ଧାରଣାରେ କୋଭିଡ ଯୋଦ୍ଧା

ଯାଜପୁର: ଯାଜପୁର ଜିଲ୍ଲାରେ ଗତ ଅଗଷ୍ଟ ୨୦ ତାରିଖରେ ନିଯୁକ୍ତି ପାଇଥିବା କୋଭିଡ ଏ.ଏନ.ଏମ. ଯୋଦ୍ଧା ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସୂଚନା ଅନୁସାରେ, ଗତ ଅଗଷ୍ଟ ୧୮ ତାରିଖରେ ଜିଲ୍ଲା ମେଡ଼ିକାଲ ଅଫିସ ପକ୍ଷରୁ ୩୧୧ଟି ଏ.ଏନ.ଏମ. ପୋଷ୍ଟ ଜିଲ୍ଲାର ୧୦ଟି ବ୍ଲକ ପାଇଁ ପ୍ରତେହ ୮୫୦ ଟଙ୍କାରେ ୩ ମାସ ପାଇଁ ଚୁକ୍ତି କରିଥିଲେ । ହେ ଲେ ଗୋଟେ ମାସ ନ ପୁରୁଣୁ ବିନା କୌଣସି ଦରମା ନଦେଇ ସେମାନଙ୍କୁ […]

Continue Reading

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦ, ରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ଦର ୨୦ ପଇସା ଵୃଦ୍ଧି ପ୍ରତିବାଦରେ ବିଜେପିର ପ୍ରତିବାଦ। ଭୁବନେଶ୍ୱର ସ୍ଥିତ ରାଜ୍ୟ  ବିଦ୍ୟୁତ ନିୟମାକ ଆୟୋଗ ସାମ୍ନାରେ ପ୍ରରିବାଦ କରିଛି  ଭୁବନେଶ୍ୱର ଜିଲ୍ଲା ବିଜେପି। ଭୁବନେଶ୍ୱର  ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଅଭିଯୋଗ କରିଛନ୍ତି ଯେ, କୋଭିଡ ଦମୟରେ ଲୋକମାନେ ଜୀବନ ଜୀବିକାକୁ ନେଇ ଆତଙ୍କିତ ଥିବା ବେଳେ ବିଦ୍ୟୁତ ଦେୟ ବୃଦ୍ଧି କରିବା ଦୁର୍ଭାଗ୍ୟ ଜନକ । ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ  ସେ ଦାବି କରିଛନ୍ତି। ବିଜୁଳି […]

Continue Reading

ମନ୍ଦିର ପରିସରରେ ମର୍ଡର, ପଥରରେ ଛେଚି ହତ୍ୟା

ବ୍ରହ୍ମପୁର: ମନ୍ଦିର ପରିସରରେ ମର୍ଡର । ଯୁବକଙ୍କୁ ପଥରରେ ଛେଚି ବିଭତ୍ସ ହତ୍ୟା । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଳା ବଡବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହି ସ୍ଥିତ ରାଧାକୃଷ୍ଣ ମନ୍ଦିରରେ । ମନ୍ଦିର ପ୍ରାଙ୍ଗଣରେ ଥିବା ରୋଷେଇଘର ବାରଣ୍ଡାରେ ପଡିଛି ବ୍ୟକ୍ତିଙ୍କ ମୃତଦେହ। ମୃତକ ଜଣଙ୍କ କାଳିଆ ସାହୁ ବୋଲି ଜଣାପଡିଛି । ମୃତଦେହ ନିକଟରେ ଦୁଇଟି ଇଟା ମଧ୍ୟ ପଡିଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ବଡ […]

Continue Reading

ପୂର୍ବତନ ମନ୍ତ୍ରୀ ଶେଖ ମତଲୁବଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶେଖ ମତଲୁବଙ୍କ ଆଜି ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଇଟ୍ କରି ଲେଖିଛନ୍ତି, ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶେଖ ମତଲୁବ ଅଲ୍ଲିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ବେଶ୍ ଦୁଃଖିତ । ଏଥିସହ […]

Continue Reading

ଶିକାର ବେଳେ ଶିକାରୀଙ୍କ ଗୁଳିରେ ଗଲା ଜୀବନ, ୧୮ ଅଟକ

ରାୟଗଡା: ଶିକାର ବେଳେ ପଶୁ ଶିକାରୀ ଗୁଳିମାଡରେ ଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଅଣ୍ଡରାକାଂଚ ଥାନା ଖାଇଲାଯୋଡି ଅଂଚଳରେ । ସୂଚନାନୁସାରେ ମଙ୍ଗଳବାର ରାତିରେ କିଛି ଯୁବକ ନିକଟସ୍ଥ ଜଙ୍ଗଲକୁ ବାରାହା ଶିକାର କରିବାକୁ ଯାଇଥିଲେ । ଏହି ସମୟରେ କୌଣସି କାରଣବଶତଃ ଜଣେ ଲୋକଙ୍କ ଉପରେ ଗୁଳି ବାଜିଥିଲା । ଫଳରେ ଘଟଣାସ୍ଥଳରେ ହିଁ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ଖଗେଶ୍ୱର ଖଡିଆ । […]

Continue Reading

ଆଜି ସର୍ବାଧିକ ସଂକ୍ରମିତ, ସର୍ବାଧିକ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଗତ ୬ ମାସ ମଧ୍ୟରେ ଆଜି ରାଜ୍ୟରେ ସର୍ବାଧିକ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଲଗାତାର ୯ମ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଛି । ଗତ ୨୪ ଘଂଟାରେ ରାଜ୍ୟରେ ୪,୩୪୦ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୯୬ ହଜାର ୮୮୮ରେ ପହଂଚିଛି […]

Continue Reading

ଦୁର୍ଘଟଣା ହେଲା ଆମ୍ବୁଲାନ୍ସ

ବାଲେଶ୍ୱର: ବସ୍ତା ଥାନା ଅର୍ନ୍ତଗତ 60 ନଂ ଜାତୀୟ ରାଜପଥ ହଳଦିପଦା ବାଇପାସ ନିକଟରେ ଅଘଟଣ। ଭାରସାମ୍ୟ ହରାଇ ରାସ୍ତା କଡ ନୟନ ଯୋଡ଼ିକୁ ପଶିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଦୁଇ ରୋଗୀ । ଘଟଣା ସ୍ଥଳରେ ରୋଗୀ ଛାଡି ଡ୍ରାଇଭର ଫେରାର । ସୂଚନା ଅନୁଯାୟୀ ବାଲେଶ୍ୱରରୁ ଜଳେଶ୍ୱର ଅଭିମୁଖେ ରୋଗୀ ନେଇ ଆସୁଥିବା ଏକ ଘରୋଇ ଆମ୍ବୁଲାନ୍ସ ହଳଦୀପଦା ବାଇପାସ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ନୟନ ଯୋଡିକୁ ପଶି […]

Continue Reading

ଆରମ୍ଭ ହେଲା ପୁରୀ ଶ୍ରୀମନ୍ଦିର ଫାଟକର ରୂପା ଆଚ୍ଛାଦନ ପ୍ରକିୟା

ପୁରୀ: ପୁରୀର ଜଗନ୍ନାଥ ମନ୍ଦିରର ତିନୋଟି ଫାଟକକୁ ରୂପା ଆଚ୍ଛାଦନ ପାଇଁ କାର୍ଯ୍ୟ ବୁଧବାର ଠାରୁ ଆରମ୍ଭ ହୋଇଛି। ସୂଚନାନୁସାରେ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଆଶିଷ କୁମାର ସୁବୋଧଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍ ମୁଖ୍ୟ ମନ୍ଦିରର ମୁକ୍ତି ମଣ୍ଡପ ମୁହାଁ ବେହେରା ଦ୍ୱାର , ଜଗମୋହନର ଜୟ-ବିଜୟ ଦ୍ୱାର ଏବଂ ମନ୍ଦିର ଗର୍ଭଗୃହ ମୁହାଁ କାଲାହାଟା ଦ୍ୱାର ଆଦିର ମାପ ନେଇଥିଲେ | ପରେ ଦଳ ଗଣମାଧ୍ୟମକୁ କହିଛି ଯେ […]

Continue Reading

ବଜ୍ରପାତ ସହ ବର୍ଷା ଆଶଙ୍କା; ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ସୁନ୍ଦରଗଡ, ଝାରସୁଗୁଡା ଓ ବରଗଡ଼ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲା ଗୁଡିକକୁ ବିଭାଗ ପକ୍ଷରୁ ସନ୍ଧ୍ୟା ୭ ଟା ଯାଏଁ […]

Continue Reading

ପୁଅର ଜୀବନ ପାଞ୍ଚଶହ ଟଙ୍କା

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ପଡ଼ୋଶୀଙ୍କ ଘରୁ ୫୦୦ ଟଙ୍କା ଚୋରି ଅଭିଯୋଗରେ ଜଣେ ନାବାଳକଙ୍କୁ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ପଡୋଶୀ ମହିଳା ଏବଂ ଅନ୍ୟ କେତେକ ଗ୍ରାମବାସୀ ପିଲାଟି ଟଙ୍କା ଚୋରି କରିଥିବା ସନ୍ଦେହ କରିଥିଲେ । ଯଦିଓ ମହିଳା ଜଣକ ପୁଅକୁ ମାଡ ମାରିଥିବା ସ୍ୱୀକାର କରିଛନ୍ତି, ତଥାପି ସେ ତାଙ୍କ ମୃତ୍ୟୁ ବିଷୟରେ ଜାଣି […]

Continue Reading