ନିର୍ବାଚନ ପୂର୍ବରୁ ବଦଳିଲେ ପଶ୍ଚିମବଙ୍ଗ ପୋଲିସ ଡିଜି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଲେ ପୋଲିସ ଡିଜି ବୀରେନ୍ଦ୍ର । ତାଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ତାଙ୍କ ସ୍ଥାନରେ ୧୯୮୭ ବ୍ୟାଚ୍‌ ଆଇପିଏସ ଅଫିସର ପି. ନିରଞ୍ଜନାୟନଙ୍କୁ ବେଙ୍ଗଲ ପୋଲିସ ଡିଜି ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ସହ ଜଡ଼ିତ କୌଣସି ପଦରେ ବୀରେନ୍ଦ୍ର ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ନିଯୁକ୍ତି ପାଇବେ ନାହିଁ । ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଓ ସ୍ୱତନ୍ତ୍ର ପୋଲିସ […]

Continue Reading

ଭଞ୍ଜସେନା ପକ୍ଷରୁ ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ

ମୟୂରଭଂଜ: ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲିଭାଇବାରେ ବିଫଳତାକୁ ନେଇ ଆଜି ଭଂଜସେନା ପକ୍ଷରୁ ମୟୂରଭଂଜ ପାଳନ କରାଯାଉଛି । ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ଦୋକାନ ବଜାର ବନ୍ଦ ରହିଛି । ଜରୁରୀ ସେବାକୁ ବାଦ ଦିଆଯାଇଛି । ଅପରାହ୍ନ ୩ଟା ଯାଏଁ ଏହି ବନ୍ଦ ପାଳନ କରାଯିବ ।ଏହି ବନ୍ଦକୁ କଂଗ୍ରେସ, ସିପିଏମ୍ ଏବଂ ସିଟୁ ସମର୍ଥନ କରିଛି ।

Continue Reading

ଓଡିଶାର ମହିଳା ଉଦ୍ୟୋଗୀଙ୍କ ପାଇଁ ଓସିଏଫ୍ ପକ୍ଷରୁ ‘ଅନନ୍ତ୍ୟା’ ପୁରସ୍କାର

ଭୁବନେଶ୍ୱର: ଉଦ୍ୟୋଗର ସଂସ୍କୃତି ସୃଷ୍ଟି କରିବା ଏବଂ ଓଡିଶାକୁ ଏକ ଗ୍ଲୋବାଲ ଏଣ୍ଟରପାଇଜ୍ ହବ୍‌ ଭାବରେ ପୁନଃପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଓଡିଶା କର୍ପୋରେଟ୍ ଫାଉଣ୍ଡେସନ ଫାଉଣ୍ଡେସନ ଓଡିଶାର ମହିଳା ଉଦ୍ୟୋଗୀଙ୍କୁ ‘ଅନନ୍ତ୍ୟା’ ପୁରସ୍କାର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଓସିଏଫ୍ ର ପ୍ରତିଷ୍ଠାତା ସଭାପତି ହୃଷିକେଶ ବେହେରା କହିଛନ୍ତି ଯେ, ‘ଆସନ୍ତା ଏପ୍ରିଲ ୨୪ ତାରିଖରେ ଓସିଏଫ୍ ମହିଳା ଉଦ୍ୟୋଗୀ ପୁରସ୍କାର ଦିଆଯିବ । ଦେଶ ବିଦେଶରେ ନାଁ କରିଥିବା ଉଦ୍ୟୋଗୀ […]

Continue Reading

ହସିବ ପଶ୍ଚିମ ଓଡ଼ିଶାର ଚାଷ ଜମି, ଆଜି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ଚାଷ ପାଇଁ ଆଉ ରହିବନି ଜଳ କଷ୍ଟ । ପଡ଼ିଆ ପଡ଼ିବନି ଏକର ଏକର ଚାଷ ଜମି । ପଶ୍ଚିମ ଓଡ଼ିଶାର ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ଚାଷ ଜମିକୁ ଜଳସେଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ୬୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲା ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗିର ଜିଲ୍ଲାର ହଜାରେ ୬୭୦ […]

Continue Reading

ପୁରୀ ଆସିବ ଏନଏସଜି ଟିମ୍: ୧୮ ତାରିଖରେ ଶ୍ରୀମନ୍ଦିର ସୁରକ୍ଷାର କରିବେ ଯାଞ୍ଚ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି । ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ । ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ୫ ଜଣିଆ NSG ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ଟିମରେ ରହିବେ ଏନଏସଜିର ଦୁଇ ଜଣ ଅଧିକାରୀ ଓ ଦୁଇ ଜଣ କର୍ମଚାରୀ । ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ମିଶି ମକ ଡ୍ରିଲ କରିବା କାର୍ଯ୍ୟକ୍ରମ […]

Continue Reading

ଦେଶରେ ୨୪ ଘଣ୍ଟାରେ ୧୫ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୭୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୧,୧୨,୪୪,୭୮୬କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୫,୩୮୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ପାଖାପାଖି ୭୭ ଜଣଙ୍କର ମୃତ୍ୟୁ ଘଟିଛି। ସୁସ୍ଥ ହୋଇଛନ୍ତି ୧୬,୫୯୬ ଜଣ। ଏଯାବତ୍ କରୋନାରେ ସଂକ୍ରମିତ […]

Continue Reading

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁଓ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନାଁ ପର୍ଶୁରାମ ନାଏକ । ଏକକାଳୀନ ୩ଟି ସ୍ଥାନରେ ଚଢାଉ ଚଳାଇଛନ୍ତି ରାଉରକେଲା ଭିଜିଲାନ୍ସ ଡିଭିଜନର ଟିମ୍ । ପର୍ଶୁରାମଙ୍କ ସୁନ୍ଦରଗଡ଼ ଟାଉନର ରଙ୍ଗାଢ଼ିପରେ ଥିବା ତିନି ମହଲା କୋଠା, ପୈତୃକ ଗାଁ ଲେଫ୍ରିପଡ଼ା, ବଡ଼ଗାଁ ସ୍ଥିତ ସରକାରୀ ଅଫିସ ଚାମ୍ପରରେ ଚଢ଼ାଉ ଜାରି ରଖିଛନ୍ତି […]

Continue Reading

ପୁରୀ ଲୋକନାଥ ମନ୍ଦିରରେ ଆଜି ପଙ୍କୋଦ୍ଧାର ଏକାଦଶୀ ନୀତି

ପୁରୀ: ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଆଜି ଅନୁଷ୍ଠିତ ହେବ ପଙ୍କୋଦ୍ଧାର ଏକାଦଶୀ ନୀତି । କୋଭିଡ କଟକଣା ଭିତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଏହି ନୀତି ସମ୍ପନ୍ନ ହେବ । ଗମ୍ଭୀରା ଭିତରକୁ ପ୍ରବେଶ କରି ଦର୍ଶନ ଉପରେ କଟକଣା ଜାରି ହୋଇଛି । ମନ୍ଦିରଠାରୁ ୨୦୦ମିଟର ଅଞ୍ଚଳକୁ ନୋ ଏଣ୍ଟ୍ରି ଜୋନ କରାଯାଇଛି । ଶ୍ରୀଲୋକନାଥ ମନ୍ଦିର ଭିତରେ ଓ ବାହାରେ ୧୫ ପ୍ଲାଟୁନ ପୁଲିସ୍‌ ଫୋର୍ସ ମୁତୟନ ହେବେ […]

Continue Reading

ଜେଇଇ ମେନ୍: ଓଡ଼ିଶାରୁ ଟପ୍ପର ହେଲେ ଗୌତମ ଦାସ

ଭୁବନେଶ୍ୱର: ଓଡ଼ିଶାର ଗୌତମ ଦାସ ୯୯.୯୯ ପ୍ରତିଶତ ମାର୍କ ରଖି ଜେଇଇ ମେନରେ ରାଜ୍ୟ ଟପ୍ପର ହୋଇଛନ୍ତି। ସୋମବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ଫଳାଫଳ ଘୋଷଣା କରାଯାଇଛି। ବି.ଇ ଓ ବି.ଟେକ୍ ପାଇଁ କରାଯାଇଥିବା ଏହି ପରୀକ୍ଷାର ପେପର-୧ରେ ୯୯.୯୯୯୦୩୫୭ ଏନଟିଏ ସ୍କୋର ରଖି ଗୌତମ ଓଡ଼ିଶାରେ ଟପ୍ପର ହୋଇଛନ୍ତି।ସେ ଭୁବନେଶ୍ୱରର ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଛାତ୍ର ବୋଲି ଜଣାପଡିଛି।

Continue Reading

କୋଲକାତା ଅଗ୍ନିକାଣ୍ଡରେ ଶୋକ ପ୍ରକାଶ କଲେ ମୋଦି, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

କୋଲକାତା: କୋଲକାତାର ବଡ ବଜାର ଅଞ୍ଚଳର ଷ୍ଟ୍ରେଣ୍ଡ ରୋଡରେ ଥିବା ୧୨ ମହଲାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ମୋଦି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେହିପରି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଓ ଆହତଙ୍କୁ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ମୋଦି । ଏଥିସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ, ଗତକାଲି କୋଲକାତାର ଷ୍ଟ୍ରେଣ୍ଡ ରୋଡ୍ ସ୍ଥିତ ନ୍ୟୁ […]

Continue Reading