କୋଭିଡ୍ ଟିକା ନେବା ପରେ ପଜିଟିଭ୍ ଚିହ୍ନଟ ଅବସରପ୍ରାପ୍ତ ଡାକ୍ତରଙ୍କ ରିପୋର୍ଟ ଆସିଲା ନେଗେଟିଭ୍

ଭୁବନେଶ୍ୱର: କରୋନା ଟିକା ନେବା ପରେ କୋଭିଡ୍ ଟେଷ୍ଟ କରାଇଥିବା ରାଉରକେଲାର ଅବସରପ୍ରାପ୍ତ ଡାକ୍ତରଙ୍କ କରୋନା ରିପୋର୍ଟ ଏବେ ଆସିଛି ନେଗେଟିଭ୍ । ଭୁବନେଶ୍ୱର RMRCରେ RT-PCR ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ବାହାରିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଏପରିକି ଡାକ୍ତରଙ୍କ ଆଣ୍ଟିବଡ଼ି ଅଧିକ ଥିବା RMRC ରିପୋର୍ଟରେ ଉଲ୍ଲେଖ ରହିଛି । ଅବସରପ୍ରାପ୍ତ ଡାକ୍ତର ଏସ୍.ସୁଲେମାନଙ୍କ ପୂର୍ବରୁ ରାଉରକେଲା IGHରେ ରିପୋର୍ଟ ପଜିଟିଭ୍ […]

Continue Reading

ପିସିଆର ଗାଡ଼ି ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଜଣ ଗିରଫ

ଭୁବନେଶ୍ୱର: ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଗାଡ଼ି ଭଙ୍ଗାରୁଜା କରିବା ଓ ଅଭିଯୁକ୍ତଙ୍କୁ ମାଡ଼ ମାରିବା ଘଟଣାରେ କାର୍ୟ୍ୟାନୁଷ୍ଠାନ । ସିସିଟିଭି ଫୁଟେଜ୍ ଆଧାରରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି ଦିନ ପ୍ରାୟ ୧୨ଟା ବେଳେ ସିଆରପି କ୍ୟାମ୍ପସ ନିକଟରେ ପିସିଆର ଗାଡ଼ି ଭଙ୍ଗାରୁଜା ସହ ଦୁଇ ଅଭିଯୁକ୍ତଙ୍କୁ ମାଡ଼ ହୋଇଥିଲା । ଗତକାଲି ମଧ୍ୟାହ୍ନରେ ସିଆରପି ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା । ଦୁଇ ଭାଇ ଜଣେ ଯୁବକଙ୍କୁ ଦିନ […]

Continue Reading

ପୋଲିସ ଗାଡ଼ି ଜାଳି ଦେବା ଘଟଣାରେ ୧୩ ଜଣ ଅଟକ

ଯାଜପୁର: ମହଙ୍ଗା ପଡ଼ିଲା ପୋଲିସ ଗାଡ଼ିକୁ ଜାଳି ଦେବା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗାଁରେ ପୋଲିସ ଗାଡ଼ି ଜାଳି ଦେଇଥିବା ଅଭିଯୋଗରେ ୧୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ରାତିରେ ଦୁଇଟି ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଗାଁର କିଛି ଲୋକ । ଅଷ୍ଟପ୍ରହରି ପିଣ୍ଡି ବିବାଦରୁ ପଣସୁଧା ଗାଁରେ ଲଙ୍କାକାଣ୍ଡ ହୋଇଥିଲା । ୨ ଗୋଷ୍ଠୀ ମଧ୍ୟରେ ହୋଇଥିଲା ସଂଘର୍ଷ । ଖବର ପାଇଁ ପହଞ୍ଚିଥିଲା […]

Continue Reading

ଭିନ୍ନ ସ୍ୱାଦର ମ୍ୟୁଜିକ୍ ଭିଡିଓ ଉନ୍ମୋଚିତ

ଭୁବନେଶ୍ୱର : ଯୁବପିଢ଼ିଙ୍କ ହୃଦୟକୁ ଛୁଇଁଲା ଭଳି ଆଉ ଏକ ମ୍ୟୁଜିକ୍ ଭିଡିଓ ଆଜି ବଜାର ପ୍ରବେଶ କରିଛି । ସାମ୍ପ୍ରତିକ ସମାଜର ଦୃଶ୍ୟପଟ୍ଟକୁ ବେଶ୍ ମୁଗ୍ଧକର ଭାବେ ପରିବେଷଣ କରାଯିବା ସହ ଶ୍ରୁତି ମଧୁର ଗୀତ ଥିବା ଏହି ମ୍ୟୁଜିକ୍ ଭିଡିଓ ହେଉଛି \”ରସିଆ ଟୋକା\’ । ଆଜି ରାଜଧାନୀ ସ୍ଥିତ ଏକ ହୋଟେଲ୍‌ରେ ଏହି ମ୍ୟୁଜିକ୍ ଭିଡିଓର ଶୁଭଉନ୍ମୋଚନ ହୋଇଯାଇଛି । ଆଞ୍ଚଳିକ ଓ ପାଶ୍ଚାତ୍ୟ ସଙ୍ଗୀତର ମିଶ୍ର ସ୍ୱାଦ ଥିବା ଏହି ମ୍ୟୁଜିକ୍ […]

Continue Reading

ପୂଜା ଭୋଗ ଖାଇ ୫୦ରୁ ଅଧିକ ଅସୁସ୍ଥ

ବାଲେଶ୍ୱର: ଭୋଗ ଖାଇ ୫୦ରୁ ଅଧିକ ଅସୁସ୍ଥ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗିଲାଯୋଡି ଗାଁରେ ଏହି ଘଟଣା ଘଟିଛି । ଠାକୁରାଣୀଙ୍କ ପୂଜା ଭୋଗ ଖାଇବା ପରେ ଗାଁର କିଛି ପୁରୁଷ, ମହିଳା ଓ ଛୋଟ ଛୋଟ ଛୁଆ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ବସ୍ତା ଓ ପାଉଁଶକୁଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗିଲାଯୋଡ଼ି ଗାଁରେ ମାଆ ଭଗବତୀଙ୍କ ପୂଜାର୍ଚ୍ଚନା ପରେ ସମସ୍ତେ ଭୋଗ ଖାଇଥିଲେ । […]

Continue Reading

କେତେ ନିଷ୍ଠୁର ଏ ମୃତ୍ୟୁ: ବାପାଙ୍କ ଶେଷକୃତ୍ୟ ସାରି ଫେରିବା ବାଟରେ ଦୁର୍ଘଟଣା ନେଲା ପୁଅର ଜୀବନ

ବୌଦ୍ଧ: ବାପାଙ୍କ ଶେଷକୃତ୍ୟ ସାରି ପୁରୀରୁ ଫେରିବା ବେଳେ ଅଧାବାଟରେ ଚାହିଁ ରହିଥିଲା ମୃତ୍ୟୁ । ସଡ଼କ ଦୁର୍ଘଟଣାରେ ଆଖି ବୁଜିଲା ପୁଅ । ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ନମ୍ୱର ଜାତୀୟ ରାଜପଥର କରଡ଼ାକୋଠା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୪ଜଣ । ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଅରୁଣ ମେହେର । ପୁରୀର ବାପାଙ୍କ ଶେଷକୃତ୍ୟ ସାରି ଘରକୁ ଫେରୁଥିଲେ […]

Continue Reading

ଶିମିଳିପାଳ ସହ ନୀଳଗିରି ସ୍ଥିତ କୁଳଡିହା ସଂରକ୍ଷିତ ଅଭୟାରଣ୍ୟ ବି ଜଳୁଛି

ବାରିପଦା/ନୀଳଗିରି: ଜଳୁଛି ଜଙ୍ଗଲ, ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ବ୍ୟାପୁଛି ନିଆଁ । ପ୍ରାୟ ୧୦ ଦିନ ହେଲାଣି ଶିମିଳିପାଳ ଅଭୟାରଣ୍ୟ ଜଳୁଛି । ଗୋଟିଏ ସ୍ଥାନରେ ନିଆଁ ଆୟତ୍ତ ହେବା ବେଳକୁ ଅନ୍ୟ ସ୍ଥାନରେ ଲାଗି ଯାଉଛି । ଶିମିଳିପାଳର ଦୁଧିଆନି, ତାଳବନ୍ଧ, ଦୁଗୁଡ଼ିଆ, କେନ୍ଦୁମୁଦି ଓ ମରେହପାଲି ଭଳି ପ୍ରାୟ ୧୦ଟି କୋର୍ ଏରିଆରେ ନିଆଁ ଲାଗିଛି । ସେହିଭଳି ଜଙ୍ଗଲର ବଫର ଏରିଆରେ ଥିବା ପିଠାକଟା ରେଞ୍ଜ ଖସାଡ଼ିଆ ଜଙ୍ଗଲରେ ନିଆଁ […]

Continue Reading

ଶ୍ରୀକ୍ଷେତ୍ରରେ ‘ମୋ ଧାମ, ମୋ ଗର୍ବ’ କାର୍ଯ୍ୟକ୍ରମ, ପ୍ରତି ଶନିବାର ବଡଦାଣ୍ଡ ସେବା

ପୁରୀ: ଆଜିଠୁ ପୁରୀରେ ଆରମ୍ଭ ହୋଇଛି ବଡଦାଣ୍ତ ସେବା । ମୋ ଧାମ, ମୋ ଗର୍ବ ଅଭିଯାନରେ ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି ଜିଲ୍ଲା ପ୍ରଶାସନ । ପ୍ରତି ଶନିବାର ସକାଳ ସାଢ଼େ ୬ଟାରୁ ସାଢ଼ା ୮ଟା ଦୁଇ ଘଣ୍ଟା ବଡ଼ଦାଣ୍ଡ ସେବା କରାଯିବ । ଏହି ଅଭିଯାନରେ ସ୍ୱେଚ୍ଛାକୃତ ଭାବରେ ପୁରୀବାସିନ୍ଦା ଓ ପର୍ଯ୍ୟଟକ ସାମିଲ ହୋଇଛନ୍ତି । ବଡ଼ଦାଣ୍ଡକୁ ସ୍ୱଚ୍ଛ ରଖିବା ପାଇଁ ସଫେଇ କରିଥିଲେ ।  ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ମରିଚିକୋଟ ଛକ, […]

Continue Reading

ବିଜୁ ପଟ୍ଟନାୟକଙ୍କୁ ନେଇ ରଚିତ ଦୁଇଟି ପୁସ୍ତକର ପ୍ରଛଦ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟର ପ୍ରକାଶନ ସଂସ୍ଥା ପେନ୍ ଇନ ବୁକ୍ସ ତରଫରୁ ଦୁଇଟି ନୂଆ ବହି ପ୍ରକାଶିତ ହେବାକୁ ଯାଉଛି ବୋଲି ସୂଚନା ଦିଆଯିବା ସହ ଉଭୟ ପୁସ୍ତକର ପ୍ରଛଦ ପ୍ରକାଶନ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି । ପ୍ରଥମ ପୁସ୍ତକଟି ପ୍ରସିଦ୍ଧ କବି ଦେବଦାସ ଛୋଟରାୟଙ୍କ ଲିଖିତ ଓଡ଼ିଆ ପୁସ୍ତକ “ବିଜୁବାବୁ ” ହୋଇଥିବା ବେଳେ ଦ୍ୱିତୀୟଟି ଗବେଷକ ତଥା ଲେଖକ ଅନୀଲ ଧିରଙ୍କ ଲିଖିତ […]

Continue Reading

ବିନା ଭକ୍ତରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ହେବ ଜାଗର ଯାତ୍ରା

ଭଦ୍ରକ: ଏବର୍ଷ ଜାଗର ଯାତ୍ରାରେ ଭକ୍ତ ଶୂନ୍ୟ ରହିବ ଭଦ୍ରକ ଜିଲ୍ଲାର ପ୍ରମୁଖ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠ । ବିନା ଶ୍ରଦ୍ଧାଳୁରେ ଆରଡ଼ିରେ ଜାଗତଯାତ୍ରା ଅନୁଷ୍ଠିତ ହେବ । ଏଥିରାଇଁ ୧୦ ତାରିଖ ସକାଳ ୭ଟାରୁ ୧୨ ତାରିଖ ସକାଳ ୭ଟା ଯାଏଁ ଜାରି ହେବ ୧୪୪ ଧାରା । ମନ୍ଦିର ପରିସରରେ କେହି ଏକାଠି ହୋଇ ପାରିବେ ନାହିଁ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । […]

Continue Reading