ଭୁବନେଶ୍ୱରରେ ରାସ୍ତା ମଝିରେ ଜଳିଗଲା ସ୍କୁଟି

ଭୁବନେଶ୍ୱର: ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ସ୍କୁଟି । ଚାହୁଁ ଚାହୁଁ କିଛି ସମୟ ଭିତରେ ସ୍କୁଟି ଜଳି ପୋଡ଼ି ଛାରଖାର ହୋଇଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମନାରେ । ସ୍କୁଟି ଆରୋହୀ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇ ଆସଥିଲେ । ଏତିକିବେଳେ ହଠାତ ସ୍କୁଟିରେ ଲାଗିଥିଲା ନିଆଁ । ସେ ସଙ୍ଗେ ସଙ୍ଗେ ଓହ୍ଲାଇ ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ […]

Continue Reading

କେମିତି ହେବ +୨ ମୂଲ୍ୟାୟନ ? ଆଜି ବିଶେଷଜ୍ଞ କମିଟିର ଶେଷ ବୈଠକ

ଭୁବନେଶ୍ୱର: ରାଜ୍ୟରେ କେମିତି ହେବ ଯୁକ୍ତ ଦୁଇ ମୂଲ୍ୟାୟନ ? ବିକଳପ୍ ମୂଲ୍ୟାନ ନେଇ ଏଯାଏ କୌଣସି ନିଷ୍କର୍ଷ ବାହାରି ପାରିନି । ଏଥିପାଇଁ ରାଜ୍ୟ ସରକାର ଏକ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ । ଏହି କମିଟି ୧୦ ଦିନ ଭିତରେ ରିପୋର୍ଟ ଦେବ ବୋଲି ସମୟସୀମା ଥିଲା । ତେବେ କଣ୍ଟ ପୂରିଥିଲେ ବି ଏଯାଏ କମିଟି କୌଣସି ପ୍ରସ୍ତାବ ଦେଇ ନାହିଁ । ଆଜି ବସୁଛି ବିଶେଷଜ୍ଞ କମିଟିର ଶେଷ ବୈଠକ […]

Continue Reading

ଅନ୍‌ଲକ୍‌ ନୁହେଁ, ଆହୁରି କୋହଳ ହେଲା ଲକ୍‌ଡାଉନ୍‌ କଟକଣା!

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ କୋହଳ କରିଛନ୍ତି । ରାଜ୍ୟର ୧୭ଟି ଜିଲ୍ଲାରେ ଦୋକାନ, ବଜାର ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ଅବଶିଷ୍ଟ ୧୩ଟି ଜିଲ୍ଲାରେ ଦୋକାନ, ବଜାର ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ । ଏକ ବିଶେଷ ସୂତ୍ରରୁ ଏହି ରିପୋର୍ଟ ହସ୍ତଗତ ହୋଇଥିବା ଜଣାପଡ଼ିଛି । ଆଂଶିକ ଲକଡାଉନ ଆସନ୍ତା ଜୁଲାଇ ମାସ ୧ ତାରିଖ ସକାଳ ୫ଟା […]

Continue Reading

ପୁରୀରେ ନିଶା ମୁକ୍ତ ଅଭିଯାନ ଜୋରଦାର, ୨ ଗିରଫ

ପୁରୀ: ଶ୍ରୀକ୍ଷେତ୍ରକୁ ନିଶା ମୁକ୍ତ କରିବା ଲାଗି ଜୋରଦାର ଅଭିଯାନ ଚଳାଇଛି ପୋଲିସ ପ୍ରଶାସନ । ପ୍ରତିଦିନ ଧରାପଡୁଛନ୍ତି ନିଶା ବେପାରୀ ଓ ବ୍ୟବହାରକାରୀ । ଏହି ଧାରାରେ ଆଜି ପୁରୀ ତାଳବଣିଆ ପୋଲିସ ଦୁଇଜଣ ଯୁବକଙ୍କୁ ବ୍ରାଉନ୍ ସୁଗାର ସହ ଗିରଫ କରିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ବାଲିଘାଟ ଛକରେ ପୋଲିସର ନାକାବନ୍ଦୀ ଚାଲିଥିଲା । ସେହି ସମୟରେ ବ୍ରାଉନ୍ ସୁଗାର ବିକିବା ପାଇଁ ଦୁଇଜଣ ଯୁବକ ବାଇକ ଯୋଗେ ଯାଉଥିବାବେଳେ ତନଖିବେଳେ ପୋଲିସ […]

Continue Reading

କୋଭିଡ ହସ୍ପିଟାଲରେ ରଜ ପାଳିଲେ କରୋନା ରୋଗୀ

ବାରିପଦା: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଜ ପର୍ବ ନିରାଡମ୍ବର ଭାବେ ପାଳନ କରାଯାଉଛି। ଏଭଳି ସମୟରେ ମୟୂରଭଞ୍ଜ ଜିଲ୍ଲାର ଏକ କୋଭିଡ ଡାକ୍ତରଖାନାର କର୍ମୀ ଓ ରୋଗୀମାନେ ରଜ ପାଳନ କରୁଥିବା ନଜର ଆସିଛି। ପିପିଇ କିଟ୍ ଏବଂ ମାସ୍କ ପିନ୍ଧି ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ସୋମବାର ଦିନ ଉତ୍ସବ ପାଳନ ସହ ରୋଗୀଙ୍କୁ ପୋଡା ପିଠା ବଣ୍ଟନ କରୁଥିଲେ। ଏଥିସହିତ ଡାକ୍ତରଖାନାର କର୍ମଚାରୀମାନେ ମହିଳା ରୋଗୀଙ୍କ ପାଦରେ ଅଳତା ପିନ୍ଧାଇବାରେ ସାହାଯ୍ୟ […]

Continue Reading

ଲଘୁଚାପ ବର୍ଷା ଜାରି, ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼,ବଲାଙ୍ଗିର, ସୁବର୍ଣ୍ଣପୁର, ଅନୁଗୁଳ ଏବଂ ଦେବଗଡ଼। ସବୁ ଜିଲ୍ଲା ଗୁଡିକରେ ପ୍ରବଳରୁ […]

Continue Reading

ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ନୂଆ ନିଷ୍ପତ୍ତି ଅନୁସାରେ, ଏଣିକି ହାଟିଆ ଓ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସେହିପରି ବିଶାଖାପାଟଣା-ମୁମ୍ବାଇ ଏଲଟିଟି ସ୍ବତନ୍ତ୍ର ଟ୍ରେନକୁ ସାମୟିକ ଭାବେ ବାତିଲ୍ କରାଯାଇଛି । ୦୮୬୩୭/୦୮୬୩୮ ହାଟିଆ-ବେଙ୍ଗାଲୁରୁ କ୍ୟାଣ୍ଟ.-ହାଟିଆ ସ୍ବତନ୍ତ୍ର ଟ୍ରେନ ହାଟିଆରୁ ଜୁନ ୧୯ ଓ ୨୬ ତାରିଖ ଶନିବାର ସନ୍ଧ୍ୟା ୬ଟା […]

Continue Reading

ପୁରୀରେ ପୋଲିସର ଚଢ଼ାଉ, ୩୦ ବୋତଲ କଫ୍ ସିରପ ଜବତ

ପୁରୀ : ନିଶା ବେପାରୀଙ୍କ ବିରୋଧରେ ପୁରୀ ପୋଲିସର ସ୍ପେଶାଲ ଡ୍ରାଇଭ୍ । ଚଢ଼ାଉ ବେଳେ ଜବତ ହୋଇଛି ବିପୁଳ ପରିମାଣର କଫ୍ ସିରପ । ବେଆଇନ ଭାବେ କଫ୍ ସିରପ କାରବାର ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଜି ବେଆଇନ ଭାବେ କଫ୍ ସିରପ ବିକ୍ରି କରୁଥିବା ବେଳେ ପୁରୀ ସଦର ଖଣ୍ଡିଆ ବନ୍ଧର କେଶବ ଦାସକୁ କାବୁ କରିଥିଲା ପୋଲିସ । ତା ପାଖରୁ ୩୦ ବୋତଲ […]

Continue Reading

ଦାଦା ବଟି ଅଭିଯୋଗରେ ୪ ଗିରଫ

ପୁରୀ: ପୁରୀ ସହରରେ ଦାଦା ବଟି ଅଭିଯୋଗ । ଏହି ଘଟଣା ନେଇ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପୁରୀ ସହରର ରବି ନାରାୟଣ ଆପଟ , କାନୁ ମହାପାତ୍ର , ଚୈତନ୍ୟ ପୃଷ୍ଟି , ସତ୍ୟ ରଂଜନ ପଣ୍ଡା ।ଅଭିଯୁକ୍ତ ମାନେ ମରିଚିକୋଟ ଛକରେ ଥିବା ଅଭିରାମ ପରମହଂସ ଆଶ୍ରମକୁ ଯାଇ ସେଠାରେ ୩୦ ହଜାର […]

Continue Reading

ସ୍ଥଗିତ ରହିଲା ଓଜେଇଇ ପରୀକ୍ଷା, ଜୁଲାଇରେ ହେବ ନୂଆ ତାରିଖ ଘୋଷଣା

ଭୁବନେଶ୍ବର : ପୁଣି ସ୍ଥଗିତ ରହିଲା ଓଜେଇଇ ପରୀକ୍ଷା । ମହାମାରୀ କୋରୋନା ସଂକ୍ରମଣ କାରଣରୁ ଓଜେଇଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା କେବେ ହେବେ, କୋଭିଡ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଆସନ୍ତା ଜୁଲାଇର ପ୍ରଥମ ସପ୍ତାହରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଓଜେଇଇ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ସେହିପରି ପରୀକ୍ଷା ପାଇଁ ଅନ୍‌ଲାଇନ୍ ଅବେଦନର ସମୟ ସୀମାକୁ ବଢ଼ାଇ ଦିଆଯାଇଛି । ଆସନ୍ତା ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧିକୁ […]

Continue Reading