କଟକରେ ଘରୋଇ ଶିକ୍ଷାନୁଷ୍ଠାନରେ ପୁଣି ୧୩ କରୋନା ପଜିଟିଭ୍

କଟକ: ପୁଣି ଥରେ କଟକରେ ବଢିଛି କରୋନା ସଂକ୍ରମଣ । ଏକ ଘରୋଇ କଲେଜରେ ଆଉ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୭୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୩ ଜଣଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି । ବୁଧବାର ଦିନ ସଂପୃକ୍ତ କଲେଜରୁ ୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ । ସଂକ୍ରମିତ ହୋଇଥିବା ଅନ୍ତେବାସୀ ଗୋଟିଏ ହଷ୍ଟେଲର ବୋଲି ସୂଚନା ମିଳିଛି । ସଂପୃକ୍ତ କଲେଜରୁ ପଜିଟିଭ୍ […]

Continue Reading

କବି ପ୍ରସନ୍ନ କୁମାର ମିଶ୍ରଙ୍କ ଜୟନ୍ତୀ ଉପଲକ୍ଷେ ଫାଲଗୁନ ଆସର

ଭୁବନେଶ୍ୱର : ବିଶିଷ୍ଟ କବି ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଜୟ ଭାରତ ଭବନରେ ଫାଲଗୁନ ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କବି ଶ୍ରୀ ମିଶ୍ରଙ୍କ ଜୀବନୀ ସମ୍ବନ୍ଧିତ ବୃତ୍ତଚିତ୍ର ‘ରହୁ କି ନ ରହୁ’ ପ୍ରଦର୍ଶିତ ହୋଇଥିଲା। ଏହାସହ ଡ. ମିଶ୍ରଙ୍କ ଜଣେ ଛାତ୍ର ତଥା ଓଡ଼ିଶା ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କବିଙ୍କ ରଚିତ କବିତା ‘ମୋନିକାର ପ୍ରିୟ’କୁ ମନେ […]

Continue Reading

ନବୀନ ନିବାସରେ ବିଜେପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ଓ ଧାନ ମଣ୍ଡି ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସ ଯାଇଛି ବିଜେପି ବିଧାୟକଙ୍କ ଟିମ୍ । ସେମାନେ ନବୀନ ନିବାସ ଆଗରେ ଧାରଣା ଦେଇଥିବା ବେଳେ ସେମାନଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଚାଲି ଚାଲି ନବୀନ ନିବାସରୁ ବାହାରି ବିଜେପି ବିଧାୟକଙ୍କ ଧାରଣାସ୍ଥଳରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଧାରଣାସ୍ଥଳରେ ସେମାନଙ୍କ ସହ କଥା ହୋଇଥିଲେ । ଆଲୋଚନା କରିବା ପାଇଁ ବିଜେପି ସଦସ୍ୟଙ୍କୁ […]

Continue Reading

ସାପଙ୍କ କବଜାରେ ପୁରୀ ବ୍ଲୁ ଫ୍ଲାଗ ବିଚ୍

ପୁରୀ: ବ୍ଲୁ ଫ୍ଲାଗ ବିଚରେ ସାପ ଆତଙ୍କ । ପୁରୀ ବେଳାଭୂମିରେ ନୂଆ କରି ନିର୍ମାଣ କରାଯାଇଥିବା ବ୍ଲୁ ଫ୍ଲାଗ ବିଚରେ ସାପ ଆତଙ୍କ ଦେଖାଦେଉଛି । ଯାହା ଅଧିକାରୀମାନଙ୍କ ମୁଣ୍ଡ ବଥାର କାରଣ ପାଲଟିଛି । ୧୫ ଦିନ ତଳେ ମହିଳା ଶୌଚାଳୟରେ ଏକ ନାଗ ସାପ ପସିଯାଇଥିଲା । କର୍ତ୍ତୃପକ୍ଷଙ୍କୁ ସାପକୁ ବାହାର କରିବାକୁ ନାକେଦମ୍ ହେବାକୁ ପଡିଥିଲା । ଏହାପରେ ବ୍ଲୁ ଫ୍ଲାଗ ବିଚ ମ୍ୟାନେଜର ସ୍ନେକ ହେଲ୍ପଲାଇନକୁ ଏହାର ସମାଧାନର ବାଟ […]

Continue Reading

ଅନୁଭବଙ୍କ ବିରୋଧରେ ପୁଣି ଅଭିଯୋଗ କଲେ ବର୍ଷା

କଟକ: ଓଲିଉଡର ଚର୍ଚ୍ଚିତ ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବୈବାହିକ ବିବାଦ ଚାଲିଥିବା ବେଳେ ସେ ପୁଣି ଥରେ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।ବୁଧବାର ଦିନ ପୁରୀଘାଟ ଥାନାରେ ବର୍ଷା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ଅନୁଭବ ଏବଂ ତାଙ୍କ ପରିବାର ସଦସ୍ୟ ସେ ରହୁଥିବା ରୁମର ବିଦ୍ୟୁତ ସଂଯୋଗ କାଟି ଦେଇଛନ୍ତି। ଯେଉଁଥିପାଇଁ ସେ ଏସି, ଟିଭି ଏବଂ ୱାଟର ପ୍ୟୁରିଫାୟର୍ ଆଦି ବ୍ୟବହାର […]

Continue Reading

ଚାଷୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସରେ ବିଜେପି ବିଧାୟକ ଟିମ୍

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗରେ ବିଧାନସଭା ଅଚଳ । ଚାଲି ପାରୁନି ଗୃହ । ଛଅ ଦିନ ହେଲା ଅଚଳାବସ୍ଥା ଲାଗି ରହିଛି । ମଣ୍ଡି ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସ ଆସୁଛି ବିଜେପି ବିଧାୟକଙ୍କ ଟିମ୍ । ମଣ୍ଡିରୁ କେବେ ଧାନ ଉଠିବ ସେନେଇ ଆଲୋଚନା କରିବେ । ଗୃହ ଅଚଳାବସ୍ଥା ନେଇ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଦାବି କରିଛି ବିଜେପି । ନବୀନ ନିବାସରେ ପହଞ୍ଚିବା ପରେ ଶଙ୍ଖ […]

Continue Reading

କେଭିପିୱାଇରେ ସାଇ ଇଣ୍ଟର ନ୍ୟାସନାଲର ଅତୀଶ ଓଡିଶା ଟପ୍ପର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଦ୍ୱାରା ପରିଚାଳିତ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା(କେଭିପିୱାଇ)ରେ ଓଡିଶାରୁ ଟପର ହୋଇଥିବା ଅତୀଶ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଏଥି ସହ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳମୟ ଭବିଷ୍ୟତ କାମନା କରିଛନ୍ତି । ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଛାତ୍ର ଅତୀଶଙ୍କ ଏହି ସଫଳତାରେ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଚଳିତ ବର୍ଷ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ର ୧୪ ଜଣ ଛାତ୍ରଛାତ୍ରୀ କେଭିପିୱାଇ […]

Continue Reading

ଡ୍ରୋନ ମାଧ୍ୟମରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା NSG ଟିମ୍

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇଲା NSG ଟିମ୍ । ଡ୍ରୋନ୍ ମାଧ୍ୟମରେ NSG ଟିମ୍ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବୁଲି ଭଲ ଭାବେ ଏନଏସଜି ଟିମ୍ ସୁରକ୍ଷା ବ୍ୟବସ୍ଥା ଦେଖିଛି ।  ଆଜି ଭୋର ସମୟରେ ଏନଏସଜିର ୩ଜଣିଆ ଟିମ୍ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି । ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଆସିଷ୍ଟାଣ୍ଟ କମାଣ୍ଡର କୌଶିକ ନାୟକ ଏନଏସଜି ଟିମ୍ ର ଏହି ଯାଞ୍ଚରେ ସହାୟତା କରିଛନ୍ତି […]

Continue Reading

ହେଲମେଟ୍ ନ ପିନ୍ଧି ଟ୍ରକ ଚଳାଉଥିବାରୁ ଡ୍ରାଇଭରଙ୍କୁ ହଜାରେ ଟଙ୍କା ଫାଇନ୍!

ଗଂଜାମ: ଟ୍ରକ ଚଳାଇବା ବେଳେ ହେଲମେଣ୍ଟ ପିନ୍ଧି ନ ଥିବାରୁ ହଜାରେ ଟଙ୍କା ଫାଇନ ପକାଇଛି ରାଜ୍ୟ ଟ୍ରାଫିକର ଏନଫୋର୍ସମେଣ୍ଟ ଶାଖା । ଏହା ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି କଥାଟା ସତ । ଏପରି ଏକ ଘଟଣା ଘଟିଛି ଗଂଜାମରେ । ପ୍ରମୋଦ କୁମାର ସ୍ୱାଇଁ ନାମକ ଏହି ଟ୍ରକ ଡ୍ରାଇଭରଙ୍କ ନାଁରେ ଏହି ଚାଲାଣ ଆସିଛି । ଗାଡି ଚଳାଇବା ବେଳେ ସେ ହେଲମେଣ୍ଟ ପିନ୍ଧି ନ ଥିବା ଉଲ୍ଲେଖ କରାଯାଇଛି । […]

Continue Reading

ଓଡ଼ିଶାରେ NSG ଟିମ୍: ଆଜି ଲିଙ୍କରାଜ ମନ୍ଦିରରେ ମକଡ୍ରିଲ୍, ୧୮ରେ ଶ୍ରୀମନ୍ଦିରରେ ସୁରକ୍ଷା ଯାଞ୍ଚ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଛି ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡର (NSG) ପାଞ୍ଚ ଜଣିଆ ଟିମ୍ । ଏଥିରେ ଦୁଇ ଜଣ ଅଧିକାରୀ ଅଛନ୍ତି । ଏହି ଟିମ୍ ଆଜି ଲିଙ୍ଗରାଜ ମନ୍ଦିରରେ ମକ୍ ଡ୍ରିଲ୍ କରିବା କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ଏନଏସଜି ଟିମ୍ । କାଲି କୋଣାର୍କରେ ହେବ ସୁରକ୍ଷା ଯାଞ୍ଚ । ସେହିପରି ଆସନ୍ତା ୧୮ ତାରିଖରେ ପୁରୀ ଯିବ । ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ ଏନଏସଜିର […]

Continue Reading