର କାର୍ଯ୍ୟ ବେଳେ ତପୋବନ ସୁଡ଼ଙ୍ଗରୁ ଆଉ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାହାପରେ ମୃତକଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି । ଏଥିସହ ପଢ଼ନ୍ତୁ- ବିପଦରେ ଉତ୍ତରାଖଣ୍ଡର ୩୮୫ […]

Continue Reading

ପୁଣି ମହାଭିଯୋଗରୁ ବର୍ତ୍ତିଗଲେ ଟ୍ରମ୍ପ, ସପକ୍ଷରେ ଭୋଟ୍ ଦେଲେ ରିପବ୍ଲିକନ ପାର୍ଟିର ୭ ସାଂସଦ

ୱାଶିଂଟନ୍: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଲାଗି ମହାଭିଯୋଗରୁ ବଞ୍ଚି ଯାଇଛନ୍ତି । କ୍ୟାପିଟାଲ ହିଂସାକୁ ନେଇ ଜାନୁଆରୀ ୬ରେ ସିନେଟ୍ ଟ୍ରମ୍ପଙ୍କୁ ଦୋଷୀ କହିଥିଲା । ଆମେରିକା ସିନେଟରେ ହୋଇଥିବା ଭୋଟିଂରେ ୫୭ ସିନେଟର ଟ୍ରମ୍ପଙ୍କୁ ମହାଭିଯୋଗରେ ଦୋଷୀ ପାଇଥିବା ବେଳେ ୪୩ ଜଣ ସିନେଟର ଦୋଷୀ ପାଇନାହାଁନ୍ତି । ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ ଲାଗି ସିନେଟରେ ଦୁଇ ତୃତୀୟାଂଶ ବହୁମତ ଅର୍ଥାତ୍ ୬୭ ଭୋଟ୍ ଆବଶ୍ୟକ । ଆମେରିକାରେ ଜାନୁଆରୀ […]

Continue Reading

ବସ-ଟ୍ରକ ମୁହାଁମୁହିଁ ଧକ୍କାରେ ଚାଲିଗଲା ୧୩ ଜୀବନ, ୪ ଜଣ ଗୁରୁତର

ଆନ୍ଧ୍ରପ୍ରଦେଶ: ଅଶୁଭ ରବିବାର । ଭୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ-ବସ୍ ମଧ୍ୟରେ ଧକ୍କା ହେବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ୪ ଜଣ । ମୃତକଙ୍କ ମଧ୍ୟରେ ୮ ମହିଳା, ୫ ପୁରୁଷ, ଜଣେ ଶିଶୁ ଅଛନ୍ତି । ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ଜିଲ୍ଲା ଦେଇ ଯାଇଥିବା ୪୪ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଭେଲଦୁର୍ତ୍ତି ମଣ୍ଡଳ ନିକଟସ୍ଥ ମଦରପୁର ଗାଁ ନିକଟରେ ଟ୍ରକ ଓ ବସ […]

Continue Reading

ପୁଲୱାମା ଆକ୍ରମଣକୁ ପୁରିଲା ଦୁଇ ବର୍ଷ; ବୀର ପୁତ୍ରଙ୍କୁ ମନେ ପକାଇ ଆଜି ଗୁମୁରି କାନ୍ଦୁଛି ମାତୃଭୂମି

ଭୁବନେଶ୍ୱର: ଜାମ୍ମୁ-କଶ୍ମୀରର ପୁଲୱାମା ଆକ୍ରମଣକୁ ଆଜି ପୁରିଛି ୨ ବର୍ଷ। ଆଜିର ଦିନରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ଶହୀଦ ହୋଇଥିଲେ ଭାରତ ମାତାର ୪୦ ଜଣ ବୀର ପୁତ୍ର। ଆତଙ୍କବାଦୀ ଜୈସ-ଏ-ମହମ୍ମଦର ଆକ୍ରମଣରେ ଏହି ୪୦ ଜଣ ସିଆରପିଏଫ ଯବାନ ଦେଶ ପାଇଁ ବଳିଦାନ ଦେଇଥିଲେ। ବର୍ଷେ ପୁରିଥିଲେ ମଧ୍ୟ ଆଜିବି ଦେଶବାସୀଙ୍କ ମନରେ ସେ ଦିନର ଲୋମ ଟାଙ୍କୁରା ଦୃଶ୍ୟ ତାଜା ହୋଇ ରହିଛି। ସେଦିନ ଥିଲା ଫେବୃୟାରୀ ୧୪ ତାରିଖ । ରାଜପଥ ଉପରେ […]

Continue Reading

କୁଲଗାମ ବିଜେପି କର୍ମୀଙ୍କ ହତ୍ୟା ସନ୍ଦେହରେ ଲଶ୍କର ଆତଙ୍କବାଦୀ ଜହୁର ଅହମ୍ମଦ ଗିରଫ

ଜାମ୍ମୁ କାଶ୍ମୀର: ଗତ ବର୍ଷ କୁଲଗାମ ଜିଲ୍ଲାର ଭେସୁ ଅଞ୍ଚଳରେ ତିନି ଜଣ ବିଜେପି କର୍ମୀଙ୍କ ହତ୍ୟା ପଛରେ ଥିବା ସନ୍ଦେହ କରାଯାଉଥିବା ଲଶ୍କର-ଏ-ତୋଇବା ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଜହୁର ଅହମ୍ମଦଙ୍କୁ ଜମ୍ମୁ କଶ୍ମୀରର ସାମ୍ବା ଜିଲ୍ଲାରୁ ଗିରଫ କରାଯାଇଥିଲା। ପୋଲିସ ସନ୍ଦେହ କରୁଛି ଯେ ଜହୁର ଅହମ୍ମଦ କୁଲଗାମର ଫୁରା ଅଞ୍ଚଳରେ ଜଣେ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି। ସେ ଲଶ୍କର-ଇ-ତାଇବା କିମ୍ବା ଟିଆରଏଫ ର ସଦସ୍ୟ ଅଟନ୍ତି। ଅଧିକ ଅନୁସନ୍ଧାନ ପାଇଁ ଜହୁର […]

Continue Reading