କୋଭିଡ ନିୟମ ଉଲ୍ଲଂଘନ; ୨୪ ଘଣ୍ଟାରେ ୨୨ ଲକ୍ଷ ଫାଇନ, ୧୫ ଗିରଫ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୨୨,୨୦,୪୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪୨୪ଟି ଗାଡି ଜବତ କରାଯାଇଛି। ଏନେଇ ଓଡିଶା ପୋଲିସ ଶନିବାର ଟୁଇଟ୍ କରି ସୂଚନା ଦେଇଛି। ଏହାବ୍ୟତୀତ, ସମାନ ଘଟଣାରେ ଆଉ ଦୁଇଟି ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା। ଉଲ୍ଲେଖଯୋଗ୍ୟ, କୋଭିଡ ଗାଇଡଲାଇନ ଉଲ୍ଲଂଘନକାରୀଙ୍କ ଠାରୁ ଓଡିଶା ପୋଲିସ ଗତ ଅଢେଇ ମାସ ମଧ୍ୟରେ ୧୬ […]

Continue Reading

ବିନା ମାସ୍କରେ ଭାଇ ବାହାଘରରେ ନାଗିନ୍ ଡ୍ୟାନ୍ସ କରିଥିବା ତହସିଲଦାର ନିଲମ୍ବିତ

ଭୁବନେଶ୍ୱର: ତହସିଲଦାରଙ୍କୁ ମହଙ୍ଗା ପଡ଼ିଲା କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ । ବିନା ମାସ୍କରେ ଭାଇ ବାହାଘରରେ ଡ୍ୟାନ୍ସରେ ମତୁଆଲା ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ସସପେଣ୍ଡ ହୋଇଛନ୍ତି । ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ମେ ୨୧ ତାରିଖରେ ଜଗତସିଂହପୁରରେ ଭାଇ ବାହାଘର ଶୋଭାଯାତ୍ରାରେ ବିନା ମାସ୍କରେ ସେ ଡ୍ୟାନ୍ସ କରୁଥିଲେ । ତହସିଲଦାର ମ୍ୟାଡାମଙ୍କ ଭିଡିଓ ଭାଇରାଲ୍ ହେବା ପରେ ଚାରିଆଡୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ଜୁନ୍ […]

Continue Reading

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ +୨ ରେଜଲ୍ଟ, ମୂଲ୍ୟାୟନ ଫର୍ମୂଲା କହିଲା CHSE

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଚଳିତବର୍ଷର ଯୁକ୍ତ ଦୁଇ ରେଜଲ୍ଟ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ତାସହ ମୂଲ୍ୟାୟନ ପ୍ରକ୍ରିୟା ବାବଦରେ ସୂଚନା ଦେଇଛି ସିଏଚଏସଇ । କେମିତି ଓ କେଉଁ ପ୍ରକ୍ରିୟାରେ ବିକଳ୍ପ ମୂଲ୍ୟାୟନ ହେବ ସେବାବଦରେ ସୂଚନା ଜାରି ହୋଇଛି । ରେଗୁଲାର ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀ ବୋର୍ଡର ଥିଓରୀ ପରୀକ୍ଷା ମାର୍କ ଆଧାରରେ ମୂଲ୍ୟାୟନ କରାଯିବ । ସେହିପରି ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କୁ […]

Continue Reading

ପୁରୀ ରଥଯାତ୍ରା ପାଇଁ ୪ ଥର ହେବ କୋଭିଡ୍ RT-PCR ଟେଷ୍ଟ

ପୁରୀ: ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତଙ୍କର ଚାରି ଥର କୋଭିଡ୍ ଟେଷ୍ଟ ହେବ । ବିଭିନ୍ନ ପର୍ଯ୍ୟାୟରେ RT-PCR ଟେଷ୍ଟ କରାଯିବ । ସେହିପରି ପୋଲିସ୍ କର୍ମଚାରୀ ଓ ମନ୍ଦିର ଅଧିକାରୀଙ୍କର ମଧ୍ୟ ୪ ଥର RT-PCR ଟେଷ୍ଟ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପ୍ରଥମେ ସ୍ନାନଯାତ୍ରା ପୂର୍ବରୁ କୋଭିଡ୍ ଟେଷ୍ଟ କରାଯିବ । ସେହିପରି ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ପୂର୍ବରୁ ସେବାୟତ, […]

Continue Reading

ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍: ଓଡ଼ିଶାରୁ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା

ନୂଆଦିଲ୍ଲୀ: ଦୁଇ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଲିମ୍ପିକ୍ସ ଟିକେଟ । ଟୋକିଓ ଅଲିମ୍ପିକ୍ସ ପାଇଁ ଆଜି ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ୧୫ ଜଣିଆ ଟିମରେ ଅଛନ୍ତି ଦୁଇ ଓଡ଼ିଆ । ଗତକାଲି ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ସାମିଲ ହୋଇଥିଲେ । ଏଥର ଟୋକିଓ ଅଲିମ୍ପିକ୍ସ ପାଇଁ ଉଭୟ ପୁରୁଷ ଓ ମହିଳା ହକି ଟିମରେ ସ୍ଥାନ ପାଇଛନ୍ତି ତିନି ଜଣ ଓଡ଼ିଆ […]

Continue Reading

ରାସ୍ତା ନଥିବାରୁ ଖଟିଆରେ ବୋହି ପ୍ରତିବାଦ

ସାରସକଣା: ମୌଳିକ ସୁବିଧାରୁ ବଞ୍ଚିତ ବାଙ୍କଦହ ଗ୍ରାମବାସୀ । ଖଟିଆରେ ବୋହି ନିଜ ଦାବି ଜଣାଇଲେ । ମୟୂରଭଞ୍ଜ ବାଙ୍କଦହ ଗ୍ରାମ ମୁରୁଣିଆ ପଂଚାୟତର ଏକ ଗାଁ । ଏହି ଗ୍ରାମବାସୀମାନେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଯିବା ପାଇଁ ସାରସକଣା ପଂଚାୟତ ମହୁଲବରେଇ ହୋଇ କୋଚିଲା ନାଳ ପାରି ହୋଇ ଆସିବାକୁ ପଡିଥାଏ । ସାମାନ୍ୟ ବର୍ଷା ହେଲେ ଏହି ନାଳରେ ପାଣି ବଢି ବନ୍ୟା ସୃଷ୍ଟି ହୋଇଥାଏ । ଏମିତି କି ଗାଁ […]

Continue Reading

UG/PG ଫାଇନାଲ୍ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ସୁଦ୍ଧା ଅନଲାଇନରେ ହେବ

ଭୁବନେଶ୍ୱର: ଜୁଲାଇ କିମ୍ବା ଅଗଷ୍ଟ ସୁଦ୍ଧା ଅନଲାଇନରେ ହେବ ୟୁଜି/ପିଜି ଫାଇନାଲ୍ ସେମିଷ୍ଟାର ପରୀକ୍ଷା । ପରୀକ୍ଷା ତାରିଖ ବିଶ୍ୱବିଦ୍ୟାଳୟ ନିର୍ଦ୍ଧାରିତ କରିବେ । ଆଜି ବସିଥିବା ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଚର ଅରୁଣ ସାହୁ । ଏହି ଛାତ୍ରଛାତ୍ରୀଙ୍କର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ବାକି କିମ୍ବା ବ୍ୟାକ୍ ପେପର ଥିଲେ ସେହି ପରୀକ୍ଷା ମଧ୍ୟ ଅନଲାଇରେ କରାଯିବ । ଜୁଲାଇ-ଅଗଷ୍ଟରେ ଶେଷ କରାଯିବ ବୋଲି […]

Continue Reading

ଜମିରେ ପଡିଛି ଧାନ, ଚିନ୍ତାରେ ଚାଷୀ

କଳାହାଣ୍ଡି : କୃଷି ଓ କୃଷକ କଲ୍ୟାଣ ପାଇଁ ସରକାର କରିଛନ୍ତି ଅନେକ ଯୋଜନା । କିନ୍ତୁ କିଛି ବିଭାଗୀୟ ଅଧିକାରୀଙ୍କ ତାଳମେଳ ଅଭାଵରେ ନିରୀହ ଚାଷୀ ବଳି ପଡ଼ୁଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକରେ । ବର୍ତ୍ତମାନ ପର୍ଯ୍ୟନ୍ତ ଧାନ ଅମଳ ଶେଷ ହୋଇପାରିନାହିଁ । ମୌସୁମୀ ଆଗମନର ବର୍ଷା ଯୋଗୁଁ ଅନେକ ଚାଷୀ ଧାନ ଅମଳ କରିପାରିନାହାନ୍ତି । ଖାଲିଆଭଟା ଗ୍ରାମପଞ୍ଚାୟତ ପାଇକବାହାଲରେ ଧାନ ସବୁ […]

Continue Reading

ଦେବଦମ୍ପତିଙ୍କ ଯୁଗଳ ଦର୍ଶନ

ସୁବର୍ଣ୍ଣପୁର : ଦେବଦମ୍ପତିଙ୍କ ବିବାହ ଶେଷ ହୋଇଥିବା ବେଳେ ଆଜି ଯୁଗଳ ଦର୍ଶନ । କରୋନା କଟକଣା ଭିତରେ ଶୀଳଷଷ୍ଠୀ ଯାତ୍ରା ଶେଷ ହୋଇଛି ।ସୁବର୍ଣ୍ଣପୁର ଥାନପତି ପଡାର ଚନ୍ଦ୍ରଶେଖର ମନ୍ଦିରରୁ ବରାନୁଗମନ କରି କନ୍ୟା ପିତା ଘରକୁ ବରାତ୍ ପହଞ୍ଚିବା ପରେ, କନ୍ୟା ପିତାଙ୍କ ବାସଭବନରେ ବିବାହ ସମ୍ପୂର୍ଣ୍ଣ ହୋଇଛି ।  ବିବାହ କାର୍ଯ୍ୟ ସମ୍ପନ୍ନ ପରେ ଆଜି ଶ୍ରଦ୍ଧାଳୁ ମାନେ ଦେବଦମ୍ପତିଙ୍କୁ ଦର୍ଶନ କରୁଛନ୍ତି । ଭିଡ଼ ନକରି କରୋନା କଟକଣା ଭିତରେ ସୀମତି […]

Continue Reading

ନୟାଗଡ଼ରେ ଲଜ୍ଜା, ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

ନୟାଗଡ଼ : ନୟାଗଡ଼ରେ ଲଜ୍ଜା । ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ କରାଯାଇଛି ହତ୍ୟା । ନୟାଗଡ଼ ବାଣିଗୋଛା ଥାନା ଅଞ୍ଚଳରେ ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ନୟାଗଡ଼ ଏସପି ସିଦ୍ଧାର୍ଥ କାଟାରିଆ । ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଛି ଅଭିଯୁକ୍ତ । ଘଟଣାରେ ଅଭିଯୁକ୍ତ ୨୨ ବର୍ଷର ଯୁବକକୁ ପୋଲିସ ଗିରଫ କରିଛି । ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ନେଇ […]

Continue Reading