ହାଇଦ୍ରାବାଦ: ଭାରତ-ଚୀନ୍ ଯୁଦ୍ଧରେ ପୁରସ୍କାର ପ୍ରାପ୍ତ ପୂର୍ବତନ ସେନା ବର୍ତ୍ତମାନ ଜୀବିକା ନିର୍ବାହ ପାଇଁ ହାଇଦ୍ରାବାଦ ରାସ୍ତାରେ ଏକ ଅଟୋରିକ୍ସା ଚଳାଇବାକୁ ବାଧ୍ୟ ହେଉଛନ୍ତି। ଏଥିପାଇଁ ସେ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ ମଧ୍ୟ କରିଛନ୍ତି। ଯୁଦ୍ଧରେ ଅବଦାନ ପାଇଁ ପୂର୍ବତନ ସେନା ଯବାନ ଶେଖ ଅବଦୁଲ କରିମଙ୍କୁ ପଦକ ପ୍ରଦାନ କରାଯାଇଥିଲା।
କରିମ କହିଛନ୍ତି ଯେ ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ ୧୯୬୪ ମସିହାରେ ଭାରତୀୟ ସେନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ପିତା ପ୍ରଥମେ ବ୍ରିଟିଶ ସେନାରେ କାର୍ଯ୍ୟ କରୁଥିଲେ ଏବଂ ପରେ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ।
ସେ କହିଛନ୍ତି ଯେ ୧୯୭୧ର ଭାରତ-ଚୀନ୍ ଯୁଦ୍ଧ ସମୟରେ ସେ ଲାହୋଲ ଅଞ୍ଚଳରେ ଅବସ୍ଥାପିତ ହୋଇଥିଲେ। ଏଥିପାଇଁ କରିମଙ୍କୁ ଷ୍ଟାର ପଦକ ପ୍ରଦାନ କରାଯାଇଥିଲା ଏବଂ ୧୯୭୧ରେ ଏକ ସ୍ବତନ୍ତ୍ର ପୁରସ୍କାର ମଧ୍ୟ ମିଳିଥିଲା।କରିମ୍ କହିଛନ୍ତି ଯେ ତାଙ୍କ ସମେତ ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ଅନେକ ସୈନିକଙ୍କୁ ବାହାର କରି ଦିଆଯାଇଥିଲା।
ସେନାବାହିନୀରେ ଥିବାବେଳେ କରିମ ସରକାରୀ ଜମି ପାଇଁ ଆବେଦନ କରିଥିଲେ ଏବଂ ତେଲେଙ୍ଗାନାର ଗୋଲାପାଲି ଗ୍ରାମରେ ପାଞ୍ଚ ଏକର ଜମି ଦିଆଯାଇଥିଲା।
ସେ କହିଛନ୍ତି ଯେ ପ୍ରାୟ ୨୦ ବର୍ଷ ପରେ ଗାଁର ୭ ଜଣ ଲୋକଙ୍କ ମଧ୍ୟରେ ୫ ଏକର ଜମି ବଣ୍ଟା ଯାଇଥିଲା। ସମାନ ସର୍ଭେ ନମ୍ବର ଅନୁଯାୟୀ ମୋତେ ଆଉ ପାଞ୍ଚ ଏକର ଜମି ପ୍ରଦାନ କରାଯାଇଥିବା ଅଭିଯୋଗ କରିବା ପରେ, ପ୍ରାୟ ଏକ ବର୍ଷ ପରେ ମଧ୍ୟ ଜମିର ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇ ନଥିଲା।
ସେ କହିଛନ୍ତି ଯେ ସେନାରୁ ବହିଷ୍କୃତ ହେବା ପରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେ କହିଛନ୍ତି ଯେ ତାଙ୍କର ଘର ମଧ୍ୟ ନାହିଁ ଏବଂ ବର୍ତ୍ତମାନ ପରିବାରକୁ ଚଳାଇବା ପାଇଁ ୭୧ ବର୍ଷ ବୟସରେ ଏକ ଅଟୋ ରିକ୍ସା ଚଳାଉଛନ୍ତି।‘ମୁଁ ମୋର ଦେଶକୁ ନଅ ବର୍ଷ ସେନା ଭାବରେ ସେବା କରିଥିଲି, କିନ୍ତୁ ମୋତେ ହଟାଇ ଦିଆଯାଇଥିଲା ଏବଂ ମୁଁ ବର୍ତ୍ତମାନ ୭୧ ବର୍ଷ ବୟସରେ ଏକ ଅଟୋ ରିକ୍ସା ଚଳାଉଛି।
ମୋ ପରିବାରକୁ ଚଳାଇବା କଷ୍ଟକର ହୋଇପଡିଛି। ମୋର ନିଜ ଘର ଖଣ୍ଡେ ମଧ୍ୟ ନାହିଁ।ସେ କହିଛନ୍ତି ଯେ ସେବା ପଦକ ଜିତିବା ସତ୍ବେ ମୁଁ କୌଣସି ପ୍ରକାର ପେନ୍ସନ୍ କିମ୍ବା ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପାଇ ନାହିଁ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପୂର୍ବତନ ସେନାଙ୍କୁ ସାହାଯ୍ୟ କରିବାକୁ ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି।