ଧରାପଡିଲେ ଜଙ୍ଗଲରେ ନିଆଁ ଲଗାଉଥିବା ୨ ବ୍ୟକ୍ତି

ବୌଦ୍ଧ: ଗତକିଛି ଦିନ ହେବ ରାଜ୍ୟରେ ଜଳୁଥିବା ଅନେକ ଜଙ୍ଗଲ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ବନ ବିଭାଗର କର୍ମଚାରୀ ଆଜି ଏକ ଜଙ୍ଗଲରେ ନିଆଁ ଲଗାଉଥିବା ଜଣେ ବାପ ଓ ପୁଅଙ୍କୁ ଧରିଛନ୍ତି। ସୂଚନା ଅନୁଯାୟୀ ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ବେଳେ ଧରାପଡ଼ିଛନ୍ତି ଏହି ଦୁଇ ବ୍ୟକ୍ତି। ତେବେ ଉଭୟଙ୍କ ଠାରୁ ୨ଟି ଟାଙ୍ଗିଆ ଓ ଦିଆସିଲି ଜବତ କରାଯାଇଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା […]

Continue Reading

ଟିପର-ବସ୍ ଧକ୍କାରେ ଜଣେ ମୃତ ଓ ୮ ଆହତ, ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିଲା ବସ୍

ଭୁବନେଶ୍ୱର: ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ବସ୍ ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟିପର ସହ ବସର ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ବସ୍ ହେଲପର୍ । ତାଙ୍କର ପରିଚୟ ଜଣା ପଡିନି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ସୋମପେଟା ମଣ୍ଡଳ ଅନ୍ତର୍ଗତ କୋରଲାମ ହାଇଓ୍ୱେର ଏହି […]

Continue Reading

କଳାଭୂମି ଓ ପାନ୍ଥନିବାସ ବୁଲିଲେ କୁନିକୁନି ପିଲା

ଭୁବନେ‌ଶ୍ୱର: ଲକ୍‌ଡାଉନ ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ପିଲାଏ ବିରକ୍ତ ହୋଇଗଲେଣି । ସେପଟେ ବାପା ମାଆ ବି ସବୁ ବେଳେ କାମରେ ବ୍ୟସ୍ତ । ତେଣୁ ସେମାନଙ୍କୁ ଘରୁ ବେଶୀ ବାହାରିବାର ସୁଯୋଗ ବି ନାହିଁ । ସେମାନଙ୍କୁ ଟିକେ ବୁଲାବୁଲିର ମଜ୍ଜା ଦେବା ପାଇଁ ରବିବାର ଉଦ୍ୟମ କରିଥିବା ‘ଶ୍ରୀ’ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) । ଗତ କାଲି ରବିବାରରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ପାଣିଟାଙ୍କି ବସ୍ତିର କୁନିକୁନି ପିଲାମାନଙ୍କୁ ଏକ ବସ୍ […]

Continue Reading

ଉନ୍ମୋଚିତ ହେବ ଦିବଂଗତ ଚିତ୍ରଶିଳ୍ପୀଙ୍କ ତୈଳଚିତ୍ର

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ପାଳନ କାରାଯିବ ବୋଲି ଏକାଦେମୀ ତରଫରୁ ସୂଚନା ଦିଆଯାଇଛି। ଏହି ଅବସରରେ ଆଜି ଅପରାହ୍ନରେ ଓଡ଼ିଶାର ପୂର୍ବତନ ବିଶିଷ୍ଟ ଦିବଂଗତ ଚିତ୍ରଶିଳ୍ପୀ ମାନଙ୍କ ତୈଳଚିତ୍ର ଏକାଡେମୀର ଏକ କକ୍ଷରେ ଉନ୍ମୋଚିତ ହେବ ବୋଲି ଏକାଡେମୀର ସଚିବ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

Continue Reading

ସ୍ୱାଗତିକା ସ୍ୱାଇଁ ପାଇବେ ପ୍ରଥମ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ପୁରସ୍କାର

ଭୁବନେଶ୍ୱର : ଆଦ୍ୟା ପ୍ରକାଶନୀ ପକ୍ଷରୁ ପ୍ରଥମ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ପୁରସ୍କାର ଘୋଷଣା କରାଯାଇଛି । ପ୍ରକାଶନୀର ପ୍ରତିଷ୍ଠାତା ଅକ୍ଷୟ ଚନ୍ଦ୍ର ରାୟଙ୍କ ସ୍ମୃତିରେ ଏହି ପୁରସ୍କାର ପାଇଁ ଔପନ୍ୟାସିକା ସ୍ଵାଗତିକା ସ୍ୱାଇଁଙ୍କ “ଦ୍ରୋହକାଳ” ଉପନ୍ୟାସକୁ ଚୟନ କରାଯାଇଛି ।ପ୍ରତିଭା ରାୟ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ଆସନ୍ତା ମାର୍ଚ୍ଚ ୩୦ ରେ ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବ । ପଚାଶ ବର୍ଷରୁ କମ ଲେଖକ […]

Continue Reading

ଓଡ଼ିଶାରେ କରୋନାକୁ ବର୍ଷେ: ଆଜିର ଦିନରେ ଚିହ୍ନଟ ହୋଇଥିଲେ ପ୍ରଥମ ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ କରୋନାକୁ ବର୍ଷେ ପୂରିଛି । ଗତବର୍ଷ ଆଜିର ଦିନରେ ରାଜ୍ୟରୁ ବାହାରିଥିଲା ପ୍ରଥମ ପଜଟିଭ୍ । ଇଟାଲୀ ଫେରନ୍ତା ଯୁବକ ସଂକ୍ରମିତ ହୋଇଥିଲେ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ଦେବାଶିଷ ଶ୍ରୀଚନ୍ଦନଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ ହୋଇଥିଲା ପ୍ରଥମ କେସ୍ । ଏହାରି ଭିତରେ ବର୍ଷେ ବିତିଛି । ମହାମାରୀ ସହ ସଫଳତାର ସହ ମୁକାବିଲା କରିଛି ଓଡ଼ିଶା । ଜୀବନରେ ଏମିତି କେବେ ଦିନ ଆସିବ […]

Continue Reading

ଆଜିଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର: ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ୍ ଫøାରମ୍ ଅଫ୍ ବ୍ୟାଙ୍କ ୟୁନିଅନ(ୟୁବିଏଫ୍‌ୟୁ) ପକ୍ଷରୁ ଆଜି ଓ ଆସନ୍ତାକାଲି ଧର୍ମଘଟ ଡାକରା ଦିଆଯାଇଛି । ତେଣୁ ନଅଟି ବ୍ୟାଙ୍କ କର୍ମଚାରୀ ସଂଘ ଓ ଅଧିକାରୀ ସଂଘ ଆଜିର ଧର୍ମଘଟରେ ସାମିଲ ହୋଇଛନ୍ତି । ଦେଶବ୍ୟାପୀ ପ୍ରାୟ ୧୦ ଲକ୍ଷରୁ ଅଧିକ କର୍ମଚାରୀ ଏଥିରେ ସାମିଲ ହେବେ । ସପ୍ତାହ ଆରମ୍ଭରୁ ଦୁଇ ଦିନ ବ୍ୟାଙ୍କ ବନ୍‌ଦ ରହୁଥିବାରୁ ଟଙ୍କା ଉଠା, ଜମା ଓ ଚେକ୍ କ୍ଲିଅରାନ୍ସ ଆଦି […]

Continue Reading

ଓଡ଼ିଶାର ଏହି ଜିଲ୍ଲାରେ ହେବ ୩ ଏକଲବ୍ୟ ବିଦ୍ୟାଳୟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡିଶା ସରକାର ୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବେ ବୋଲି ଜଣେ ଅଧିକାରୀ କହିଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଜାମନକିରା, ବାମରା ଏବଂ ଜୁଜୁମୁରା ବ୍ଲକରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହେବ। ସମ୍ବଲପୁର ଜିଲ୍ଲା କଲ୍ୟାଣ ଅଧିକାରୀ ଗିତାନସୁ ଦାସ କହିଛନ୍ତି, କୋଠା ନିର୍ମାଣ କେନ୍ଦ୍ର ଦ୍ୱାରା କରାଯିବ। ଏହି ବିଦ୍ୟାଳୟଗୁଡ଼ିକ ଦୁର୍ଗମ ଅଞ୍ଚଳରେ ଆଦିବାସୀ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ସହାୟକ ହେବ। ସେ […]

Continue Reading

କଲେଜ କ୍ୟାମ୍ପସ୍‌ରେ ପ୍ରେମ ନିବେଦନ କରିବା ପ୍ରେମୀ ଯୁଗଳଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ପାକିସ୍ତାନର ଲାହୋର ଏକ ବିଶ୍ୱବିଦ୍ୟାଳୟ ପରିସରରେ ପରସ୍ପରକୁ ଆଲିଙ୍ଗନ କରି ପ୍ରେମ ନିବଦେନ କରିବା ଜଣେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଲା। ଏହି ଭିଡିଓ ଭାଇରାଲ୍‌ ହେବା ପରେ ଲାହୋର ବିଶ୍ୱବିଦ୍ୟାଳୟ ପ୍ରେମୀ ଯୁଗଳଙ୍କୁ ବହିଷ୍କାର କରିଛି। ଶୁକ୍ରବାର ଦିନ ଲାହୋର ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଅନୁଶାସନ କମିଟି ଉଭୟଙ୍କୁ ଡକାଇଥିଲା କିନ୍ତୁ ସେମାନେ ପହଞ୍ଚି ନଥିଲେ। ଏହି କମିଟି ଉଭୟ ଛାତ୍ର ଓ ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟରୁ ହଟାଇବାକୁ ଏବଂ କୌଣସି କ୍ୟାମ୍ପସରେ ସେମାନଙ୍କ […]

Continue Reading

ସୋପିଆନରେ ଏନକାଉଣ୍ଟର, ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।ଏଯାବତ୍ ତାଙ୍କର ପରିଚୟ ମିଳିପାରିନାହିଁ। ଏହି ଏନକାଉଣ୍ଟର ଜିଲ୍ଲାର ରାୱଲପୋରା ଅଞ୍ଚଳରେ ଶନିବାର ଠାରୁ ଆରମ୍ଭ ହୋଇଥିବା ସୁତ୍ରରୁ ପ୍ରକାଶ।

Continue Reading