ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ୯ଟି ପ୍ରସ୍ତାବ ଉପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ବୈଠକ ବସିଥିଲା । ଏଥିରେ ୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ, ସ୍ୱାସ୍ଥ୍ୟ ଏବଂ ପରିବାର […]

Continue Reading

ଭୁବନେଶ୍ୱର ୩ଟି ସ୍ଥାନରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା, ଜାଣନ୍ତୁ କେଉଁଠି ?

ଭୁବନେଶ୍ୱର: ରାଜଧାନୀରେ ପୁଣି ଥରେ ବଢୁଛି କରୋନା ସଂକ୍ରମଣ । ମୁକାବିଲା ପାଇଁ ପୁଣି ଥରେ କଟକଣା କଡ଼ାକଡ଼ି ହେଉଥିବା ବେଳେ ଚିକିତ୍ସା ବ୍ୟବସ୍ଥାକୁ ତ୍ୱାରାନ୍ୱିତ କରାଗଲାଣି । ଭୁବନେଶ୍ୱରରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିଛି ବିଏମସି । ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ରାାଜଧାନୀରେ ୩ଟି ସ୍ଥାନରେ ଦେୟଯୁକ୍ତ ଗେଷ୍ଟ ହାଉସରେ ବ୍ୟବସ୍ଥା କରାଯାଇଛି । ପଟିଆ, ଘାଟକିଆ ଓ ଗଜପତି ନଗରରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିଛି ବିଏମସି । ପଟିଆରେ ଥିବା ମାଆ ଗେଷ୍ଟ ହାଉସ, ଘାଟିକିଆରେ […]

Continue Reading

ଆଣ୍ଟି-କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡର ହେଲେ ସୋନୁ ସୁଦ, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଚଣ୍ଡିଗଡ଼: ପଞ୍ଜାବର ଆଣ୍ଟି-କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ପାଇଁ ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି ଅଭିନେତା ସୋନୁ ସୁଦ । ଗତବର୍ଷ କରୋନାର ଭୟଙ୍କର ସ୍ଥିତି ନେଇ ଜାରି ହୋଇଥିବା ଲକଡାଉନ୍ ସମୟରେ ପ୍ରବାସୀଙ୍କୁ ନିଜ ଘରକୁ ପଠାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଉ ସମସ୍ତଙ୍କ ବଡ ଫ୍ୟାନ ହୋଇଯାଇଥିଲା । ତାଙ୍କ ମହାନତା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା । କରୋନା କାଳରେ ଲୋକଙ୍କୁ ନିରନ୍ତର ସାହାଯ୍ୟ ପ୍ରଦାନ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ […]

Continue Reading

ଜାଣନ୍ତୁ ନାଇଟ୍‌ ୱାଚ୍‌ମ୍ୟାନ୍‌ରୁ ଆଇଆଇଏମ୍‌ ପ୍ରଫେସର ହୋଇଥିବା ଏହି ନିଆରା ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ…

ନୂଆଦିଲ୍ଲୀ: ୨୮ ବର୍ଷିୟ ରଣଜିତ ରାମଚନ୍ଦ୍ରନଙ୍କ ଯାତ୍ରା ଅନେକଙ୍କ ପାଇଁ ଆଜି ପ୍ରେରଣା ହୋଇପାରିଛି। ଅନେକଙ୍କ ଲୋକଙ୍କ ଜୀବନରେ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ପ୍ରେରଣା ଦେଇପାରିଛନ୍ତି ରଣଜିତ। ଜଣେ ରାତ୍ରି ଜଗୁଆଳୀରୁ ରାଞ୍ଚିରେ ଆଇଆଇଏମ୍ ରେ ସହକାରୀ ପ୍ରଫେସର ଭାବରେ ନିଜ ଜୀବନକୁ ପରିବର୍ତ୍ତନ କରିବାରେ ସଫଳ ହୋଇଛନ୍ତି ରଣଜିତ। ରଣଜିତ ରାମଚନ୍ଦ୍ରନ ଫେସବୁକରେ ଏକ ପୋଷ୍ଟ ଅପଲୋଡ୍ କରିଥିଲେ। ତାଙ୍କ ପୋଷ୍ଟ ଭାଇରାଲ ହେବା ସହ ଫେସବୁକରେ ୩୭,୦୦୦ ରୁ ଅଧିକ ଲାଇକ୍ ମିଳିଥିବା […]

Continue Reading

ପିପିଲିରେ ମୁତୟନ ରହିବେ କେନ୍ଦ୍ରୀୟ ଫୋର୍ସ ସହ ୨୯ ପ୍ଲାଟୁନ୍ OASP

ପୁରୀ: ପିପିଲି ଉପନିର୍ବାଚନକୁ ମଝିରେ ରହିଲା ଆଉ ୪ଦିନ । ୧୭ ତାରିଖରେ ଭୋଟ୍ ପଡ଼ିବ । ତାପୂର୍ବରୁ ଆଜି ପିପିଲିରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ପିପିଲି ଉପନିର୍ବାଚନରେ ମୁତୟନ ହେବେ ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ । ୨୯ ପ୍ଲାଟୁନ୍‌ OSAP ବି ମୁତୟନ ରହିବେ । ସୁରକ୍ଷା ଦୃଷ୍ଟିରୁ ପିପିଲି ନିର୍ବାଚନ ମଣ୍ଡଳୀକୁ ଏକାଧିକ ଜୋନ୍‌ରେ ବିଭକ୍ତ କରାଯାଇଛି । ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା ପରେ ଏହି ସୂଚନା […]

Continue Reading

ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଉଦାରତା । ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ ପଟ୍ଟନାୟକ । ଅଜିତ କରୋନା ସଂକ୍ରମିତ ହୋଇଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏକଥା ଜାଣିବା ପରେ ତାଙ୍କ ଭାଇଙ୍କୁ ଫୋନ୍ କରି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାସହ ଅଜିତ ମଙ୍ଗରାଜଙ୍କ ଦ୍ରୁତ ଆରୋଗ୍ୟ […]

Continue Reading

ସର୍ବାଧିକ କରୋନା ପ୍ରଭାବିତ ଦେଶ ତାଲିକାରେ ଦ୍ୱିତୀୟରେ ରହିଛି ଭାରତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧,୬୮,୯୧୨ ନୂତନ ସଂକ୍ରମଣ ମାମଲା ଆସିବା‌ ପରେ ଭାରତ ବିଶ୍ବରେ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ ହୋଇଛି। ତଥ୍ୟ ଅନୁଯାୟୀ ବ୍ରାଜିଲର ୧୩.୪୫ ନିୟୁତ ମାମଲାକୁ ଅତିକ୍ରମ କରି ଭାରତର ସମୁଦାୟ ୧୩.୫୩ ମିଲିୟନରେ ପହଞ୍ଚିଛି। ୩୧.୨ ନିୟୁତ ମାମଲା ସହିତ ଆମେରିକା ବିଶ୍ବସ୍ତରରେ ଆଗୁଆ ରହିଛି। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ କରୋନା ଜନିତ ମୃତ୍ୟୁ ୯୦୪ ରହିଛି। ଏହାସହିତ […]

Continue Reading

ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା, ଆଜିଠୁ ଆଗାମୀ ୫ ଦିନ ଯାଏଁ ସତର୍କ ସୂଚନା

ଭୁବନେଶ୍ବର: ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି । ଆଜି ଅପରାହ୍ନରୁ ଆଗାମୀ ୫ ଦିନ ଯାଏ ଅର୍ଥାତ ୧୬ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଝଡ-ବର୍ଷା ସହ ବଜ୍ରପାତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । କାଲି ସକାଳ ସୁଦ୍ଧା ୧୭ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୬ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ନୟାଗଡ଼, […]

Continue Reading

ଟେନସନ୍ ଦେଉଛି ଛତିଶଗଡ଼: ସୀମାନ୍ତବର୍ତ୍ତୀ ଓଡ଼ିଶାର ୮ ଜିଲ୍ଲାରେ ମାଡୁଛି ମହାମାରୀ

ଭୁବନେଶ୍ୱର: ଓଡ଼ିଶାକୁ ଘାରିଛି ଛତିଶଗଡ଼ ଟେନସନ୍ । ସେଠି ବ୍ୟାପୁଛି ମହାମାରୀ । ଓଡ଼ିଶାରେ ବଢୁଛି ଦୈନିକ ସଂକ୍ରମଣ । ସୀମାନ୍ତ ୮ ଜିଲ୍ଲାରେ ଉପରମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଛତିଶଗଡ଼ରୁ ଚିହ୍ନଟ ହୋଇଛନ୍ତି ୧୧ ହଜାରରୁ ଅଧିକ ଆକ୍ରାନ୍ତ । ଏହି ସମୟରେ ଓଡ଼ିଶାରୁ ବାହାରିଛନ୍ତି ୧୩ଶହ ୭୯ ପଜିଟିଭ୍ । ଏଥିରୁ କେବଳ ଛତିଶଗଡ଼ ସୀମାନ୍ତ ୮ ଜିଲ୍ଲାରୁ ଅଛନ୍ତି ୬୩୧ ସଂକ୍ରମିତ । ଯାହାକି ମୋଟ୍ ଆକ୍ରାନ୍ତଙ୍କ ୪୫ ପ୍ରତିଶତରୁ […]

Continue Reading

ମହାରାଷ୍ଟ୍ରରେ ଲାଗିବ ଲକଡାଉନ୍ ? ଆଜି ଟାକ୍ସଫୋର୍ସ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ମୁମ୍ୱାଇ: ମହାରାଷ୍ଟ୍ରରେ ସଂକ୍ରମଣ ମହାରୂପ ଧାରଣ କରିଛି । ଦୈନିକ ୫୦ ହଜାରରୁ ଅଧିକ ସଂକ୍ରମିତ ହେଉଛନ୍ତି । ନିୟନ୍ତ୍ରଣ ବାହାରକୁ ଯାଉଛି ସ୍ଥିତି । ରାଜ୍ୟରେ ଲକଡାଉନ୍ ଲାଗୁ ହେବ କି ? ଏସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆଜି ମହାରାଷ୍ଟ୍ର କୋଭିଡ୍ ଟାସ୍କ ଫୋର୍ସର ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ । କୁହାଯାଉଛି, ଏଠାରେ ବିଚାରବିମର୍ଶ ପରେ ଲକଡାଉନ୍ ଘୋଷଣା କରିପାରନ୍ତି ଉଦ୍ଧାବ ଠାକରେ । ଗତକାଲି ସର୍ବଦଳୀୟ ବୈଠକରେ ରାଜ୍ୟରେ […]

Continue Reading