ନିଜ ଭଉଣୀ ବାହାଘରରେ ସଲ୍‌ମାନଙ୍କ ଟାୱେଲ ଲୁକ୍‌; ଫଟୋ ଭାଇରାଲ୍‌

Top Storise ମନୋରଞ୍ଜନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କ ତାଙ୍କ ଭଉଣୀ ଅର୍ପିତା ଖାନଙ୍କୁ ବହୁତ ଭଲପାଆନ୍ତି। ଏ କଥା ତ ସମସ୍ତେ ଜାଣନ୍ତି। ଏମିତିକି ସଲମାନ ଅର୍ପିତାଙ୍କର ସମସ୍ତ ଇଚ୍ଛା ମଧ୍ୟ ପୂରଣ କରିଥାନ୍ତି। ୨୦୧୪ରେ, ଅର୍ପିତାଙ୍କ ବିବାହ ଆୟୁଷ ଶର୍ମାଙ୍କ ସହିତ ବେଶ୍‌ ଧୁମ୍‌ଧାମ୍‌ରେ ହୋଇଥିଲା। ସେହି ସମୟର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରିଥିଲା।

ବିବାହର ୬ ବର୍ଷ ପରେ ଅର୍ପିତା ପୁଣି ଥରେ ‌ସେହି ଦିନକୁ ମନେ ପକାଇଛନ୍ତି। ନିକଟରେ ଅର୍ପିତା ତାଙ୍କ ବିବାହ ସମୟର ଏକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ସଲମାନ ଖାନ ଏକ ନିଆରା ଶୈଳୀରେ ନଜର ଆସିଛନ୍ତି।

ଅର୍ପିତା ଖାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଭାଇ ସଲମାନ ଖାନଙ୍କ ଏକ ମଜାଦାର୍‌ ଫଟୋ ସେୟାର କରିଛନ୍ତି। ତେବେ ବିଶେଷ କଥା ହେଉଛି ସଲମାନଙ୍କୁ ଏଥିରେ ଏକ ଟାୱେଲ ପିନ୍ଧିଥିବାର ଦେଖିବାକୁ ମିଳିଛି। ଏହାସହିତ ଅର୍ପିତା ମଧ୍ୟ ଏକ ଧଳା ରଙ୍ଗର ଲେହେଙ୍ଗାରେ ଏବଂ ବିନା ମେକଅପ୍‌ରେ ନଜର ଆସିଛନ୍ତି।

ଏହି ଫଟୋ ସେୟାର କରି ଅର୍ପିତା କ୍ୟାପସନରେ ଲେଖିଛନ୍ତି, ‘ବହୁତ ସୁନ୍ଦର ସ୍ମୃତି।’ କେବଳ ପ୍ରଶଂସକ ନୁହଁନ୍ତି ତାରକାମାନେ ମଧ୍ୟ ଭାଇ ଓ ଭଉଣୀଙ୍କ ଏହି ଫଟୋକୁ ପସନ୍ଦ କରୁଛନ୍ତି।

Leave a Reply

Your email address will not be published. Required fields are marked *