ଟିକା ନେଇ ନଥିଲେ ଗଞ୍ଜାମ ଜିଲ୍ଲାରେ ଦୋକାନ ଖୋଲିବା ମନା

ବ୍ରହ୍ମପୁର: କରୋନା ମହାମାରୀ ବିରୋଧୀ ଲଢ଼େଇରେ ଲକଡାଉନ୍, ସଟଡାଉନ୍ ହେଉଛି ଟିକାକରଣ ସବୁବେଳେ ମୁକାବିଲାରେ କିଛି ନା କିଛି ନୂଆ କରିଥାଏ ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏବେ ଟିକାକରଣକୁ ଗୁରୁତ୍ୱ ଦେଇ ଅଭିନବ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ତାଲାବନ୍ଦ କଟକଣା ଭିତରେ ଯେତିକି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲୁଛି, ସେମାନଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ଟିକା ନନେଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା […]

Continue Reading

ସ୍ପ୍ରିଣ୍ଟ କିଙ୍ଗ ମିଲଖା ସିଂ

ଭୁବନେଶ୍ୱର:ଇଣ୍ଡିଆନ୍ ଫିଲ୍ଡ ସ୍ପ୍ରିଣ୍ଟ ଲିଜେଣ୍ଡ ମିଲଖା ସିଂ t। ଭାରତର ସବୁଠୁ ବଡ ନାମୀ ଖେଳାଳି ହେଉଛନ୍ତି ମିଲ୍‌ଖା । ଖାଲି ସେତିକି ନୁହେଁ ଏସିଆନ୍ ଗେମ୍ସ ଓ କମନୱେଲ୍‌ଥ ଗେମ୍ସରେ ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଏକ ମାତ୍ର ଭାରତୀୟ ହେଉଛନ୍ତି ମିଲଖା । ପଞ୍ଜ।।ବ ଗୋବିନ୍ଦପୁରାର ରାଜପୁତ ଶିଖ୍ ପରିବାରରେ ଜନ୍ମ । ପିଲାଟି ବେଳରୁ ସଂଘର୍ଷପୁର୍ଣ୍ଣ ଜୀବନ ଜୀଉଁଥବା ମିଲଖା ସେନାରୁ ପାଲଟିଥିଲେ ସ୍ପ୍ରିଣ୍ଟ ଲିଜେଣ୍ଡ । କରୋନାରେ ଆକ୍ରାନ୍ତ […]

Continue Reading

ପାଣି ଭିତରୁ ଭଗ୍ନ ମନ୍ଦିର ଉଦ୍ଧାର

ମାଲକାନାଗିରି : ପାଣି ଭିତରୁ ଉଦ୍ଧାର ହୋଇଛି ଭଗ୍ନ ମନ୍ଦିର । ମାଲକାନାଗିରି ବାଲିମେଳା ଜଳ ଭଣ୍ଡାରରୁ ମିଳିଛି ପୁରୁଣା ମନ୍ଦିରର ଭଗ୍ନ ଅଂଶ । ଜଳଭଣ୍ଡାରରୁ ପାଣି କମିଯିବାରୁ ଏହି ପ୍ରାଚୀନ ମନ୍ଦିର ଦୃଶ୍ୟ ମାନ ହୋଇଛି । ଖାଲି ସେତିକି ନୁହେଁ ଆଖପାଖରୁ ମଧ୍ୟ ବହୁ ଛୋଟ ବଡ ମୂର୍ତ୍ତି ଉଦ୍ଧାର କରାଯାଇଛି । ତେବେ ଏହି ଗୁଡିକର ରକ୍ଷଣାବେକ୍ଷଣ ସହ ମନ୍ଦିରର ପୁନରୁଦ୍ଧାର କରାଯିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି ।

Continue Reading

ଯୋଗକୁ ଗୁରୁତ୍ୱ ଦେଉନାହାନ୍ତି ରାଜଧାନୀବାସୀ: ସର୍ଭେ

ଭୁବନେଶ୍ୱର: ସାରା ବିଶ୍ୱରେ ବର୍ତ୍ତମାନ ଯୋଗକୁ ଗୁରୁତ୍ୱ ଦିଆଯାଉଛି। ଏହାସତ୍ବେ ସହରାଞ୍ଚଳ ବାସୀଙ୍କ ମଧ୍ୟରେ ଏହି ଅଭ୍ୟାସ ଆଦୃତ ହୋଇ ପାରି ନାହିଁ ବୋଲି ଏକ ସର୍ଭେରୁ ଜଣାପଡିଛି। ଭୁବନେଶ୍ୱରରେ ମାତ୍ର ୧୭ ପ୍ରତିଶତ ଲୋକ ‘ଆସନ’, ‘ପ୍ରାଣାୟାମ’ ବା ‘ଧ୍ୟାନ’ କରୁଥିବା ବେଳେ ୧୦.୭ ପ୍ରତିଶତ ଲୋକ ଯୋଗର ବିଭିନ୍ନ ଅଭ୍ୟାସ କରିଥାନ୍ତି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗ […]

Continue Reading

ବଦଳିପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ; ଓଡ଼ିଶାର ଚେହେରାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦ୍ଵିତୀୟ ପାଳିର ଦୁଇ ବର୍ଷ ପୂରା କରିସାରିଥିବା ବେଳେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବା ନେଇ ଦିଲ୍ଲୀରେ ଚର୍ଚ୍ଚା ଜୋର ଧରିଛି। ଗତକାଲି ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ଯଦି ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୁଏ ଓଡ଼ିଶାରୁ କିଏ ସ୍ଥାନ ପାଇବେ କି ନାହିଁ ରାଜ୍ୟରେ ସେ ଚର୍ଚ୍ଚା ଆରମ୍ଭ ହୋଇଛି। ଓଡ଼ିଶାରୁ ୮ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଥିବା ବେଳେ ସେଥିରୁ […]

Continue Reading

‘ଯୋଗ ଦିବସ’ ଅବସରରେ ଶିଳ୍ପୀ ସୁଦର୍ଶନଙ୍କ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ

ପୁରୀ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ‘ଯୋଗ ଦିବସ’ ଅବସରରେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ତାଙ୍କର ବାଲୁକା କଳା ମାଧ୍ୟମରେ ଆଜି ଜନସାଧାରଣଙ୍କୁ ‘ଯୋଗ ଦିବସ’ର ଶୁଭେଚ୍ଛା ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ବୈଦିକ ଯୁଗରେ ଯୋଗର ଉତ୍ପତି ହୋଇଥିବା ବେଳେ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘରେ ସୁସ୍ଥତା ଓ ଜନକଲ୍ୟାଣ ନିମନ୍ତେ ଯୋଗର ଉପଯୋଗୀତା […]

Continue Reading

କୋଟିଏ ଛୁଇଁବ ଟିକାକରଣ: ଆଜିଠୁ ଦୈନିକ ତିନି ଲକ୍ଷ ଟିକାକରଣ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଦୈନିକ  ତିନି ଲକ୍ଷ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ  କରିଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ ସଚିବ  ଜିଲ୍ଲାପାଳ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ମ୍ୟୁନିସିପାଲିଟି କମିଶନରମାନଙ୍କୁ ଚିଠି ଲେଖିଛନ୍ତି। ଟିକାର ଅଭାବ ଯୋଗୁ ରାଜ୍ୟରେ ଟିକାକରଣ ଧୀମେଇଥିଲେ ମଧ୍ୟ ଖୁବ ଶୀଘ୍ର କୋଟିଏ ଛୁଇଁବ। ଜାନୁଆରୀ ୧୬ରୁ କରୋନା ଟିକାକରଣ ଆରମ୍ଭ ହୋଇଥିବା ବେଳେ ଶନିବାର ସୁଦ୍ଧା […]

Continue Reading

ବାପା ମାଆଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ନୂଆ ଯୋଜନା ‘ଆଶୀର୍ବାଦ’, ୩ଟି ବର୍ଗରେ ସହାୟତା

ଭୁବନେଶ୍ୱର: ବାପା ମାଆ କିମ୍ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ପିଲାଙ୍କ ପାଇଁ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା ଆଶୀର୍ବାଦ । ଏଥିରେ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ଯୋଗ୍ୟ ଶିଶୁମାନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ଏଗୁଡ଼ିକ ହେଲା ବାପା ମାଆ ଉଭୟଙ୍କୁ ହରାଇଥିବା ପିଲା, ସିଙ୍ଗଲ ପାରେଣ୍ଟଙ୍କୁ ହରାଇଥିବା ପିଲା ଏବଂ ଉପାର୍ଜନକାରୀ ବାପା ମାଆଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ପିଲା । ଉଭୟ ବାପା […]

Continue Reading

Father’s Day 2021: ଜାଣନ୍ତୁ, କେବେଠୁ ପାଳିତ ହେଉଛି ପିତୃ ଦିବସ

ଭୁବନେଶ୍ୱର: ଜୁନ ମାସର ତୃତୀୟ ରବିବାରରେ ପ୍ରତିବର୍ଷ ଭାରତ ସମେତ ବିଶ୍ୱର ବହୁ ଦେଶରେ‘ଫାଦର୍ସ ଡ଼େ’ ବା ‘ବିଶ୍ୱ ପିତୃତ୍ୱ ଦିବସ’ ଭାବେ ପାଳନ କରାଯାଏ। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ‘ପିତୃତ୍ବ ଦିବସ’ର ଶୁଭେଚ୍ଛା ପ୍ରଦାନ କରିଛନ୍ତି। କ’ଣ ରହିଛି ଏହା ପଛର ରହସ୍ୟ-‘ଫାଦର୍ସ ଡ଼େ’ ପାଳନ ପଛରେ ଏଭଳି ଏକ କାହାଣୀ ରହିଛି। ଯାହା ସୋନୋରା ସ୍ମାର୍ଟ ଡୋଡଙ୍କ ସହ ଜଡ଼ିତ, ଯିଏ କି ‘ଫାଦର୍ସ ଡ଼େ’ ପାଳନ […]

Continue Reading

ପଞ୍ଚଭୂତରେ ବିଲୀନ ହେଲେ ତପୁ ମଶ୍ର, ସ୍ୱାମୀ ଦେଲେ ମୁଖାଗ୍ନି

ଭୁବନେଶ୍ୱର: ଫେରାର ରାଇଜକୁ ଚାଲି ଯାଇଛନ୍ତି ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର । ଆଜି ପଞ୍ଚଭୂତରେ ବିଲୀନ ହୋଇଛି ପାର୍ଥିବ ଶରୀର । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କ ହିନ୍ଦୁ ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱାମୀ ଦୀପକ ପୂଜାରୀ ମୁଖାଗ୍ନୀ ଦେଇଥିଲେ । ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ, ଉଷଶ୍ରୀ ମିଶ୍ରଙ୍କ ସମେତ ବହୁ ଓଲିଉଡ ଅଭିନେତା ଓ ଅଭିନେତ୍ରୀ ତପୁ ମିଶ୍ରଙ୍କ ଶେଷ ଦର୍ଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ […]

Continue Reading