କାଳିଆ ହିତାଧିକାରୀଙ୍କୁ ଅତିରିକ୍ତ ୧୦୦୦ ଟଙ୍କାର ସହାୟତା

ଭୁବନେଶ୍ବର : କୋଭିଡ ମହାମାରୀ ସମୟରେ ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା କୃଷକ, ଶ୍ରମିକ, ଛାତ୍ରଛାତ୍ରୀ, ଆଦିମ ଜନଜାତି, ଗରିବ ଷ୍ରଣୀର ଲୋକେ ଲାଭବାନ ହେବେ । ପ୍ୟାକେଜ ଅନୁଯାୟୀ, କାଳିଆ ଯୋଜନାର ହିତାଧିକାରୀଙ୍କ ପାଇଁ ସ୍ବତନ୍ତ୍ର ସହାୟତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୭ ଲକ୍ଷ ୮୩ ହଜାର ଭୂମିହୀନ ଚାଷୀ ପରିବାରଙ୍କୁ ପ୍ରତି ହିତାଧିକାରୀ ପିଚ୍ଛା ୧୦୦୦ ଟଙ୍କା ସ୍ବତନ୍ତ୍ର ସହାୟତା ଦିଆଯିବ । କାଳିଆ ଯୋଜନାରେ […]

Continue Reading

ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା

ଭୁବନେଶ୍ବର : କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଏନ୍‌.ଆର.ଇ.ଜି.ଏ ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଉପକୃତ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ ମହାମାରୀ ଦ୍ବାରା ସମାଜର […]

Continue Reading

ଆଇଏଫଏସ ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍

ଭୁବନେଶ୍ବର : ଜେଲରୁ ବାହାରିବେ ଆଇଏଫଏସ ଅଭୟ ପାଠକ । ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ବୈଦ୍ୟନାଥପୁର ଥାନା ମାମଲାରେ ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରାଯାଇଛି । ମୋଟି ୩ଟି ମାମଲାରୁ ପୂର୍ବରୁ ଅଭୟ ପାଠକଙ୍କୁ ୨ଟି ଜାମିନ ମିଳିଥିଲା । ଆଉ ଆଜି ଆଉ ଏକ ମାମଲାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । […]

Continue Reading

ସ୍ପେଶାଲ ଟ୍ରେନ୍ ସପ୍ତାହକୁ ଚାରିଦିନ ଚଳାଚଳ କରିବ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ସେବା । କିଛି ସ୍ପେଶାଲ ଟ୍ରେନ୍ ସପ୍ତାହକୁ ୪ ଦିନ ଚାଲିବାକୁ ସ୍ଥିର ହୋଇଛି । ଏନେଇ ଟ୍ରେନ୍ ଯାତ୍ରୀ ମାନଙ୍କୁ ଜଣାଇ ଦିଆଯାଇଛି । ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେଶାଲ ଟ୍ରେନ୍ ଏଣିକି ସପ୍ତାହକୁ ଚାରିଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ଼ ୧୯ ସଂକ୍ରମଣ ପାଇଁ ଏହି ଟ୍ରେନକୁ ପୂର୍ବରୁ ସପ୍ତାହରେ ଦୁଇଥର ଚଲାଇବାକୁ ନିଷ୍ପତ୍ତି ନିଆଯାଇଥିଲା । […]

Continue Reading

ବେଆଇନ ମଦ ବିକ୍ରିକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିରୋଧ

ସୋନପୁର: କେଉଁ ଏକ ନିର୍ଦ୍ଧିଷ୍ଟ ଜିଲ୍ଲାରେ ନୁହେଁ ସାରା ରାଜ୍ୟରେ ଚାଲିଛି ବେଆଇନ ମଦ ବିକ୍ରି । ତେବେ ସୋନପୁର ଜିଲ୍ଲାରେ ଏ ନେଇ ଉଠିଛି ବିରୋଧର ସ୍ୱର । ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ । ବିନିକା ଏନ୍‌ଏସି ୧୨ ନମ୍ବର ୱାର୍ଡ ନୂଆଁପଲ୍ଲୀ ଗାଁରେ ଚାଲିଛି ବେଧଡକ ବେଆଇନ୍ ଦେଶୀ ମଦ କାରବାର । ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ, ସମସ୍ତେ ମଦ ନିଶାରେ ହେଉଛନ୍ତି ପଥଭ୍ରଷ୍ଟ […]

Continue Reading

ଭୁବନେଶ୍ୱରରେ ରାସ୍ତା ମଝିରେ ଜଳିଗଲା ସ୍କୁଟି

ଭୁବନେଶ୍ୱର: ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ସ୍କୁଟି । ଚାହୁଁ ଚାହୁଁ କିଛି ସମୟ ଭିତରେ ସ୍କୁଟି ଜଳି ପୋଡ଼ି ଛାରଖାର ହୋଇଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମନାରେ । ସ୍କୁଟି ଆରୋହୀ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇ ଆସଥିଲେ । ଏତିକିବେଳେ ହଠାତ ସ୍କୁଟିରେ ଲାଗିଥିଲା ନିଆଁ । ସେ ସଙ୍ଗେ ସଙ୍ଗେ ଓହ୍ଲାଇ ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ […]

Continue Reading

କେମିତି ହେବ +୨ ମୂଲ୍ୟାୟନ ? ଆଜି ବିଶେଷଜ୍ଞ କମିଟିର ଶେଷ ବୈଠକ

ଭୁବନେଶ୍ୱର: ରାଜ୍ୟରେ କେମିତି ହେବ ଯୁକ୍ତ ଦୁଇ ମୂଲ୍ୟାୟନ ? ବିକଳପ୍ ମୂଲ୍ୟାନ ନେଇ ଏଯାଏ କୌଣସି ନିଷ୍କର୍ଷ ବାହାରି ପାରିନି । ଏଥିପାଇଁ ରାଜ୍ୟ ସରକାର ଏକ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ । ଏହି କମିଟି ୧୦ ଦିନ ଭିତରେ ରିପୋର୍ଟ ଦେବ ବୋଲି ସମୟସୀମା ଥିଲା । ତେବେ କଣ୍ଟ ପୂରିଥିଲେ ବି ଏଯାଏ କମିଟି କୌଣସି ପ୍ରସ୍ତାବ ଦେଇ ନାହିଁ । ଆଜି ବସୁଛି ବିଶେଷଜ୍ଞ କମିଟିର ଶେଷ ବୈଠକ […]

Continue Reading

ଅନ୍‌ଲକ୍‌ ନୁହେଁ, ଆହୁରି କୋହଳ ହେଲା ଲକ୍‌ଡାଉନ୍‌ କଟକଣା!

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ କୋହଳ କରିଛନ୍ତି । ରାଜ୍ୟର ୧୭ଟି ଜିଲ୍ଲାରେ ଦୋକାନ, ବଜାର ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ଅବଶିଷ୍ଟ ୧୩ଟି ଜିଲ୍ଲାରେ ଦୋକାନ, ବଜାର ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ । ଏକ ବିଶେଷ ସୂତ୍ରରୁ ଏହି ରିପୋର୍ଟ ହସ୍ତଗତ ହୋଇଥିବା ଜଣାପଡ଼ିଛି । ଆଂଶିକ ଲକଡାଉନ ଆସନ୍ତା ଜୁଲାଇ ମାସ ୧ ତାରିଖ ସକାଳ ୫ଟା […]

Continue Reading

ପୁରୀରେ ନିଶା ମୁକ୍ତ ଅଭିଯାନ ଜୋରଦାର, ୨ ଗିରଫ

ପୁରୀ: ଶ୍ରୀକ୍ଷେତ୍ରକୁ ନିଶା ମୁକ୍ତ କରିବା ଲାଗି ଜୋରଦାର ଅଭିଯାନ ଚଳାଇଛି ପୋଲିସ ପ୍ରଶାସନ । ପ୍ରତିଦିନ ଧରାପଡୁଛନ୍ତି ନିଶା ବେପାରୀ ଓ ବ୍ୟବହାରକାରୀ । ଏହି ଧାରାରେ ଆଜି ପୁରୀ ତାଳବଣିଆ ପୋଲିସ ଦୁଇଜଣ ଯୁବକଙ୍କୁ ବ୍ରାଉନ୍ ସୁଗାର ସହ ଗିରଫ କରିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ବାଲିଘାଟ ଛକରେ ପୋଲିସର ନାକାବନ୍ଦୀ ଚାଲିଥିଲା । ସେହି ସମୟରେ ବ୍ରାଉନ୍ ସୁଗାର ବିକିବା ପାଇଁ ଦୁଇଜଣ ଯୁବକ ବାଇକ ଯୋଗେ ଯାଉଥିବାବେଳେ ତନଖିବେଳେ ପୋଲିସ […]

Continue Reading

କୋଭିଡ ହସ୍ପିଟାଲରେ ରଜ ପାଳିଲେ କରୋନା ରୋଗୀ

ବାରିପଦା: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଜ ପର୍ବ ନିରାଡମ୍ବର ଭାବେ ପାଳନ କରାଯାଉଛି। ଏଭଳି ସମୟରେ ମୟୂରଭଞ୍ଜ ଜିଲ୍ଲାର ଏକ କୋଭିଡ ଡାକ୍ତରଖାନାର କର୍ମୀ ଓ ରୋଗୀମାନେ ରଜ ପାଳନ କରୁଥିବା ନଜର ଆସିଛି। ପିପିଇ କିଟ୍ ଏବଂ ମାସ୍କ ପିନ୍ଧି ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ସୋମବାର ଦିନ ଉତ୍ସବ ପାଳନ ସହ ରୋଗୀଙ୍କୁ ପୋଡା ପିଠା ବଣ୍ଟନ କରୁଥିଲେ। ଏଥିସହିତ ଡାକ୍ତରଖାନାର କର୍ମଚାରୀମାନେ ମହିଳା ରୋଗୀଙ୍କ ପାଦରେ ଅଳତା ପିନ୍ଧାଇବାରେ ସାହାଯ୍ୟ […]

Continue Reading