ଆଜି ସାତକୋଶିଆରୁ ବାହୁଡ଼ିବ ବାଘୁଣୀ ‘ସୁନ୍ଦରୀ’

ଅନୁଗୋଳ: ସାତକୋଶିଆରୁ ଫେରିଯିବ ସୁନ୍ଦରୀ । ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟର ଘୋରେଲାକୁ ବାହୁଡ଼ିବ । ସୁନ୍ଦରୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ା ଜଙ୍ଗଲରେ ବନ୍ଦୀ ବାଘୁଣୀର ସ୍ଥିତି ଅନୁଧ୍ୟାନ କରିଛନ୍ତି ମଧ୍ୟପ୍ରଦେଶରୁ ଆସିଥିବା ୭ ଜଣିଆ ସ୍ୱତନ୍ତ୍ର ଟିମ୍ । ବନ ବିଭାଗ ଅଧିକାରୀଙ୍କ ସହ ବି ଆଲୋଚନା କରିଛନ୍ତି । ତାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ସବୁ କିଛି ଠିକଠାକ୍ ଥିଲେ ଆଜି ସନ୍ଧ୍ୟା ସୁଦ୍ଧା ବାଘୁଣୀକୁ ସାଙ୍ଗରେ ନେଇ ଫେରିଯିବ […]

Continue Reading

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାକୁ ଅନୁମତି, କୋଭିଡ୍ କଟକଣାରେ ପାଳନ ହେବ

ବ୍ରହ୍ମପୁର: କରୋନା କଟକଣାରେ ଚଳିତବର୍ଷ ହେବ ବ୍ରହ୍ମପୁରର ମାଆ ଠାକୁରାଣୀ ଯାତ୍ରା । ଏଥିପାଇଁ ଅନୁମତି ଦେଇଛନ୍ତି ପ୍ରଶାସନ । ପ୍ରଶାସନ ସହ ଆଲୋଚନା ପରେ ଯାତ୍ରା ପାଇଁ ନିଷ୍ପତ୍ତି ହୋଇଛି । କରୋନା କଟକଣା ସହ ପ୍ରଥମ ୭ ଦିନ ଠାକୁରାଣୀ ଯାତ୍ରା ହେବ । ସ୍ଥିତି ଦେଖି ପରବର୍ତ୍ତୀ ସମୟରେ ଯାତ୍ରା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି । ଆସନ୍ତାକାଲି ଦେଶୀ ବେହେରା ସାହିକୁ ଶୁଭଖୁଣ୍ଟି ଆସିବ […]

Continue Reading

NIT ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ରାଷ୍ଟ୍ରପତି

ରାଉରକେଲା: ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି, ଯାହା ନିଜକୁ ସନ୍ତୁଷ୍ଟ କରେ ତାହା କରିବା ପାଇଁ ବାଛନ୍ତୁ ଜ୍ଝ ଏମିତି କର ଯାହା ତୁମକୁ ନିଜ ଆକାଂକ୍ଷା ପୂରଣ ଦିଗର୍ ଅଧିକ ନିକଟତର କରିବ । ଯାହା ତୁମ ପରିବାରକୁ ତୁମ ପାଇଁ ଗର୍ବିତ ସେଭଳି କାମ କର । ରାଷ୍ଟ୍ରପତି କହିଛନ୍ତି, ଛାତ୍ରଛାତ୍ରୀଙ୍କର ସମାଜ ପ୍ରତି ଅନେକ ଅବଦାନ ରହିଛି । ବିନା […]

Continue Reading

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଶନିବାର ସନ୍ଧ୍ୟା ପ୍ରାୟ ୬ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବେ । ସେଠାରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ସିଧା ରାଜଭବନ ଆସିବେ ରାଷ୍ଟ୍ରପତି । ସେଠାରେ ରାଷ୍ଟ୍ରପତି ରାତ୍ରୀଯାପନ କରିବେ । ଆସନ୍ତାକାଲି ରବିବାର ୨୧ ତାରିଖରେ ରାଷ୍ଟ୍ରପତି ରାଉରକେଲା ଯାଇ ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସକାଳ ୯ଟାରେ […]

Continue Reading

ବିଦେଶରୁ ଫେରିଥିବା ୨ ଜଣ କରୋନା ପଜିଟିଭ୍, ଆଇଏଲଏସ୍ ପଠାଗଲା ନମୁନା

ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନକୁ ନେଇ ଆତଙ୍କ ଲାଗି ରହିଛି । ଏହାରି ଭିତରେ ରାଜ୍ୟରେ ବୃଦ୍ଧି ପାଇଛି କରୋନା ସଂକ୍ରମଣ । ଅନ୍ୟପଟେ ରାଜଧାନୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି, ୨ ଅଙ୍କ ଛୁଇଁଛି । ଶୁକ୍ରବାର ବିଏମସି ଅଞ୍ଚଳରୁ ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୨ ଜଣ ବିଦେଶ ଫେରନ୍ତା ପଜିଟିଭ୍ ଅଛନ୍ତି । କ୍ୱାତାର ଓ ୟୁକ୍ରେନରୁ ଫେରିବା ପରେ ଯଥାକ୍ରମେ ମାର୍ଚ୍ଚ ୫ ଓ ମାର୍ଚ୍ଚ […]

Continue Reading

ସୋରରୁ ନିଖୋଜ ସୁନା ବ୍ୟବସାୟୀ ଖୋର୍ଦ୍ଧାରୁ ଉଦ୍ଧାର

ସୋର: ଉଦ୍ଧାର ହେଲେ ନିଖୋଜ ଗହଣ ବ୍ୟବସାୟୀ । ସୋର-କୁପାରୀ ରାସ୍ତାରୁ ଗୁରୁବାର ରାତିରୁ ନିଖୋଜ ସୁନା ବ୍ୟବସାୟୀଙ୍କୁ ପୋଲିସ ଉଦ୍ଧାର କରିଛି । ଖୋର୍ଦ୍ଧା ସହରରୁ ବିଳମ୍ବିତ ରାତିରେ ନିଖୋଜ ସୁନା ବ୍ୟବସାୟୀଙ୍କୁ ଉଦ୍ଧାର କରିଛି ସୋର ଥାନା ପୋଲିସ । ଅପହରଣ ଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ଗୁରୁବାର ସନ୍ଧ୍ୟା ସମୟରେ ଗହଣା ବ୍ୟବସାୟୀଙ୍କୁ ଦାଣ୍ଡହରିପୁରର ସୁମନ୍ତ ମଲ୍ଲିକ ଗହଣା ପାଇଁ ଫୋନ୍ କରିଥିଲେ । ଏହା […]

Continue Reading

କଟକରେ ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା, ସ୍କୁଲରୁ ୧୭ ସଂକ୍ରମିତ ଚିହ୍ନଟ

କଟକ: ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା । କଲେଜ ପରେ ସ୍କୁଲରେ କାୟା ମେଲାଉଛି କରୋନା । କଟକ ସହରରେ ୨ ଦିନ ଭିତରେ ଏକ ଘରୋଇ କଲେଜ ହଷ୍ଟେଲରୁ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଏକ ଘରୋଇ ବିଦ୍ୟାଳୟରୁ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଥିବା ବେଳେ ସ୍କୁଲକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଶିକ୍ଷାନୁଷ୍ଠାନରେ କରୋନା […]

Continue Reading

ଆଜି ଲୋକାର୍ପିତ ହେବ ଅମରେଶ ବିଶ୍ୱାଳଙ୍କ ଦୁଇଟି ଗଳ୍ପ ସଙ୍କଳନ

ଭୁବନେଶ୍ୱର : ବିଶିଷ୍ଟ କଥାକାର ଅମରେଶ ବିଶ୍ୱାଳଙ୍କ ରଚିତ ଗଳ୍ପ ସଙ୍କଳନ ‘ପ୍ରେମିକାର ସାନ ଭଉଣୀ’ ଓ ‘ଛୋଟ ଛୋଟ ଜୀବନ’ ଆଜି ସ୍ଥାନୀୟ ନ୍ୟାସନାଲ ଆର୍କାଇଭସରେ ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ସ୍ତମ୍ଭକାର ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥି ,ଡକ୍ଟର ଗୌରହରି ଦାସ ମୁଖ୍ୟବକ୍ତା , କୃପାସାଗର ସାହୁ ବିଶିଷ୍ଟ ଅତିଥି , ଡକ୍ଟର ଅଜୟ ସ୍ୱାଇଁ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି […]

Continue Reading

ପିଲା ଚୋର ସନ୍ଦେହରେ ଦୁଇ ଅଜଣା ଲୋକଙ୍କୁ ନିସ୍ତୁକ ମାଡ଼

ବାଲେଶ୍ୱର: ପିଲା ଚୋର ସନ୍ଦେହରେ ଅଜଣା ଲୋକଙ୍କୁ ମାଡ଼ । ଦୁଇ ଜଣଙ୍କୁ ଅଟକ ରଖି ନିସ୍ତୁକ ମାଡ଼ ମାରିଛନ୍ତି ଗାଁ ଲୋକ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରସୁଲପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୋଟିଏ କାରରେ ୪ ଜଣ ପିଲା ଚୋରି କରିବାକୁ ଆସିଥିବା ଅଭିଯୋଗ ହୋଇଛି । ସେମାନଙ୍କ ଉପରେ ଲୋକଙ୍କର ସନ୍ଦେହ ହୋଇଥିଲା । ଆକ୍ରମଣ ପରେ କାର୍ ଛାଡ଼ି ଦୁଇ ଜଣ ଫେରାର୍ ହୋଇ ଯାଇଥିଲେ […]

Continue Reading

ଭୟାବହ ଅଗ୍ନିକାଣ୍ଡ: ରାତିରେ ଶୋଇଥିବା ବେଳେ ନିଆଁ ଲାଗି ୫ଟି ପରିବାରର ୧୧ବଖରା ଜଳି ପାଉଁଶ

ଭଦ୍ରକ: ରାତିରେ ଶୋଇଥିବା ବେଳେ ଘରେ ଲାଗିଲା ନିଆଁ । ଚାହୁଁ ଚାହୁଁ ବ୍ୟାପିଲା । ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଡେଇଁଲା । ନିଆଁ ଗିଳିଦେଲା ୫ଟି ପରିବାରର ୧୧ ବଖରା ଘର । ପାଉଁଶ ହୋଇଛି ବର୍ଷ ବର୍ଷର ସାଇତା ସମ୍ପତ୍ତି । ଭଦ୍ରକ ଜିଲ୍ଲା ଚରମ୍ପା ବେଲମଳା ଗାଁରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ବେଲମଳା ଗାଁର ଗୌରହରି ବେହେରା, ନିର୍ମଳ ବେହେରା, ପ୍ରହ୍ଲାଦ ବେହେରା, ଦୀନେଶ ବେହେରାଙ୍କ […]

Continue Reading