ଆଗାମୀ ତିନିବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଫକୀରମୋହନଙ୍କ ଭୂମି, ଓଡିଆ ଭାଷା ସୁରକ୍ଷା ଭୂମି ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରର ବିକାଶ ଠାରୁ ଆରମ୍ଭ କରି କୋଭିଡ ଲଢେଇ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବସ୍ତିର ଗରିବ ଲୋକମାନେ ଆଗରେ ରହି କାମ କରୁଛନ୍ତି। ତେଣୁ ବିକାଶ ଉପରେ ମଧ୍ୟ ସେମାନଙ୍କର […]

Continue Reading

ମହାନଦୀରେ ୨ଟି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତିର୍ତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ସୋମବାର ଦିନ ତିର୍ତ୍ତୋଲ-ପୋଷଳ ହାଇ ଲେବେଲ ସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା ହାଇଲେବେଲ ସେତୁର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ଉପରେ ସବୁବେଳେ ଜୋର ଦେଇ ଆସୁଛନ୍ତି […]

Continue Reading

ବିଧାନସଭା ଉପ ବାଚସ୍ପତିଙ୍କୁ କରୋନା

ଅନୁଗୁଳ: ବିଧାନସଭା ଉପ ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ତାଙ୍କୁ ଅଳ୍ପ ଜ୍ଵର ଥିବା ଯୋଗୁଁ ସେ ଟେଷ୍ଟ କରାଇଥିଲେ। ପରେ ତାଙ୍କୁ କରୋନା ଥିବା ସ୍ପଷ୍ଟ ହୋଇଥିଲା । ସେ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ସେ ସାମାଜିକ ଗଣମାଧ୍ୟମରେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରାଇ ନେବାକୁ ପରାମର୍ଶ […]

Continue Reading

ସେପ୍ଟେମ୍ବର ୩୦ ଯାଏଁ ଗାନ୍ଧୀ ମାର୍ଗରେ ବିକ୍ଷୋଭ ମନା : ଡିଜିପି

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଓଡିଶା ବିଧାନସଭା ନିକଟରେ କୌଣସି ବିକ୍ଷୋଭ ପ୍ରଦର୍ଶନ, ଧାରଣା ତଥା ପ୍ରତିବାଦ ପ୍ରଦର୍ଶନକୁ ଅନୁମତି ଦିଆଯିବ ନାହିଁ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ଦିନ ସୂଚନା ଦେଇଛନ୍ତି। କୋଭିଡକୁ ନଜରରେ ରଖି ଚଳିତ ଅଧିବେଶନରେ ଧାରଣା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଜଣାପଡିଛି । ଡିଜିପି କହିଛନ୍ତି ଯେ, ସେପ୍ଟେମ୍ବର ୩୦ ପରେ ପୋଲିସ ଏ ବାବଦରେ ସରକାରଙ୍କ ନିଷ୍ପତ୍ତିକୁ ପାଳନ କରିବ। ବିଧାନସଭାରେ ସୁରକ୍ଷା ବ୍ୟବସ୍ଥାର […]

Continue Reading

ମାତିଲେ ମାଓବାଦୀ, ମାଓ ଇନ୍‌ଫର୍ମର ସନ୍ଦେହରେ ଯବକଙ୍କୁ ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଜାଙ୍ଗଲା ଗାଁର ବିଜୟ ପସରା । ଗତକାଲି ହତ୍ୟା କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖ ରାତିରେ ବିଜୟକୁ ଘରୁ ଅପହରଣ କରିନେଇଥିଲେ ମାଓବାଦୀ । ଘଟଣାର ୪ ଦିନ ପରେ ଅର୍ଥାତ ସୋମବାର ଦିନ ଆଦୱାଡା ଜଙ୍ଗଲରୁ ତାଙ୍କ ମୃତଦେହ […]

Continue Reading

୬୦ କେଜିରୁ ଅଧିକ ଗଞ୍ଜେଇ ଜବତ, ୫ ଗିରଫ

ବାଲିଗୁଡା: ଚୋରା ଚାଲାଣ ବେଳେ ଧରା ପଡ଼ିଲା ବିପୁଳ ପରିମାଣର ଗଞ୍ଜେଇ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ୍ ମହାସିଙ୍ଗ ଅଞ୍ଚଳରୁ ୬୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି। ଏଥିସହ ପୋଲିସ ୫ ଗଂଜେଇ ବେପାରୀଙ୍କୁ ଗିରଫ କରିଛି । ଗିରଫ ଗଞ୍ଜେଇ  ବେପାରୀଙ୍କ ମଧ୍ୟରୁ  ଜଣେ ମଧ୍ୟପ୍ରଦେଶ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ଗଞ୍ଜେଇ ଚୋରାଚାଲାଣ ବଢୁଥିବାରୁ ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରିଛି  […]

Continue Reading

ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ତାପଙ୍ଗ ହାତିଆ ମୁଣ୍ଡିଆ

ଭୁବନେଶ୍ୱର: ବେଶ୍ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ ପଥରଖଣି ଅଂଚଳ ଏବେ ସର୍ବସାଧାରଣଙ୍କ ପାଇଁ ବନ୍ଦ ହୋଇଛି । ଏହି ଅଂଚଳକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧାଂଚଳ ଘୋଷଣା କରିଛନ୍ତି । ଏହି ଅଂଚଳକୁ ଲୋକମାନେ ଟୁରିଷ୍ଟ ପ୍ଲେସ ଭାବି ନଆସିବାକୁ ମାଇକ୍ ଯୋଗେ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । ଏହି ଅଂଚଳ ଏକ ପଥର ଖଣି ହୋଇଥିବା ବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ […]

Continue Reading

ମନ୍ଦିର ଖୋଲିବା ନିଷ୍ପତ୍ତି ହୋଇନି: ପ୍ରତାପ ଜେନା

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିବ ପର୍ଯ୍ୟଟନସ୍ଥଳୀ । କୋଭିଡ଼ କଟକଣା ଭିତରେ ରାଜ୍ୟରେ ଖୋଲିବ ସବୁ ପର‌୍ୟ୍ୟଟନସ୍ଥଳୀ । ଏନେଇ ପ୍ରସ୍ତୁତି ଚାଲିଛି ହେଲେ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ନିଷ୍ପତି ନେବେ । ମନ୍ଦିର ଖୋଲିବା ନେଇ ଆଲୋଚନା ହୋଇନି ବୋଲି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ଆଲୋଚନା କରିବା ପରେ ନିଷ୍ପତିି ନେବୁ । ମନ୍ଦିର ଖୋଲିବା ବର୍ତମାନ ସ୍ଥିତି ଉପରେ ନିର୍ଭର କରୁଛି । ସରକାରଙ୍କ ଗାଇଡ଼ଲାଇନକୁ ଅନୁସରଣ […]

Continue Reading

ପୁରୀ ଓ କୋଣାର୍କକୁ ଗଡିଲା ମୋ ବସ୍‌

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ରବିବାର ଦିନ ଜଗନ୍ନାଥ ଧାମ ପୁରୀ ଓ ଅର୍କକ୍ଷେତ୍ର କୋଣାର୍କକୁ ଆରମ୍ଭ ହୋଇଛି ମୋ ବସ୍ ସେବା । ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି । ସୂଚନାନୁଯାୟୀ ଆଜି ସକାଳ ୭ଟା ୩୦ମି.ରେ ମାଷ୍ଟର କାଣ୍ଟିନ୍ ଛକରୁ ୧୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଗଡିଥିଲା ମୋ ବସ୍ । ସେହିପରି ଆଜି ସକାଳ ପ୍ରାୟ ୭ଟା ୪୦ମି. […]

Continue Reading

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ, ୬ ଗୁରୁତର

ଖୋର୍ଦ୍ଧା: ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ଦୁଇଟି ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗଡମାଣିତ୍ରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗଡମାଣିତ୍ରୀ ଗାଁରେ ହଠାତ୍ ଗ୍ୟାସ୍‌ ଲିକ୍‌ ହେବାରୁ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ଦୁଇଟି ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। […]

Continue Reading