ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ବିସ୍ଫୋଟକ ଭଳି ଫୁଟି ଚାଲିଛି । ସପ୍ତାହେ ହେଲା ଲଗାତାର ୩ ଲକ୍ଷରୁ ଅଧିକ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁସାରେ, ବିଗତ ୨୪ ଘଣ୍ଟାରେ ୩ ଲକ୍ଷ ୭୯ ହଜାର ୨୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୩ ହଜାର ୬୪୫ ଜଣଙ୍କ ମୃତ୍ୟୁ ହୋଇଛି । ୨ ଲକ୍ଷ ୬୯ ହଜାର ୫୦୭ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି ।
ଦେଶରେ କରୋନାର ସ୍ଥିତି
ମୋଟ ସଂକ୍ରମିତଙ୍କ ସଂଖ୍ୟା- ୧ କୋଟି ୮୩ ଲକ୍ଷ ୭୬ ହଜାର ୫୨୪
ମୋଟ ସୁସ୍ଥ- ୧ କୋଟି ୫୦ ଲକ୍ଷ ୮୬ ହଜାର ୮୭୮
ମୋଟ ସକ୍ରିୟ ମାମଲା- ୩୦ ଲକ୍ଷ ୮୪ ହଜାର ୮୧୪
ମୋଟ ମୃତ୍ୟୁ- ୨ ଲକ୍ଷ ୪ ହଜାର ୮୩୨
ମୋଟ ଟିକାକରଣ- ୧୫ କୋଟି ୨୦ ହଜାର ୬୪୮ ଡୋଜ୍
ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି । ମହାରାଷ୍ଟ୍ରରେ ବୁଧବାର କରୋନାରେ ୯୮୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଦିଲ୍ଲୀରେ ବୁଧବାର ୨୫ ହଜାର ୯୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୬୮ ଜଣଙ୍କ ମୃତ୍ୟୁ ହୋଇଛି ।