ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ପୋଲିସକୁ ପିଟିଲେ ଲୋକ

ବାରିପଦା: କରୋନା କାଳରେ ଚଇତି ପର୍ବ ପାଳନ । ବନ୍ଦ କରିବାକୁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ । ଲୋକଙ୍କ ଆକ୍ରମଣରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅନ୍ତର୍ଗତ ଦେବାନବାହାଳି ଗାଁରେ ଏହି ଘଟଣା ଘଟିଛି । ଲୋକଙ୍କ ଆକ୍ରମଣରେ ଶରତ ଥାନା ଏଏସଆଇ ଗୁରୁତର ହୋଇଥିବା ବେଳେ ଜଣେ କନଷ୍ଟେବଳ ଓ ହୋମଗାର୍ଡ ବି ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଉଦଳା ମେଡିକାଲରେ ଭର୍ତ୍ତି […]

Continue Reading

ଲକଡାଉନରୁ କାହାକୁ ବାଦ, କାହା ଉପରେ କଟକଣା ?

ଭୁବନେଶ୍ୱର: ଓଡ଼ିଶାରେ କରୋନାର ବର୍ଦ୍ଧିତ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସରକାର ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ଓ ଜରୁରୀ ସେବାକୁ ଲକଡାଉନରୁ ବାଦ ଦିଆଯାଇଛି । ଟିକାକରଣ କାମ ଜାରି ରହିବ । ଯେଉଁମାନେ ଟିକାକରଣ ପାଇଁ ପଞ୍ଜିକରଣ ଓ ସ୍ଲଟ ବୁକିଂ କରିଛନ୍ତି ସେମାନେ ନିର୍ଦ୍ଧାରିତ ସମୟରେ ନିର୍ଦ୍ଦିଷ୍ଟ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ଏବେ ଆସନ୍ତୁ ନଜର ପକାଇବା କଣ ଖୋଲା ରହିବ ଓ କଣ ବନ୍ଦ ।କଟକଣାରୁ […]

Continue Reading

ଓଡ଼ିଶାରେ ୧୪ ଦିନିଆ ଲକଡାଉନ୍ ଘୋଷଣା: ଆସନ୍ତା ୫ ତାରିଖ ସକାଳୁ କଡ଼ା କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତା ୫ ତାରିଖରୁ(ବୁଧବାର) ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି । ୫ ତାରିଖ ସକାଳ ୫ଟାରୁ ତାଲାବନ୍ଦ । ୧୯ ତାରିଖ ସକାଳ ଯାଏ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ଲୋକ ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଦି କିଣି ପାରିବେ । […]

Continue Reading

ଅନିର୍ଦ୍ଦିଷ୍ଟ କାଳ ଯାଏ ପର୍ଯ୍ୟଟକଙ୍କ ଲାଗି ବନ୍ଦ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା: କରୋନା ମାମଲାର ବୃଦ୍ଧିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନର କର୍ତ୍ତୃପକ୍ଷ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଛନ୍ତି। ଏକ ବିଜ୍ଞପ୍ତିରେ ଆରସିସିଏଫ୍ କହିଛନ୍ତି ଯେ ବହୁସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଯୋଗୁ କୋଭିଡ୍‌-୧୯ ବିସ୍ତାର ହେବାର ସମ୍ଭାବନା ରହିଛି ଏବଂ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ମଧ୍ୟ ରହିଛି। ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ବନ ବିଭାଗ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉଦ୍ୟାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ବୋଲି […]

Continue Reading

ଭୁବନେଶ୍ୱରରେ ମେ ୩ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ୧୮-୪୪ ବୟସ ବର୍ଗର ଲୋକଙ୍କ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ମେ ୩ ରୁ ଆରମ୍ଭ ହେବ। ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଯେଉଁମାନେ ନାମ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ ଆସନ୍ତା ୩ ତାରିଖରୁ ଟିକା ଦିଆଯିବ। ପ୍ରାରମ୍ଭରେ, ସହରର ସରକାରୀ ଡାକ୍ତରଖାନାଗୁଡ଼ିକରେ ଟିକାକରଣ ଅଭିଯାନ କରାଯିବ। ଯେଉଁଠାରେ ୧୮ରୁ ୪୪ ବର୍ଷ ବୟସ ଏବଂ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ […]

Continue Reading

ଆସୁଛି ଅମ୍ଳାନ୍‌ଙ୍କ “ଲାଗେ ପ୍ରେମ ନଜର”

ଭୁବନେଶ୍ୱର: ନୂଆ ପ୍ରଡକ୍ସନ୍ କମ୍ପାନୀ, ନୂଆ ପ୍ରଯୋଜକ । ସାଥିରେ ଷ୍ଟାରକାଷ୍ଟ କେମିଷ୍ଟ୍ରୀ ବି ନୂଆ । କିଛି ଏପରି କମ୍ବିନେସନ୍ ନେଇ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଓଡିଆ ଫିଲ୍ମ “ଲାଗେ ପ୍ରେମ ନଜର” । ଏଥିରେ ପ୍ରଥମଥର ପାଇଁ ରିୟା, ପ୍ରିୟା ଓ ରାଗିଣୀ ନାୟିକା ଭାବେ ଏକାଠି ଅଭିନୟ କରିବାରେ ନଜର ଆସିବେ । ଫିଲ୍ମରେ ଏମାନଙ୍କ ପାଗଳ ପ୍ରେମୀ ସାଜିବେ ବିନ୍ଦାସ୍ ଅମ୍ଳାନ୍ । ଅନ୍‌ସ୍କ୍ରିନ୍‌ରେ ତିନିଜଣ ନାୟିକାଙ୍କ ଅପୋଜିଟରେ ମାତ୍ର […]

Continue Reading

କରୋନା ରେଡ୍‌ ଜୋନ୍‌ରେ ସାମିଲ ହେଲା ଆଉ ୨ ଜିଲ୍ଲା

ଭୁବନେଶ୍ୱର: ଓଡିଶାର କୋଭିଡ୍‌ ରେଡ୍ ଜୋନ୍ ଭିତରେ ଜିଲ୍ଲାମାନଙ୍କ ସଂଖ୍ୟା ମଧ୍ୟରେ ଆଉ ୨ଟି ଜିଲ୍ଲା ଯୋଡି ହୋଇଛି। ଏହା ଭିତରେ ରେଡ୍‌ ଜୋନ୍‌ ଥିବା ଜିଲ୍ଲା ସଂଖ୍ୟା ଶନିବାର ଦିନ ୧୯ କୁ ବୃଦ୍ଧି ପାଇଛି। ଏହି ଦୁଇଟି ନୂଆ ଜିଲ୍ଲା ହେଉଛି ନୟାଗଡ଼ ଏବଂ ରାୟଗଡା ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୧୦୯୪ ଏବଂ ୧୦୨୫ ରହିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ, ଓଡିଶାରେ ସକ୍ରିୟ ମାମଲା ଶନିବାର ଦିନ […]

Continue Reading

କରୋନା କାଳରେ ପ୍ରଧାନଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ଭର୍ଦ୍ଧନା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଧିନସ୍ଥ ଦଣ୍ଡିଲୋ ଗ୍ରାମର ନାୟକାଣୀ ଠାକୁରାଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନୃସିଂହ ଚରଣ ଜେନାଙ୍କ ବିଦାୟ କାଳୀନ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ ଗାଇଡଲାଇନ ଅନୁଯାୟୀ ସାମାଜିକ ଦୂରତା ମାନି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଭାପତି ଭାବେ ମଧ୍ୟ ଇଁରାଜୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅଦ୍ଵେତ ସ୍ୱାଇଁ ସଭାକାର୍ଯ୍ୟ ଆରମ୍ଭ କରିଥିବା ବେଳେ, ଗଣିତ ଶିକ୍ଷକ ନିରଞ୍ଜନ ବସ୍ତିଆ ସଭା […]

Continue Reading

କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ

ଭୁୁବନେଶ୍ୱର: ମହାମାରୀ କରୋନାର ଦ୍ଵିତୀୟ ଲହର ଆସିବା ପରେ ସତେ ଯେମିତି ସାମ୍ବାଦିକଙ୍କୁ ନିଜର ଶିକାର କରୁଛି କହିଲେ ଅତ୍ୟୁକ୍ତି ହେବନାହିଁ । ଜଣଙ୍କ ପରେ ଜଣେ ସାମ୍ବାଦିକଙ୍କ ଦେହାନ୍ତ ହେବାରେ ଲାଗିଛି । ପୁଣି ଥରେ ଆଜି ମହାମାରୀ କରୋନାରେ ଏକ ଦାରୁଣ ଖବର ଆସିଛି । କରଣ ସଂକ୍ରମିତ ହୋଇ ସମ୍ବାଦ ଖବର କାଗଜର ସମ୍ବଲପୁର ସଂସ୍କରଣ ଦାୟିତ୍ୱରେ ଥିବା ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ ଆଖି ବୁଜି ଦେଇଛନ୍ତି । କୋଭିଡ୍ ରେ […]

Continue Reading

ଦିନ ୨ଟା ପରେ କଟକରେ ଦୋକାନ ବଜାର ବନ୍ଦ

କଟକ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ପକ୍ଷରୁ ମେଡିସିନ୍ ଷ୍ଟୋର ବ୍ୟତୀତ ସହରର ସମସ୍ତ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ମେ ୩ରୁ ମେ ୧୮ ପର୍ଯ୍ୟନ୍ତ ତଥା ୧୫ ଦିନ ଯାଏଁ ନୂତନ ନିୟମାବଳୀ ଆସିବା ଯାଏଁ ବଳବତ୍ତର ରହିବ। ତେବେ ଏହି ସମୟ ମଧ୍ୟରେ ମାଲଗୋଦାମ ଏବଂ ଛତ୍ର ବଜାରରେ ଅତ୍ୟାବଶ୍ୟକ ଦୋକାନ ଏବଂ ଅନଲୋଡିଂ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ବୋଲି ସିଏମସି କମିଶନର ଅନନ୍ୟା ଦାସ […]

Continue Reading