ଭଂଜନଗରରେ ବନ୍ଦ ଘରୁ ମିଳିଲା ମହିଳା ଇଂଜିନିଅରଙ୍କ ମୃତଦେହ

ଭଂଜନଗର : ମହିଳା ଇଂଜିନିଅରଙ୍କ ମୃତଦେହ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । ଗଂଜାମ ଭଂଜନଗରରେ ଘଟିଛି ଏହି ଘଟଣା । ଘରଟି ଭିତର ପଟୁ ବନ୍ଦ ଥିବା ବେଳେ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ପାରିପାଶ୍ୱର୍ିକ ପରିସ୍ଥିତିକୁ ଦେଖିଲେ ଜଣାପଡୁଛି ଯେ ମହିଳା ଇଂଜିନିଅର ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉପସ୍ଥିତିରେ ଘରର କବାଟ […]

Continue Reading

ପାତାଳୀ ଶ୍ରକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ର ଠାରେ ଦେବସ୍ନାନ ପୂର୍ଣ୍ଣିମା । ଆଜି ବିନା ଭକ୍ତରେ ପାତାଳୀ ଶ୍ରୀକ୍ଷେତ୍ର ଠାରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି l ପାତାଳୀ ଶ୍ରୀକ୍ଷେତ୍ର ସ୍ଥିତ ଜଗତର ନାଥ ଜଗନ୍ନାଥଙ୍କ ପୀଠରେ ତିନି ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା ହୋଇଯାଇଛି । ଏଥିରେ ପାତାଳୀ ଶ୍ରୀକ୍ଷେତ୍ର ସେବାୟତ ମାନଙ୍କ ଦ୍ଵାରା ଶ୍ରୀ ମନ୍ଦିର ରିତିକାନ୍ତିରେ ଦେବସ୍ନାନ ହୋଇଛି l ଆଜି ଭୋର୍ ସକାଳୁ ୧୦୮ କୁମ୍ଭ ସୁବାସିତ ଜଳ ନେଇ ମହାପ୍ରଭୁଙ୍କ […]

Continue Reading

ଆସନ୍ତାକାଲି ମାଟ୍ରିକ ରେଜଲ୍ଟ

କଟକ: ଆସନ୍ତାକାଲି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏହାସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ସ୍କୁଲଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଘୋଷଣା କରିଛି। ଆସନ୍ତାକାଲି ଅପରାହ୍ନ ୧ଟାରେ ରେଜଲ୍ଟ ଏକଜାମିନେସନ କମିଟିକୁ ପ୍ରଦାନ କରାଯିବ। ଏକଜାମିନେସନ କମିଟିର ଅନୁମୋଦନ ପରେ ଅପରାହ୍ନ ୪ଟା ବେଳେ ବୋର୍ଡ ଅଫିସରୁ ପରୀକ୍ଷା ଫଳ ପ୍ରକାଶ ପାଇବ। ତେବେ ସନ୍ଧ୍ୟା ୬ଟା ବେଳେ ଏହା ଛାତ୍ରଛାତ୍ରୀଙ୍କ ଓ୍ଵବସାଇଟରେ ଉପଲବ୍ଧ […]

Continue Reading

ଦମଦାର ହକି ଷ୍ଟାର ଦୀପ ଗ୍ରେସ୍

ଭୁବନେଶ୍ୱର: ଓଡ଼ିଆ ମହିଳା ହକି ଷ୍ଟାର ଦୀପ ଗ୍ରେସ୍ ଏକ୍କା । ଇଣ୍ଡିଆନ୍ ହକି ଟିମ୍‌ର ଭାଇସ୍ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି ଦୀପ୍ । ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ମହିଳା ହକି ଦଳରେ ଜଣେ ଓଡ଼ିଆ ହେଉଛନ୍ତି ଦୀପ୍ । ସୁନ୍ଦରଗଡ଼ ଲୁଲକିଡି ନାଁରେ ଏକ ଛୋଟ ଗାଁରେ ଜନ୍ମ ହୋଇଥିଲେ ଦୀପ୍ । ପିଲାବେଳରୁ ଖେଳ ପ୍ରତି ଥିବା ତାଙ୍କର ଆଗ୍ରହ ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇପାରିଛି […]

Continue Reading

ମହଙ୍ଗା ପଡ଼ିଲା ନକଲି କରୋନା ଔଷଧ ବିକିବା, ୩ ଜଣଙ୍କୁ ବାନ୍ଧିଲା ଏସଟିଏଫ

ଭୁବନେଶ୍ବର : ମହଙ୍ଗା ପଡ଼ିଲା ନକଲି କରୋନା ଔଷଧ ବିକ୍ରି କରିବା । ନକଲି ଔଷଧ ବିକ୍ରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ୩ ଜଣ । ଏହି ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ମେଡିଲ୍‌ଏଡ୍‌ ମେଡିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡର୍‌ ନିର୍ଦ୍ଦେଶକ ଓ କମ୍ପାନୀର ୨ ଜଣ ସଦସ୍ୟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେହିପରି ଅଭିଯୁକ୍ତ ଓ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ […]

Continue Reading

ଯୁବକଙ୍କୁ ପିଟିପିଟି ହତ୍ୟା, ଟଙ୍କା ଓ ମୋବାଇଲ୍ ଲୁଟ୍

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ବଡ଼ଭୂଇଁ ଗ୍ରାମର ସୁଜିତ ସାହାଣୀ ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ସହ ୩୦ ହଜାର ଟଙ୍କା ଓ ମୋବାଇଲ୍ ଲୁଟ୍ ହୋଇଛି। ତେବେ ହତ୍ୟାକାରୀଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଗତକାଲି ରାତିରେ ବଡ଼ଭୂଇଁ ଗ୍ରାମର ଟିପେଇ ସାହାଣୀ ଓ ସୁଜିତ ସାହାଣୀ ଚକାପାଦ ବ୍ଲକ ପାଣ୍ଡୁଗୁଡ଼ାକୁ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ। ତେବେ ସେଠାରେ କିଛି ଲୋକଙ୍କ ସହ ସେମାନଙ୍କର ଗଣ୍ଡଗୋଳ ହୋଇଥିଲା। ସେମାନେ ରାତ […]

Continue Reading

ସିଏମ୍ ରିଲିଫ ପାଣ୍ଠିକୁ ଓଏସବିସିଏଲ୍ ଦେଲା ୫ କୋଟି

ଭୁବନେଶ୍ଵର: କରୋନା ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ (ଓଏସବିସିଏଲ୍) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏହି ଚେକ୍ ଗ୍ରହଣ କରିଥିଲେ। ପାନୀୟ ନିଗମ ଲିମିଟେଡର ଚେୟାରମ୍ୟାନ ତଥା ଅବକାରୀ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ଏହି ଚେକ୍ ପ୍ରଦାନ କରିଥିବା ବେଳେ ସେଠାରେ ଅନ୍ୟମାନଙ୍କ ମଧ୍ୟରେ […]

Continue Reading

କନ୍ଧମାଳ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳି ବିନିମୟ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କୁମ୍ଭହାରୁ ନିକଟ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୁଲିସ ଗୁଳିର ସାମ୍ନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। କନ୍ଧମାଳ ଏସପିଙ୍କ ସୂଚନା ଅନୁସାରେ ଏସଓଜି ଓ କନ୍ଧମାଳ ଡିଭିଏଫର ମିଳିତ ଟିମ୍ କୁମ୍ଭହାରୁ ଜଙ୍ଗଲରେ ୨୦ ତାରିଖରୁ କମ୍ବିଂ ଅପରେସନ ଚଳାଇଥିଲା। ତେବେ ଆଜି ସକାଳେ ଅପରେସନ ଚାଲିଥିବା ୨୦ରୁ ୨୫ ମାଓବାଦୀ ଅତର୍କିତ ଗୁଳି ଚଳାଇଥିଲେ। ତେବେ ପୁଲିସବାହିନୀ ସେମାନଙ୍କୁ […]

Continue Reading

ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ

ପୁରୀ: ଦିନେ ପରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ତାପୂର୍ବରୁ ଆଜି ଦଇତା ସେବକମାନେ ମଙ୍ଗଳ ଆଳତୀ ପରେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ପରମ୍ପରା ଅନୁସାରେ, ସ୍ନାନଯାତ୍ରା ପୂର୍ବରୁ ତ୍ରୟୋଦାଶୀ ତିଥିରେ ଦଇତାପତିମାନେ ଶ୍ରୀମନ୍ଦିର ପ୍ରବେଶ କରିଥାନ୍ତି । ଏଥିସହ ଆଜି ଶ୍ରୀମନ୍ଦିରରେ ବାହୁଟ କଣ୍ଟ ବନ୍ଧା ନୀତି ହେଉଛି । ଆସନ୍ତାକାଲି ସେନାପଟା ବନ୍ଧା ଯିବ । ଗୁରୁବାର ଦିନ ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନନୀତି  ଅନୁଷ୍ଠିତ ହେବ । ତାପୂର୍ବରୁ […]

Continue Reading

କଟକ ଓ ଭୁବନେଶ୍ବର ସମେତ ଏସବୁ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡିଶାର ପାଞ୍ଚଟି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର), କଟକ (କଟକ ସହର), ଜଗତସିଂହପୁର, କେନ୍ଦ୍ରାପଡା ଏବଂ ନୟାଗଡ଼ରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ତେବେ ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଲୋକଙ୍କୁ ନିରାପଦ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

Continue Reading