ଗୋଆ: ରାଜ୍ୟରେ ବଢୁଥିବା କୋଭିଡ ସଙ୍କଟକୁ ଦୃଷ୍ଟିରେ ରଖି ଗୋଆରେ ଗୁରୁବାର ସନ୍ଧ୍ୟା ଠାରୁ ଲକ୍ଡାଉନ୍ ଜାରି ହେବା ନେଇ ଗୋଆ ସରକାର ଘୋଷଣା କରିଛନ୍ତି। ଏହା ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିବ।
ଗୋଆରେ ଲକ୍ଡାଉନ୍ ସମୟରେ କେବଳ ଜରୁରୀ ସେବା ଖୋଲା ରହିବ। ଗୋଆ ସିଏମ୍ ପ୍ରମୋଦ ସାମନ୍ତ ଘୋଷଣା କରିଛନ୍ତି ଯେ ଲକଡାଉନ୍ ସମୟରେ ପରିବହନ ଏବଂ ଦୋକାନବଜାରଗୁଡ଼ିକ ମଧ୍ୟ ବନ୍ଦ ରହିବ। ଏ ନେଇ ଖୁବ୍ ଶୀଘ୍ର ଏକ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯିବ।
ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ୍ ରାଣେ ସୋମବାର କହିଛନ୍ତି ଯେ ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟରେ ପ୍ରତିଦିନ ୨୦୦ ରୁ ୩୦୦ କରୋନ ଜନିତ ମୃତ୍ୟୁ ହୋଇପାରେ ଏବଂ କରୋନାଭାଇରସ୍ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଏକ ମାସ ପର୍ଯ୍ୟନ୍ତ ଲକ୍ଡାଉନ୍ କରିବାକୁ ପରାମର୍ଶ ଦିଆଯାଇଛି।