ଓଡିଶାରେ ଆଉ ୪୨୦୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ ଘଣ୍ଟାରେ ନୂଆ ୪୨୦୯ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ସମସ୍ତ ପଜିଟିଭଙ୍କ ମଧ୍ୟରୁ ୨୪୪୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୧୭୬୮ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି […]

Continue Reading

୯୩ କେଜି.ର ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଭରତପୁର ନିକଟରେ ଅବକାରୀ ବିଭାଗ ଶୁକ୍ରବାର ସକାଳେ ୯୩ କେଜି. ଓଜନର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଏକ ଏସୟୁଭି ଗାଡିରୁ ଗଞ୍ଜେଇ ଭର୍ତ୍ତି ୯୩ଟି ପ୍ୟାକେଟ୍ ମିଳିଥିଲା । ଉକ୍ତ ଗାଡିଟି କନ୍ଧମାଳରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା । ଏଥିସହିତ ସେଥିରୁ ଏକାଧିକ ଗାଡି ନଂ ପ୍ଲେଟ୍ ମଧ୍ୟ ଜବତ କରାଯାଇଛି । ଏହି ଘଟଣାରେ ଡ୍ରାଇଭରଙ୍କୁ ଗିରଫ କରିବା ସହ ମେଡିକାଲ୍ ପରୀକ୍ଷା […]

Continue Reading

ପୂର୍ବତନ ମନ୍ତ୍ରୀଙ୍କ ଘରେ ସିବିଆଇର ଚଢ଼ାଉ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ପକ୍ଷରୁ ଛାନଭିନ୍ କରାଯାଇଛି। ସିବିଆଇର ଏକ ଟିମ୍ ପ୍ରାୟ ଦୁଇ ଘଣ୍ଟା ଧରି ଛାନଭିନ୍ କରିବା ପରେ କିଛି ଦସ୍ତାବିଜ୍ ଧରି ବିଧାୟକ ଶ୍ରୀ ମିଶ୍ରଙ୍କ ଘରୁ ଫେରିଯାଇଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ମିଶ୍ର। ସେ କହିଛନ୍ତି, ୨୦୧୩ରୁ ଏ ମାମଲାର ତଦନ୍ତ କରୁଛି ସିବିଆଇ। ଏଥିରେ ମୁଁ ସହଯୋଗ କରୁଛି। ପୂର୍ବରୁ […]

Continue Reading

ଦୁଷ୍କର୍ମ ପ୍ରୟାସ ବିଫଳ ହେବାରୁ ମହିଳାଙ୍କ ତଣ୍ଟି କାଟି ଦେଲେ ନାବାଳକ

ସମ୍ବଲପୁର: ଦୁଷ୍କର୍ମ ପ୍ରୟାସ ବିଫଳ ହେବାରୁ ମହିଳାଙ୍କ ତଣ୍ଟି କାଟି ଦେଲେ ନାବାଳକ। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି ସମ୍ବଲପୁର ଜିଲ୍ଲା ଧନୁପାଲି ଅଞ୍ଚଳରେ । ସୂଚନାନୁସାରେ, ଖଇରପାଲି ଅଞ୍ଚଳର ଜଣେ ମହିଳା ନଇରୁ ଗାଧେଇ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ନାବାଳକ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା । ଏହାପରେ ଏକ ନିଛାଟିଆ ସ୍ଥାନକୁ ମହିଳାଙ୍କୁ ସେ ଅପହରଣ କରି ନେଇଥିଲେ । ସେଠାରେ ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିବା […]

Continue Reading

ବାଇକ୍ ସ୍କୁଟି ଧକ୍କା ଜଣେ ମୃତ, ୩ ଗୁରୁତର

ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ସାରୁ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି I OD07AD3493 ନମ୍ବର ବିଶିଷ୍ଟ ଏକ ବାଇକ ସହ OD07U6310 ନମ୍ବର ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିଲା I ତେବେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ଅଛନ୍ତି I ମୃତକ ଜଣଙ୍କ ଗୋପାଳପୁର ନିକଟସ୍ଥ ଗଂଗଡାର ମହେଶ ଦାସ ବୋଲି ସୂଚନା ମିଳିଛି I

Continue Reading

ରାସ୍ତାରେ ଗଡୁଛି ଶିଶୁର କଟାମୁଣ୍ଡ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ । ରାସ୍ତରେ ପଡିଛି ଛୋଟ ଶିଶୁର କଟା ମୁଣ୍ଡ । ସକାଳ ସମୟରେ ରାସ୍ତା ଉପରେ କଟାମୁଣ୍ଡ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକ । ପାଖରେ ଏକ ଅଳିଆଗଦା ମଧ୍ୟ ରହିଛି ତେବେ ଶିଶୁର କଟାମୁଣ୍ଡ ପଡିଥିବା ସ୍ଥାନ ନିକଟରେ ଏକ ଘରୋଇ ସ୍କୁଲ ରହିଛି। ନବଜାତ ଶିଶୁର କଟାମୁଣ୍ଡ ରାସ୍ତା ଉପରକୁ କିପରି ଆସିଲା ତାହା ସ୍ପଷ୍ଟ ହୋଇନାହିଁ। କୁକୁର ମାନେ ମୁଣ୍ଡଟି ଆଣି ପକାଇଥିବା ସ୍ଥାନୀୟ ଲୋକେ ଅନୁମାନ […]

Continue Reading

ବାଲୁକା କଳାରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା

ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ପୁରୀ ବେଳାଭୂମିରେ ବାଲୁକାକଳାରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦେଶର ଏହି ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ଦେଶର ବିଭିନ୍ନ ଅଂଚଳରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜୁରାଟର ବଡ଼ନଗରରେ ଜନ୍ମ […]

Continue Reading

ତହସିଲଦାର ସମିସମ୍ମୁଖରେ ଚାଷୀଙ୍କ ଧାରଣା

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଯାମଖୁଣ୍ଟା ପଂଚାୟତରେ ୨୦୧୯ ବର୍ଷର ଫସଲବୀମା କ୍ରପ କଟିଙ୍ଗ ରିପୋର୍ଟରେ ହେରଫେର ହୋଇଥିବା ଯୋଗୁଁ ଚାଷୀ ଫସଲବୀମାରୁ ବଂଚିତ ହୋଇଥିବା ଅଭିଯୋଗ କରି ଚାଷୀ ସିଂଧେକେଲା ଗ୍ରାମ ପଂଚାୟତ ଅଫିସ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଚାଷୀ ଅଭିଯୋଗ କରିଛନ୍ତି ଯେ ଜାମଖୁଣ୍ଟା ପଂଚାୟତ ପାଖ ଗନ୍ଧରଲ, ଭୂଷଲାଡ଼, ଝଲପ ପଂଚାୟତ ମାନଙ୍କରେ ସାମାନୁପାତିତ ବର୍ଷା ହୋଇଥିଲା । କିନ୍ତୁ କ୍ରପ କଟିଙ୍ଗ […]

Continue Reading

ଯୁବକର ମୃତଦେହ ଉଦ୍ଧାର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କାଉଡୋଳା ଗ୍ରାମର ସୁଧୀର ସତନାମୀ (୨୫) ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାରିପାର୍ଶିକ ଅବସ୍ଥା ଦେଖି ଏହା ଆତ୍ମହତ୍ୟା ବୋଲି ଜଣା ପଡିଛି । ଖବର ପାଇ ଆମପାଣି ପୋଲିସ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ଭବାନୀପାଟଣାରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ପରେ ଶବ ଜବତ କରି କୋକସରା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର କାରଣ […]

Continue Reading

କାଠ ଚୋରିରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ

ମୟୁରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ରବିବାର ଭୋର ସକାଳୁ ବନବିଭାଗର କର୍ମଚାରୀ ମାନେ ଚୋରା ଚାଲାଣ ହେଉ ଥିବା ୩୪ ଟି ଶାଳ କାଠ ପଟାକୁ ଜବତ କରିବା ସହ ଚୋରା ଚାଲାଣରେ ସଂପୂର୍କ୍ତ ଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଠାକୁରମୁଣ୍ଡା ରେଞ ଅଫିସ କେଶ ନମ୍ବର ୯୫ ଅନୁଯାୟୀ କୋର୍ଟକୁ ଚାଲାଣ କରିଥିବାର ବନବିଭାଗ ଠାରୁ ଜଣା ଯାଇଛି। ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ପ୍ରଭାତ […]

Continue Reading