ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବିବନକୁ ନେଇ ସିନ୍ ରିକ୍ରିଏଟ୍ କଲା ସିବିଆଇ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ କରିଛି ସିବିଆଇ ଟିମ୍ । ବାରଙ୍ଗ ଅଞ୍ଚଳର ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରାଯାଇଛି । ୧୯୯୯ ମସିହାର ସେହି କାଳ ରାତିରେ କେମିତି ବିବନ କୁକର୍ମ କରିଥିଲା ତାର ଡେମୋ ଦେଖାଉଛି । ସିବିଆଇ ଗୁରୁବାର ଠାରୁ ବିବନ ବିଶ୍ୱାଳ ଓରଫ ଜଳନ୍ଧରକୁ ୨ ଦିନିଆ ରିମାଣ୍ଡରେ ନେଇଛି । ରିମାଣ୍ଡର ଶେଷ ଦିନରେ […]

Continue Reading

୧୦ ଦିନ ପରେ ବି ଜଳୁଛି ଶିମିଳିପାଳ, ୩୦ଟି ସ୍ଥାନରେ ଲାଗିଛି ନିଆଁ

ବାରିପଦା: ୧୦ ଦିନ ପରେ ବି ଜଳୁଛି ଶିମିଳିପାଳ । ଲିଭୁନି ନିଆଁ । ନିଆଁ ଆୟତ୍ତ କରିବାକୁ ବନ ବିଭାଗ ଉଦ୍ୟମ କରୁଛି । ଗୋଟିଏ ଅଞ୍ଚଳରେ ନିଆଁ ଲିଭିବା ବେଳକୁ ଅନ୍ୟ ଅଞ୍ଚଳରେ ଲାଗି ଯାଉଛି । ଯାହାକୁ ଆୟତ୍ତ କରିବା ଲାଗି ବନ ବିଭାଗ ଓ ଅଗ୍ନିଶମ ବାହିନୀ ନାକଦେମ୍ ହେଲାଣି । ୨ ହଜାର ୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଶିମିଳିପାଳ ଜୈବ ମଣ୍ଡଳର ୩୦ରୁ ଅଧିକ ସ୍ଥାନରେ ଏବେବି […]

Continue Reading

୭୦ ଏକରରେ ନୁହେଁ ୧୦୭ ଏକର ଜମିରେ ନିର୍ମାଣ ହେବ ରାମ ମନ୍ଦିର ପରିସର

ଅଯୋଧ୍ୟା: ଉତ୍ତରପ୍ରଦେଶ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଚାଲିଛି । ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ସୂଚନା ଅନୁସାରେ, ଏବେ ରାମ ମନ୍ଦିର ପରିସର ୧୦୭ ଏକର ଜମିରେ ନିର୍ମାଣ ହେବ । ପୂର୍ବରୁ ୭୦ ଏକର ଜାଗାରେ ନିର୍ମାଣ ନେଇ ସ୍ଥିର ହୋଇଥିଲା । ଟ୍ରଷ୍ଟ ଅନୁସାରେ, ରାମ ଜନ୍ମଭୂମି ପରିସର ନିକଟରେ ୭ ହଜାର ୨୮୫ ସ୍କୋୟାର ଫୁଟର ଜମି କିଣାଯାଇଛି । ଯାହାପରେ ଏବେ ରାମ ମନ୍ଦିର ପରିସର ୧୦୭ ଏକର ଜମିରେ […]

Continue Reading

ସ୍ବାମୀ ସହ ରହିବାକୁ ପତ୍ନୀଙ୍କୁ ବାଧ୍ୟ କରାଯାଇପାରିବ ନାହିଁ: ସୁପ୍ରିମକ‌ୋର୍ଟ

ନୂଆଦିଲ୍ଲୀ: ପତ୍ନୀ କେବେବି ତା’ ସ୍ବାମୀର ଦାସୀ ନୁହେଁ। ଯଦି ଜଣେ ପତ୍ନୀ ନଚାହାଁନ୍ତି ତାହେଲେ ତାଙ୍କୁ ସ୍ବାମୀ ସହ ରହିବା ଲାଗି ବାଧ୍ୟ କରାଯାଇପାରିବ ନାହିଁ। କାରଣ ପତ୍ନୀ ପୁରୁଷର ଦାସୀ କିମ୍ବା ଅସ୍ଥାବର ସମ୍ପତ୍ତି ନୁହେଁ। ସୁପ୍ରିମକୋର୍ଟର ଜଷ୍ଟିସ୍ ସଞ୍ଜୟ କିଷାନ କୌଲ ଓ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ଏଭଳି ରାୟ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୩ ମସିହାରେ ଗୋରଖପୁରର ଜଣେ ମହିଳା ଯୌତୁକ ପାଇଁ ନିର୍ଯ୍ୟାତନା ପାଇବା ସହ ଘରୁ ତଡା […]

Continue Reading

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ

ଅହମ୍ମଦାବାଦ: ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଭାରତ ୨-୧ରେ ସିରିଜ ଆଗୁଆ ରହିଛି । ୫୫୦ତମ ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ । ଏହି ମ୍ୟାଚ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ଖେଳୁ ନାହାନ୍ତି ଯଶପ୍ରୀତ ବୁମରାହ […]

Continue Reading

ପେଟ୍ରୋଲ ଓ ଡିଜେଲ ଉପରେ ୮ ଟଙ୍କା ୫୦ପ. ଟିକସ ହ୍ରାସ ସମ୍ଭବ: ରିପୋର୍ଟ

ନୂଆଦିଲ୍ଲୀ: ଯଦି ସରକାର ଚାହାଁନ୍ତି ତାହେଲେ ଅତି ସହଜରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଲ୍କ ରେ ଲିଟର ପିଛା ୮.୫ ଟଙ୍କା ହ୍ରାସ କରିପାରିବ। ଯାହା ଫଳରେ ସରକାରଙ୍କ ରାଜସ୍ବ ଉପରେ ପ୍ରଭାବ ପଡିବ ନାହିଁ ବୋଲି ଆଇସିଆଇସିଆଇ ସିକ୍ୟୁରିଟିଜ ନିଜ ରିପୋର୍ଟରେ ଦାବି କରିଛନ୍ତି। ଏବେକା ସମୟରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ରେକର୍ଡ କରୁଛି। ଏହାର ମୂଲ୍ୟର ବଢିବାର ଅନ୍ୟ ଏକ କାରଣ ହେଉଛି ଟିକସ। ପେଟ୍ରୋଲରେ ପ୍ରାୟ ୬୦ […]

Continue Reading

ସତ ଉଗାରିବ ବିବନ: ଆଜିଠୁ ଦୁଇ ଦିନିଆ ରିମାଣ୍ଡରେ ଯିବ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡ

ଭୁବନେଶ୍ୱର: ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନର ଟିଆଇ ପରେଡ ସରିଛି । ଆଜିଠୁ ରିମାଣ୍ଡରେ ଯିବ ଅଭିଯୁକ୍ତ । ଆଜିଠୁ ବିବନକୁ ଦୁଇ ଦିନିଆ ରିମାଣ୍ଡରେ ନେବ ସିବିଆଇ । ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିବ । ତା ମୁହଁରୁ ଘଟଣାର ସତ ବାହାର କରିବ ତଦନ୍ତକାରୀ ଟିମ୍ । କୁତ୍ସିତ କାରନାମା କରିବା ପରେ କେମିତି ରାଜ୍ୟ ବାହାରକୁ ଚମ୍ପଟ ମାରିଥିଲା ? କାହା ପ୍ରରୋଚନାରେ ଜଘନ୍ୟକାଣ୍ଡ ଘଟାଇଥିଲା କି ? […]

Continue Reading

ନୂଆ ଡିଜିଟାଲ୍ ମିଡିଆ ଗାଇଡଲାଇନରେ ହସ୍ତକ୍ଷେପ କରିପାରିବେନି ରାଜ୍ୟ

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ-୨୦୨୧ର ଭାଗ ୩ ଅଧୀନରେ ସମସ୍ତ କ୍ଷମତା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଲାଗୁ କରିବ । ଭାଗ-୩ରେ ରାଜ୍ୟ ସରକାର, ଜିଲ୍ଲାପାଳ କିମ୍ବା ପୋଲିସ ଆୟୁକ୍ତମାନଙ୍କୁ କୌଣସି କ୍ଷମତା ପ୍ରଦାନ କରାଯାଇନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି । ଏ ସଂକ୍ରାନ୍ତ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ […]

Continue Reading

ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ବନ୍ଧପାଲି ନିକଟ ଇବ୍ ନଦୀ ପଠାରେ ମୃତଦେହର ବିଭିନ୍ନ କଟାଅଂଶ ଏଣେତେଣେ ପଡ଼ିଥିଲା । ସୁନ୍ଦରଗଡ଼ ସଦର ପୋଲିସ୍‌ ଖଣ୍ଡବିଖଣ୍ଡିତ ଅଂଶକୁ ଉଦ୍ଧାର କରି ତଦନ୍ତ ଚଳାଇଛି । ମୃତକଙ୍କ ପରିଚୟ ମିଳି ନଥିବା ବେଳେ କେହି ହତ୍ୟା କରି ନଦୀପଠାରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଗତ ରାତିରେ ଇବ୍ ନଦୀ ପଠାରୁ ସଦର ଥାନା […]

Continue Reading

ଶୋଇଥିବା ବେଳେ ବୃଦ୍ଧଙ୍କୁ ଦଳି ଦେଲା ହାତୀ

ସୋନପୁର: ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ, ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ । ହାତୀ ଆକ୍ରମଣରେ ଉଲୁଣ୍ଡା ରେଞ୍ଜ ପଣ୍ଡକିଟାଲ ଗାଁରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ୬୦ ବର୍ଷୀୟ ନାରାୟଣ ଭୋଇ ବୋଲି ଜଣାପଡ଼ିଛି । ନାରାୟଣ ଭୋଇ ନିଜ ଝିଅ ଘରେ ରହୁଥିଲେ । ବୁଧବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନାରାୟଣଙ୍କୁ ହାତୀ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟ […]

Continue Reading