ତାମିଲ ଚଳଚ୍ଚିତ୍ର ‘ଆନିୟାନ’ର ହିନ୍ଦୀ ରିମେକରେ ଅଭିନୟ କରିବେ ରଣବୀର ସିଂ

Top Storise ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: ରଣବୀର ସିଂ ତାମିଲ ଚଳଚ୍ଚିତ୍ର ଆନିୟାନର ହିନ୍ଦୀ ରିମେକରେ ଅଭିନୟ କରିବେ। ରଣବୀର ସିଂ ନିର୍ଦ୍ଦେଶକ ଶଙ୍କର ଶାନମୁଗମ୍ ଏବଂ ନିର୍ମାତା ଡ. ଜୟନ୍ତୀଲାଲ ଗଡଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଶଙ୍କର ମୂଳ ଚଳଚ୍ଚିତ୍ର ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମର ସୁଟିଂ ୨୦୨୨ରେ ଆରମ୍ଭ ହେବ।

ଏହାକୁ ଏକ ଗର୍ବର ମୁହୂର୍ତ୍ତ ବୋଲି କହି ରଣବୀର ଲେଖିଛନ୍ତି ଯେ ଭାରତୀୟ ସିନେମାର ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଙ୍କ ସହ ମୋର ସହଯୋଗ ଘୋଷଣା କରି ମୁଁ ବେଶ୍‌ ଖୁସି।

ଆନିୟାନ୍ ୨୦୦୫ରେ ମୁକ୍ତିଲାଭ କରିଥିଲେ। ସାଇକୋଲୋଜିକାଲ୍‌ ଆକ୍ସନ୍ ଥ୍ରୀଲର୍ ଚଳଚ୍ଚିତ୍ର।ଏହି ଚଳଚ୍ଚିତ୍ରରେ ବିକ୍ରମ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସାଧା, ନେଡୁମୁଦି ଭେନୁ, ବିବେକ, ପ୍ରକାଶ ରାଜ ଏବଂ ନାସରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସଫଳ ହୋଇଥିଲା। ଏହାସହିତ ସ୍ପେଶାଲ୍ ଇଫେକ୍ଟସ୍ ବର୍ଗରେ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲା।

Leave a Reply

Your email address will not be published. Required fields are marked *