ସୁଖମୟ ଦାମ୍ପତ୍ୟ ଜୀବନ ସହ ଜଡିତ ଏହି ଜଣାଅଜଣା କଥା

Top Storise ଜୀବନଚର୍ଯ୍ୟା
  • ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ଗୁରୁବାର ଦିନ ହଳଦିଆ ବସ୍ତ୍ରରେ ୫ଟି ଗୁଜୁରାତି ରଖି ଗରିବକୁ ଦାନ ଦିଅନ୍ତୁ।
  • ଆଶା ଅନୁଯାୟୀ ଟଙ୍କା ସଞ୍ଚୟ ଅଥବା ରୋଜଗାର ନ ହୋଇପାରିଲେ ଏକ ହଳଦିଆ କପଡ଼ାରେ ଗୋଟିଏ ଗୁଜୁରାତି ରଖି ତକିଆ ତଳେ ରଖିଲେ, ଏହି ସମସ୍ୟା ଦୂର ହୋଇଯିବ।
  • ଶିକ୍ଷା କ୍ଷେତ୍ରରେ ଉନ୍ନତି ଚାହୁଁଥିଲେ, ଗୋଟିଏ ଗୁଜୁରାତିକୁ କ୍ଷୀରରେ ଫୁଟାଇ ନିୟମିତ ସାତଟି ସୋମବାର କୌଣସି ଗରିବ ଲୋକଙ୍କୁ ଦିଅନ୍ତୁ।
  • ନିୟମିତ ଗୋଟିଏ ଗୁଜୁରାତି ଖାଇବା ଦ୍ୱାରା ପାଟିର ଦୁର୍ଗନ୍ଧ ସମସ୍ୟା ମଧ୍ୟ ଦୂର ହୋଇଥାଏ।
    • 👉ଆକ୍ୱାରିୟମ –
  • ଆକ୍ୱାରିୟମକୁ ଶୟନ କକ୍ଷରେ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇଥାଏ। ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ। ସର୍ବଦା ଚିନ୍ତା ଲାଗି ରହିଥାଏ।
    • 👉ଘିକୁଆଁରୀ –
  • ଗୃହରେ ଭୁଲ ସ୍ଥାନରେ ବୃକ୍ଷ ଲଗାଇଲେ ଏହା ଅଶୁଭ ଫଳ ପ୍ରଦାନ କରିଥାଏ। ଶୟନ କକ୍ଷରେ କୌଣସି ପ୍ରକାରର ବୃକ୍ଷ ରଖନ୍ତୁ ନାହିଁ କିମ୍ବା ଲଗାନ୍ତୁ ନାହିଁ। ଏହା ବୈବାହିକ ଜୀବନ ଉପରେ କୁପ୍ରଭାବ ପକାଇଥାଏ। ବିଶେଷ କରି ଶୟନ କକ୍ଷରେ ଘିକୁଆଁରୀ ବୃକ୍ଷ ଥିଲେ ପତିପତ୍ନୀଙ୍କ ମଧ୍ୟରେ ଦୂରତ୍ୱ ବଢିଥାଏ। ଏହାସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖାଯାଏ।
  • ଶୟନ କକ୍ଷରେ ଥିବା ଖଟ ଅଳ୍ପ ଭାଙ୍ଗିଥିଲେ ମଧ୍ୟ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହେବା ସହ ନକରାତ୍ମକ ପ୍ରଭାବ ପଡ଼ିଥାଏ।
  • ଶୟନକକ୍ଷରୁ ନକରାତ୍ମକ ଶକ୍ତି ଦୂର କରିବା ନିମନ୍ତେ ୨ଟି କର୍ପୁର ଆଳତୀ ଶୟନକକ୍ଷରେ କରନ୍ତୁ।
  • ଶୟନକକ୍ଷରେ ଅଇଁଠା ବାସନ ଆଦୌ ରଖନ୍ତୁ ନାହିଁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଏ ଓ ଅଶାନ୍ତି ସୃଷ୍ଟି ହୋଇଥାଏ।

Leave a Reply

Your email address will not be published. Required fields are marked *