ବଜ୍ରପାତ ନେଲା ପାଞ୍ଚ ଗୋରୁଙ୍କ ଜୀବନ

ଛେଣ୍ଡିପଦା : ଅନଗୁଳ ଜିଲ୍ଲାର ଅଦିନିଆ ବର୍ଷାରେ ଜନ ଜୀବନ ଅସ୍ତ ବ୍ୟସ୍ତ l ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ଲଗାଣ ବର୍ଷା l ଛେଣ୍ଡିପଦା ବ୍ଲକରେ ବିଭିନ୍ନ ସ୍ଥାନରେ ଦିନ ଦୁଇଟାରୁ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବିଜୁଳି ଓ ଘଡଘଡି ସହିତ ବର୍ଷl ଲାଗି ରହିଛି l ଛେଣ୍ଡିପଦା ବ୍ଲକ ଜରପଡା ଥାନା ଅନ୍ତର୍ଗତ କତଡା ପଂଚାୟତର କନ୍ଧକୋରଡ଼ା ଗ୍ରାମରେ ବଜ୍ରପାତ ମାରିବାରୁ ପାଞ୍ଚ ଗୋରୁଙ୍କ ମୁତ୍ୟୁ ଓ ଗୋରୁ ଚରାଉ ଥିବା […]

Continue Reading

ଏହି ୬ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୬ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଜଗତସିଂହପୁର, ବାଲେଶ୍ଵର, ମୟୁରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡା ଓ କେନ୍ଦୁଝର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲା ଗୁଡିକକୁ ବିଭାଗ ପକ୍ଷରୁ […]

Continue Reading

ପରଲୋକରେ ‘ଜହ୍ନମାମୁଁ’ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ଭୁବନେଶ୍ୱର: ଆଖି ବୁଜିଲେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର । ମଙ୍ଗଳବାର ଦିନ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ୧୯୨୪ରେ କେ.ସି ଶିବଶଙ୍କର ଜନ୍ମଗ୍ରହଣ କରିଥିଲେ। ୧୯୪୭ ମସିହାରେ ‘ଜହ୍ନମାମୁଁ’ ପତ୍ରିକାରେ ଯୋଗ ଦେଇଥିଲେ। ସେ ଏହାର ପ୍ରାରମ୍ଭିକ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ‘ଜହ୍ନମାମୁଁ’ ପତ୍ରିକାରେ ତାଙ୍କ ପୁରା ଜୀବନକାଳ କଟିଥିଲା। ‘ଜହ୍ନମାମୁଁ’ ପତ୍ରିକା ବନ୍ଦ ହେବା ପର୍ଯ୍ୟନ୍ତ ସେ […]

Continue Reading

ଭିଜିଲାନ୍ସ ଜାଲରେ ରାଜସ୍ବ ସହକାରୀ ଅଧିକାରୀ

ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଡେଭଲପମେଣ୍ଟ ସେକ୍ସନ ରାଜସ୍ବ ସହକାରୀ ଅଧିକାରୀ ପ୍ରକାଶ କୁମାର ସାହୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଡଙ୍ଗଶାଲୀ ଅଞ୍ଚଳ ଅନ୍ତର୍ଗତ ବିଳାସ ନାୟକଙ୍କ ଏକ କାମ କରାଇଦେବାକୁ କହି ପ୍ରତିବଦଳରେ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସେ ଭିଜିଲାନ୍ସକୁ ଜଣାଇଥିଲେ । ପରେ ପୂର୍ବ ଯୋଜନା ମୁତାବକ କୋରାପୁଟ ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ନେଉଥିବା […]

Continue Reading

ମହୁମାଛି ଆକ୍ରମଣରେ ୬ ଗୁରୁତର

ତେନ୍ତୁଳୀଖୁଣ୍ଟି : ମହୁମାଛି ଆକ୍ରମଣରେ 6 ଗୁରୁତର । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅନ୍ତର୍ଗତ ପତ୍ରପୁଟ ଠାରେ। ସୂଚନା ମୁତାବକ 6 ଜଣ ବ୍ୟକ୍ତି ଗାଈ ଚୋରାଇବା ପାଇଁ ଯାଇଥିବା ସମୟରେ ଗୋଟିଏ ଗଛରେ ମହୁଫେଣା ବସା ବାନ୍ଧି ରହୁଥିଲା। ଆକସ୍ମିତ ଭାବେ ଗୋଟିଏ ଚିଲ ପକ୍ଷୀ ଆସି ମହୁ ଖାଇବା ଆଶାରେ ମହୁ ଫେଣି ଉପରେ ଆକ୍ରମଣ କରିବା ଦ୍ୱାରା ମହୁମାଛି ମାନେ ଛିନଛତ୍ର ହୋଇ ଗାଈ ଚୋରାଳିଙ୍କ […]

Continue Reading

ଗ୍ରାହକ ହୋଇ ଆସିଲେ, ଦୋକାନୀଙ୍କଠୁ ଝାମ୍ପି ନେଲେ

ଖୋର୍ଦ୍ଧା: ଖୋର୍ଦ୍ଧାରେ ମାତିଛନ୍ତି ଲୁଟେରା । ଗ୍ରାହକ ହୋଇ ଆସି ଦୋକାନୀଙ୍କଠୁ ଲୁଟି ନେଲେ ସୁନା ଚେନ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ସହରରେ। ପୁରା ଘଟଣା ସିସିଟିଭିରେ କଏଦ ହୋଇଯାଇଛି। ଜଟଣୀ ସହରରରେ ଥିବା ଏକ ଡିସ୍ ଟିଭି ଦୋକାନକୁ ଗତକାଲି ମଧ୍ୟାହ୍ନରେ ଜଣେ ଗ୍ରାହକ ହୋଇ ଆସିଥିଲେ। ତାଙ୍କ ମୁଣ୍ଡରେ ଥିଲା ହେଲମେଟ୍। ଦୋକାନରେ ଥିବା ଜଣେ ମହିଳାଙ୍କୁ କିଛି ପଚରାଉଚରା କରିଥିଲେ। ତେବେ ମହିଳା ଜଣଙ୍କ କିଛି ବୁଝିବା ପୂର୍ବରୁ […]

Continue Reading

ପୁଣି ଆଉ ୫ ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ଆଜିଠୁ ବିଧାନସଭାର ମୌସୁମୀ ଅଧିବେନଶ । ତେବେ ଏହା ପୂର୍ବରୁ କରୋନା କବଳରେ ମନ୍ତ୍ରୀ ଓ ବିଧାୟକ । ଏବେ ଆଉ ୫ ଜଣ ବିଧାୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିକ୍ରମ ପଣ୍ଡା, ଅଙ୍ଗଦ କଅର, ସୋରଜ ମେହେର, ଜୟନ୍ତ ଷଡ଼ଙ୍ଗୀ ଓ ଭୁଦାନ ମୁର୍ମୁ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତକାଲି ବିଧାନସଭା ପରିସରରେ ୨୫ ବିଧାୟକଙ୍କ କରୋନା ଟେଷ୍ଟ ହୋଇଥିଲା । ସେଥିରୁ ଆଜି ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି […]

Continue Reading

ବିଧାନସଭାର ମୌସୁମୀ ଅଧିବେଶନ: ମାସ୍କ ଓ ଫେସ୍ ସିଲ୍‌ଡରେ ବିଧାୟକ

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ ଗୃହ କାର୍ଯ୍ୟ । ପ୍ରଥମ ଦିନରେ ଦିବଙ୍ଗତ ନେତା, କୋଭିଡ ଯୋଦ୍ଧା, ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ସହ ମୋଟ ୧୮ ଜଣଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଏହାପରେ ଗୃହକୁ ୩ଟା ଯାଏଁ ମୁଲତବୀ ରଖାଯାଇଛି । […]

Continue Reading

ଅଣ ପରିବହନ ଗାଡିର ଭଡା ଉପରେ ଲାଗିବ କଟକଣା

ଭୁବନେଶ୍ୱର: ଏଣିକି ଅଣପରିବହନ ଗାଡିର ଭଡା ଲଗାଣ ଉପରେ ଲାଗିବ କଟକଣା । ପ୍ରାଇଭେଟ ଲାଇସେନ୍ସପ୍ରାପ୍ତ ଗାଡ଼ିଗୁଡିକ କୌଣସି ପରିସ୍ଥିତିରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବନାହିଁ।  ଏପରି କଲେ ଗାଡ଼ି ଭଡ଼ା କରିଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଏତଲା ରୁଜୁ ହେବ। ଏଥିସହିତ ପ୍ରାଇଭେଟ ଗାଡ଼ିର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାନେଇ ପରିବହନ କମିସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଘରୋଇ ଗାଡି ଗୁଡ଼ିକ ସରକାରୀ, ଏକକ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଏବଂ ଶିଳ୍ପସଂସ୍ଥାରେ ଭଡ଼ା […]

Continue Reading

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ମହାମାରୀ କରୋନା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ଅଛନ୍ତି । ସେପେଟେ ମୁକାବିଲା କରିବାକୁ ସରକାର ବି ରଣ କୌଶଳ ପ୍ରସ୍ତୁତ କରିସାରିଛନ୍ତି । ଏହି ଅଧିବେଶନରରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ତେବେ କୋଭିଡ ସ୍ଥିତି ଲାଗି ପ୍ରଶ୍ନକାଳ ରହିବ ନାହିଁ । ଅଧିବେଶନ ସମୟରେ ସମସ୍ତ ବିଧାୟକ ମାସ୍କ ପିନ୍ଧିବେ । ସାମାଜିକ ଦୂରତା […]

Continue Reading