କରୋନା ପଜିଟିଭ ଜାଣିବା ପରେ ଦମ୍ପତିଙ୍କ ଆତ୍ମହତ୍ୟା

ନୟାଗଡ଼: କୋଭିଡ୍‌ ରିପୋର୍ଟ ପଜିଟିଭ ଆସିବା ପରେ ଏକ ଦମ୍ପତି ଗୁରୁବାର ଦିନ ଓଡିଶାର ନୟାଗଡ଼ ଜିଲ୍ଲାର ଗୋଡିମାଡ ଗ୍ରାମରେ ନିଜ ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ଦମ୍ପତି ଭିକାରୀ ପାତ୍ର ଏବଂ ପତ୍ନୀ ଜ୍ୟୋତ୍ସା ପାତ୍ର ବୋଲି ଜଣାପଡିଛି। ସୂଚନାନୁସାରେ, ଏହି ଦମ୍ପତି ପୁରୀରେ ରହୁଥିବା ସେମାନଙ୍କର କୋଭିଡ୍‌ ପଜିଟିଭ୍ ଥିବା ପୁଅକୁ ଭେଟିବାକୁ ଯାଇଥିଲେ। ତେବେ, ଗାଁକୁ ଫେରିବା ପରେ ଜ୍ୟୋତ୍ସା ୨୬ ଏପ୍ରିଲରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ […]

Continue Reading

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସୋରୋ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମାଡ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଗୁରୁବାର ଅପରାହ୍ନରେ ଜଣେ ମହିଳା ଶୁଖିଲା ପତ୍ର ସଂଗ୍ରହ କରିବାକୁ ନିକଟ ଜଙ୍ଗଲକୁ ଯାଇଥିବା ବେଳେ ବସନ୍ତ ସିଂ ନାମକ ଜଣେ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପରେ ପୀଡିତାଙ୍କ ପରିବାର ତାଙ୍କୁ ଜଙ୍ଗଲରେ ଗୁରୁତର ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଯାହା ପରେ ତାଙ୍କୁ ସୋରୋ ସ୍ଥିତ […]

Continue Reading

ପୁରୀରେ ସନ୍ଧ୍ୟା ୬ରୁ ଦୋକାନ ବଜାର ବନ୍ଦ

ପୁରୀ: ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି ଠାରୁ ସହରରେ ସନ୍ଧ୍ୟା ୬ଟା ପରେ ଦୋକାନ ବଜାର ବନ୍ଦ ରହିବ। ସୂଚନା ଅନୁଯାୟୀ ବ୍ୟବସାୟୀ ମାନେ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବ୍ୟବସାୟ କରିପାରିବେ ବୋଲି ଗତକାଲି ବ୍ୟବସାୟ ସଂଘ ସହ ଆଲୋଚନା ପରେ ନିଷ୍ପତ୍ତି ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବୁଧବାର ହୋଲସେଲ ସଂଘ ପୁରୀ ଡିଷ୍ଟ୍ରୁୁବୁଟର ଓ ଟ୍ରେଡର ସଂଘ, ପରିବା ବ୍ୟବସାୟ ସଂଘ ଆଦି ଦିନ ୨ଟା […]

Continue Reading

ପର୍ଯ୍ୟଟକ ଧ୍ୟାନ ଦିଅନ୍ତୁ: କାଲିଠୁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ବନ୍ଦ

ଭୁବନେଶ୍ୱର: ନନ୍ଦନକାନନ ଓ ବଟାନିକାଲ୍ ଗାର୍ଡେନ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଜରୁରୀ ସୂଚନା । ଆସନ୍ତାକାଲିଠାରୁ ବନ୍ଦ ରହିବ ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଏହାସହ ବଟାନିକାଲ୍ ଗାର୍ଡେନ ବି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଛି । ଆସନ୍ତା ୧୫ ତାରିଖ ଯାଏ ସାମୟିକ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ତାପରେ […]

Continue Reading

ସ୍ଥିତି ଦେଖି ପ୍ରସ୍ତୁତ ହେଉଛି ଯୋଜନା, ଏବେ ଆବଶ୍ୟକ ନାହିଁ ଲକଡାଉନ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରଣ ୬ ହଜାର ଉପରେ ରହିଛି । ତେବେ, ଅଧିକାଂଶ ରୋଗୀ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଏବେ ରାଜ୍ୟରେ ଉପଲବ୍ଧ ଥିବା ଶଯ୍ୟାରୁ ୪୩ ପ୍ରତିଶତ ଜେନେରାଲ ବେଡ୍, ୬୩ ପ୍ରତିଶତ ICU ବେଡ୍ ଓ ୩୫ ପ୍ରତିଶତ ଭେଣ୍ଟିଲେଟରରେ ରୋଗୀ ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ପଶ୍ଚିମ ଓଡ଼ିଶାରେ ଅଧିକ ସଂକ୍ରମିତ ଥିବାରୁ ସେଠାରେ ଅଧିକ ରୋଗୀ ଆଡମିଟ୍ […]

Continue Reading

ଭିଜିଲାନ୍ସ ଜାଲରେ ତହସିଲଦାର, ନେଉଥିଲେ ୪୦ ହଜାର ଟଙ୍କା ଲାଞ୍ଚ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଲାଞ୍ଚ ନେଇ ଧରାପଡ଼ିଛନ୍ତି । ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଧରିଛି । ମଣ୍ଡାକିଆର ସେନାପତି ପ୍ରଧାନଙ୍କ ସିଜ୍ ଟ୍ରାକ୍ଟରକୁ ମୁକ୍ତ କରିବା ଲାଗି ତହସିଲଦାର ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ରାଇକିଆ ତହସିଲଦାର ଶ୍ରୀ ପାଢ଼ୀଙ୍କ ଠାରୁ ୪୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ଟିମ୍ ତହସିଲଦାରଙ୍କ ବାସଭବନ ସହ […]

Continue Reading

OYO ରୁମରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣାର ତଦନ୍ତ ପାଇଁ ଆୟକର ବିଭାଗକୁ ଚିଠି

ଭୁବନେଶ୍ୱର: ଭୁବନେଶ୍ୱର OYO ହୋଟେଲରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣା । ତଦନ୍ତ ପାଇଁ ଆୟକର ବିଭାଗକୁ ଚିଠି ଲେଖିଲା କମିଶନରେଟ ପୋଲିସ । ଜବତ ଟଙ୍କାର ତଦନ୍ତ ପାଇଁ କମିଶନରେଟ ପୋଲିସ ଆୟକର ବିଭାଗକୁ ଚିଠି ଲେଖିଛି । ବ୍ୟବସାୟୀ ଜଣଙ୍କ ଏତେ ଟଙ୍କା କେଉଁ ଉପାୟରେ ଆଣିଥିଲେ । ଟଙ୍କାର ସ୍ରୋତ କଣ ? ଏନେଇ ବ୍ୟବସାୟୀ ଜଣଙ୍କୁ ପଚରାଉଚରା କରିବ ଆୟକର ବିଭାଗ । ମଙ୍ଗଳବାର ରାତିରେ ଏୟାରପୋର୍ଟ ଥାନା […]

Continue Reading

ଜମିଜମା ବିବାଦକୁ ନେଇ କଟୁରୀ ବୁଲିଲା, ୨ ଗୁରୁତର

ଯାଜପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଦୁଇ ପଡୋଶୀଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ, ପରେ ଧସ୍ତାଧସ୍ତି ଓ ଶେଷରେ କଟୁରୀ ଚୋଟରେ ଝଗଡାର ଅବସାନ ଘଟିଥିଲା । କିଛି ଏଭଳି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଯାଜପୁର ଜିଲ୍ଲାର ଅରିଲୋ ଗାଁ । ରିପୋର୍ଟ ଅନୁଯାୟୀ ପ୍ରତାପ ସାମଲ ଓ ପ୍ରଫୁଲ୍ଲ ସାମଲଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ର କରି ବହୁ ପୂର୍ବରୁ ବାଦବିବାଦ ଲାଗିରହିଥିଲା । ଏପରିକି ପ୍ରଫୁଲ୍ଲ ଅନେକ ସମୟରେ ପ୍ରତାପଙ୍କୁ ଧମକଚମକ ମଧ୍ୟ […]

Continue Reading

ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍‌ବିବିଏସ୍‌ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ବୁଧବାର ଦିନ ଏପ୍ରିଲ୍ ୩୦ ରେ ଧାର୍ଯ୍ୟ ହୋଇଥିବା ଦ୍ବିତୀୟ ଭାଗ ଏମ୍‌ବିବିଏସ୍‌ ପରୀକ୍ଷାକୁ ସ୍ଥଗିତ ରଖିଛି। ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ ଅଭୟ କୁମାର ନାୟକ ସୂଚନା ଦେଇଛନ୍ତି ଯେ ପରୀକ୍ଷାକୁ ସ୍ଥଗିତ ରଖିବା ନିଷ୍ପତ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶରେ ନିଆଯାଇଛି। ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ପରୀକ୍ଷା ପାଇଁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ […]

Continue Reading

ଆଦାନୀ ପୋର୍ଟରେ କୋଭିଡ ସମ୍ବନ୍ଧୀୟ ସାମଗ୍ରୀର ପରିବହନ ଦେୟ ଛାଡ

ଭଦ୍ରକ: ଦେଶର ସର୍ବବୃହତ ଘରୋଇ ସାମୁଦ୍ରିକ ବନ୍ଦର ପରିଚାଳକ ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଅଧିନରେ ଥିବା ବନ୍ଦରଗୁଡିକୁ କୋଭିଡ ସମ୍ବନ୍ଧୀୟ ସାମଗ୍ରୀ ପରିବହନ କରୁଥିବା ଜାହାଜଗୁଡିକ ପାଇଁ ଦେୟ ଛାଡ କରିଛି। ୟୁଏଇ, ଥାଇଲାଣ୍ଡ ଏଭଂ ସାଉଦି ଆରବରୁ ମେଡିକାଲ ଅମ୍ଲଜାନ ପରିବହନ ପାଇଁ ଆଦାନୀ ଗ୍ରୁପ୍ ଦୁଇ ଡଜନ୍ କ୍ରାୟୋଜେନିକ୍ ଟ୍ୟାଙ୍କ ସୁରକ୍ଷିତ ରଖିଥିବା ସୂଚନା ଦେଇଛି। ଭାରତରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ଯାହା ଦେଶର […]

Continue Reading