ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ବରେଇପାଲି ଅଂଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଟ୍ରକ୍ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛି ।
ବିଳମ୍ବିତ ରାତ୍ରିରେ ସମ୍ବଲପୁରରୁ ବୁର୍ଲା ପଟକୁ ଦୁଇଟି ବାଇକରେ ୪ ଜଣ ଯୁବକ ଯାଉଥିଲେ । ସମ୍ନାପଟୁ ଆସୁଥିବା ଏକ ଅଜଣା ଟ୍ରକ୍ ଏମାନଙ୍କ ଉପରେ ଚଢିଯାଇଥିଲା । ତେବେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେମାନଙ୍କୁ ସେଠାରେ ୩ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣେ ଗୁରୁତର ଅଵସ୍ଥାରର ଏବେବି ଚିକିତ୍ସିତ ହେଉଛନ୍ତି ।