ଦର୍ଶକଙ୍କୁ ବାନ୍ଧି ରଖିଲା ଧବାଲ କ୍ଷତ୍ରୀଙ୍କ କ୍ରିଏଟିଭ ପେଣ୍ଟିଂ

Top Storise ରାଜ୍ୟ

ଭୁବନେଶ୍ୱର : ତିନିଦିନ ଧରି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ୧୫ତମ ଗୁରୁ ଦକ୍ଷିଣା ଉତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପନ ସମାରୋହରେ ଚିନ୍ମୟୀ କ୍ଲାସିକ ଅନୁଷ୍ଠାନର ଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ପ୍ରଖ୍ୟାତ ଭିନ୍ନକ୍ଷମ ଚିତ୍ରଶିଳ୍ପୀ ଧବାଲ କ୍ଷତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ କ୍ରିଏଟିଭ ପେଣ୍ଟିଂ ଦର୍ଶକଙ୍କୁ ବାନ୍ଧି ରଖିଥିଲା।

ଏହି ଅବସରରେ ଶିଳ୍ପୀଗୁରୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଗୁରୁ ଦକ୍ଷିଣା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଭିନ୍ନକ୍ଷମ ଚିତ୍ରଶିଳ୍ପୀ ଧବାଲ କ୍ଷତ୍ରୀଙ୍କୁ ସୃଜନଶୀଳ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ଉତ୍ସବରେ କଳାଶ୍ରମର ଉପଦେଷ୍ଟା ମନୋଜ ଦାସ ସ୍ୱାଗତ ଭାଷଣ ଦେଇଥିଲେ ଓ ବିଶ୍ଵଜିତ ବଳିଆର ସିଂ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ରାଜ କିଶୋର ଦାସ, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଏବଂ ଗୁରୁ ଧନେଶ୍ୱର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *