ନ୍ୟୁୟର୍କରେ ପ୍ରଦର୍ଶିତ ହେବ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’

Top Storise ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: ଓଡ଼ିଶାରେ ଜନ୍ମିତ ନିର୍ମାତା ତଥା ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କ ଫିଲ୍ମ ‘କାଲିର ଅତୀତ’ ଖୁବ୍ ଶୀଘ୍ର ନ୍ୟୁୟର୍କର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ ଫିଲ୍ମ୍ ସୋସାଇଟିର କର୍ଣ୍ଣେଲ ସିନେମାରେ ପ୍ରଦର୍ଶିତ ହେବ।

ପଦ୍ମ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତାଙ୍କର ଏହା ହେଉଛି ପ୍ରଥମ ଓଡିଆ ଚଳଚ୍ଚିତ୍ର।

ସେ ଉକ୍ତ ଅନୁଷ୍ଠାନର ଛାତ୍ର ଏବଂ ଅଧ୍ୟାପିକମାନଙ୍କ ସହ ଏକ ୱେବିନାର କରିବା ସହ ଚଳଚ୍ଚିତ୍ରର ବିଷୟବସ୍ତୁ – ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବ ବିଷୟରେ ଆଲୋକପାତ କରିବେ।

“ମୁଁ ଖୁସି ଯେ ଫିଲ୍ମଟି କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶିତ ହୋଇଛି। ଏହି ଚଳଚ୍ଚିତ୍ର ନିଶ୍ଚିତ ଭାବରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସଚେତନ କରିବ। କାରଣ ଏହା ଓଡିଶାର ସତ୍ୟ ଘଟଣା ଉପରେ ଆଧାରିତ” ବୋଲି ଏକ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି।

Leave a Reply

Your email address will not be published. Required fields are marked *