ବିଶ୍ୱକପ୍‌ ପ୍ରମୋସନ୍‌ରେ ଶାହାରୁଖ

Top Storise କ୍ରୀଡ଼ା

ନୂଆଦିଲ୍ଲୀ: ଦିନକୁ ଦିନ କ୍ରିକେଟକୁ ନେଇ କ୍ରେଜ୍‌ ବଢିବାରେ ଲାଗିଛି । ଏହି ଖେଳ ଏତେ ମାତ୍ରାରେ ଲୋକପ୍ରିୟତା ହାସଲ କଲାଣି ଯେ ବିଶ୍ୱସ୍ତରରେ ମଧ୍ୟ ଏହାକୁ ନେଇ ଦମଦାର୍‌ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । କ୍ରିକେଟ୍‌ ବିଶ୍ୱକପ୍‌ ସମୟ ଯେତିକି ପାଖେଇ ଆସେ  ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ସେତିକି ବୃଦ୍ଧିପାଏ । । ଭାରତରେ ଅକ୍ଟୋବର- ନଭେମ୍ବର ମାସରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌ ଯେତିକି ପାଖେଇ ଆସୁଛି କ୍ରିକେଟ୍‌ ପ୍ରେମୀଙ୍କ ଆଗ୍ରହ ସେଭଳି ବଢିିବାରେ ଲାଗିଛି । ଏହି ସମ୍ପୃକ୍ତିକୁ ଆଗକୁ ନେବା ଲାଗି ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ମଧ୍ୟ ଏକ ପ୍ରମୋରେ ସାମିଲ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଏହି ପ୍ରମୋର ଭିଡିଓକୁ ଛାଡିବା ପରେ ପ୍ରଶଂସକଙ୍କ ମନରେ ଦିନିକିଆ କ୍ରିକେଟ୍‌କୁ ନେଇ ସିହରଣ ଖେଳିଯାଇଛି । ୨ ମିନିଟ୍‌ର ଏହି ଭିଡିଓରେ ଶାହାରୁଖ କହୁଛନ୍ତି ‘ଗୋଟିଏ ଦିନରେ ସବୁ କିଛି ଘଟିବ, ଇତିହାସ ସୃଷ୍ଟି କରିବା ଏବଂ ଇତିହାସ ହୋଇଯିବା ମଧ୍ୟରେ ଫରକ ବି ମାତ୍ର ଗୋଟିଏ ଦିନର । ଜର୍ସି ପିନ୍ଧାଯିବ ଓ ଛାତି ଗର୍ବରେ ଫୁଲି ଉଠିବ ଏହି ଗୋଟିଏ ଦିନ । ଯୁକ୍ତିସଂଗତ ଉତ୍ସାହର ବିଜୟ ହେବ,ସ୍ମୃତି ସବୁ ଖେଳିଯିବ ବାସ୍‌ ଏହି ଗୋଟିଏ ଦିନ ।

ଭୟ ଉପରେ ବିଜୟ ହେବ, ଉଲ୍ଲାସର ଶୀର୍ଷତମ ଉତ୍ସାହଠାରୁ ଆରମ୍ଭ କରି ତିକ୍ତତାର ନିମ୍ନତମ ଅନୁଭବ ବି ଆସି ଆଲିଙ୍ଗନ କରିବ ଗୋଟିଏ ଦିନରେ । ସଂଗୀତ, ନୃତ୍ୟ, ବିସ୍ମୟ ବି ଏହି ଗୋଟିଏ ଦିନରେ ଛାଇଯିବ । ଏହା ହେଉଛି ଆଇସିସି ଦିନିକିଆ ବିଶ୍ୱକପ୍‌ । ଅନେକ ଦିନର ସ୍ୱପ୍ନ, ଜୀବନ୍ତ ହୋଇଯିବ ଏହି ଗୋଟିଏ ଦିନରେ  । ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କୋଲ୍‌କାତା ନାଇଟ୍‌ ରାଇଡର୍ସର ସହ ମାଲିକ ଥିବା ଶାହରୁଖ୍‌ ଖାନ୍‌ଙ୍କ ଏହି ଭିଡିଓରେ ୨୦୧୯ ବିଶ୍ୱକପ୍‌ ବିଜେତା ଇଅନ୍‌ ମୋର୍ଗାନ୍‌ଙ୍କ ସହିତ ଦୀନେଶ କାର୍ତ୍ତିକ, ଜଣ୍ଟି ରୋଡ୍ସ, ମୁଥୟା ମୁରଲୀଧରନ, ଶୁଭମାନ୍‌ ଗିଲ୍‌ ଓ ଜେମିମା ରଡ୍ରିଗ୍ୱେଜ ପ୍ରମୁଖଙ୍କୁ ଦେଖିବାକୁ ମିଳିଛି । 

Leave a Reply

Your email address will not be published. Required fields are marked *