ଡ୍ରଗ୍ସ ଜାଲରେ ବଲିଉଡ ନାୟିକା: ଅଭିଯୋଗ ପରେ ମୁହଁ ଖୋଲିଲେ ଦିୟା

Top Storise ଅପରାଧ ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍ସ କନେକ୍ସନ ମାମଲା ଆସିବା ପରଠୁ ଅନେକ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି। ଜଣେ ପରେ ଜଣେ ଅଭିନେତ୍ରୀ ଡ୍ରଗ୍ସ ସେବନ କରୁଥିବା ମାମଲାର ଖୁଲାସା ହୋଇ ସାରିଛି। ଏହା ମଧ୍ୟରେ ଡ୍ରଗ୍ସ ମାମଲାରେ ଏନସିବିର ରାଡାରରେ ଦୀୟା ମିର୍ଜାଙ୍କ ନାମ ଥିବା ଖବର ସାମ୍ନାକୁ ଆସିଛି। ତାଙ୍କୁ ଜେରା ପାଇଁ ଡକାଯାଇପାରେ ବୋଲି କୁହାଯାଉଛି।

ସେପଟେ ଡ୍ରଗ୍ସ ଲିଙ୍କରେ ଦିୟାଙ୍କ ନାଁ ଆସିବା ପରେ ସେ ମୁହଁ ଖୋଲିଛନ୍ତି । ସେ ଟ୍ୱିଇଟ୍ କରି କହିଛନ୍ତି, ମୁଁ ମୋ ଜୀବନରେ କେବେ ବି ଡ୍ରଗ୍ସ ସେବନ କରିନାହିଁ । ମୋ ନାରେ ଯାହା ଖବର ଆସିିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । ଏହା ମୋ ଭାବମୂର୍ତ୍ତିକୁ ଖରାପ କରିଛି । ସେ ଏନେଇ କୋର୍ଟକୁ ଯିବେ ଏବଂ ଲଢ଼େଇ କରିବେ ବୋଲି କହିଛନ୍ତି । ଡ୍ରଗ୍ସ ନେଇ ଯାହା ଖବର ଆସିଛି ତାହା ସମ୍ପୂର୍ଣ୍ଣ ମିଛ ବୋଲି ଦିୟା କହିଛନ୍ତି ।

ସୂଚନା ଅନୁସାରେ, ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ବଲିଉଡ ବଡ ବଡ ଚେହାରଙ୍କ ଗୁମର ଫିଟିବାେରେ ଲାଗିଛି । ଗୋଟିଏ ପରେ ଗୋଟିଏ ଅଭିନେତ୍ରୀ ଏନ୍‌ସିବି ରାଡାରକୁ ଆସୁଛନ୍ତି । ଏବେ ଏହି ମାମଲାରେ ଗିରଫ ହୋଇଥିବା ଅନୁଜ କେଶୱାନୀ ଅଭିନେତ୍ରୀ ଦିୟାଙ୍କ ନାଁ ଏନ୍‌ସିବି ଆଗରେ ନେଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ସେ ଏନ୍‌ସିବି ଆଗରେ କୁଆଡେ କହିଛନ୍ତି ଯେ, ଦିୟାଙ୍କ ମ୍ୟାନେଜର ଡ୍ରଗ୍ସ କିଣୁଥିଲେ । ଏହାର ପ୍ରମାଣ ସେ ଦେଇଛନ୍ତି । ଏହି ଆଧାରରେ ଦିୟାଙ୍କୁ ଏନ୍‌ସିବି ସମନ୍ କରିପାରେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *