କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ବର : ରାଜ୍ୟରେ କାଳବୈଶାଖୀ ଆଣିଦେଲା ଆଶ୍ବସ୍ତି । ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବା ବେଳେ, ଆଶ୍ବସ୍ତି ଅନୁଭୁବ କରିଛନ୍ତି ଲୋକେ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ତାତି କମିଥିବା ବେଳେ, ସମସ୍ତ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ତଳକୁ ହ୍ରାସ ପାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ବାଲେଶ୍ବରରେ ତାପମାତ୍ରା ୩୪.୭ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୫.୪, କଟକରେ […]

Continue Reading

ରାଉରକେଲାରେ ଟିକାକରଣ, ୧୮+ ବର୍ଗରେ ୩୮୦୦ ବ୍ୟକ୍ତି ନେଲେ ପ୍ରଥମ ଡୋଜ

ରାଉରକେଲା: ରାଉରକେଲା ସହରର ୮ଟି କେନ୍ଦ୍ରରେ ଆଜି ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତି ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ସୂଚନା ଅନୁସାରେ ନିର୍ଦ୍ଧାରିତ ସମୟ ସକାଳ ୮ଟାରୁ ଦିନ ୧୨ଟା ଭିତରେ କୋଭିଡ୍ ନିୟମ ପାଳନ କରି ମୋଟ ୩୮୦୦ ଲୋକ ଟିକା ନେଇଛନ୍ତି। ସବୁ କେନ୍ଦ୍ରରେ ଟିକାଦାନ କାର‌୍ୟ୍ୟକ୍ରମକୁ ସଫଳ କରିବା ଲାଗି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ତେବେ ଏହି ଟିକାକରଣ ଲାଗି ମୋଟ ୩୫ ଜଣ ସ୍ୱାସ୍ଥ୍ୟ କର୍ମଚାରୀ, ୧୬ […]

Continue Reading

୧୬ ଜିଲ୍ଲାରେ ହେବ ଆରଟିପିସିଆର ଟେଷ୍ଟିଂ ସେଣ୍ଟର, ମୁଖ୍ୟମନ୍ତ୍ରୀଙ୍କ କୋଡ଼ିଏ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ବଢୁଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ୧୬ଟି ଜିଲ୍ଲାରେ ଆରଟିପିସିଆର ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଉକ୍ତ ଜିଲ୍ଲା ଗୁଡ଼ିକ ମଧ୍ୟରେ ଭଦ୍ରକ, ବୌଦ୍ଧ, ଢେ଼ଙ୍କାନାଳ ଗଜପତି ,ଖୋର୍ଦ୍ଧା ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି, ନୂଆପଡା, ସୋନପୁର, କନ୍ଧମାଳ, ସୁନ୍ଦରଗଡ, ରାୟଗଡ଼ା ଓ ବରଗଡର ସଦର ମହକୁମା। ଏହି ଟେଷ୍ଟିଂ ସେଣ୍ଟର ଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ […]

Continue Reading

ପୁରୀ ଚନ୍ଦନ ଯାତ୍ରାରେ ଜାରି ହେବ ୧୪୪ ଧାରା

ପୁରୀ: ଆସନ୍ତା ୧୫ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଅନୁକୂଳ ସହ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ପ୍ରସ୍ତୁତ ହୋଇଛି। ତଦନୁଯାୟୀ, ୫୦ରୁ ୬୫ ଜଣ ସେବାୟତଙ୍କୁ ନେଇ କୋଭିଡ କଟକଣା ଭିତରେ ଏହି ଯାତ୍ରା ହେବ। ଯେଉଁଥିପାଇଁ ଆସନ୍ତାକାଲିଠାରୁ ଚନ୍ଦନ ଯାତ୍ରାରେ ସମ୍ପୃକ୍ତ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ହେବାକୁ ଥିବା ବେଳେ […]

Continue Reading

ଓଡ଼ିଶାରେ ୭ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଡିଆରଡିଓ

ଭୁବନେଶ୍ୱର: କରୋନା ରୋଗୀଙ୍କ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶାରେ ୭ଟି ପ୍ଲାଣ୍ଟ ସ୍ଥାପନ ଲାଗି ନିଷ୍ପତ୍ତି ହୋଇଛି। ଏନେଇ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ନ୍ୟାସନାଲ୍ ହାଇଓ୍ବେ ଅଥୋରିଟି ଅଫ୍ ଇଣ୍ଡିଆର (ଏନଏଚଏଆଇ) ମୁଖ୍ୟ ଜେନେରାଲ୍ ମ୍ୟାନେଜର (ଓଡ଼ିଶା ବ୍ରାଞ୍ଚ) ଆରପି ପଣ୍ଡା କହିଛନ୍ତି ଯେ କଟକସ୍ଥିତ ଆଚାର‌୍ୟ୍ୟ ହରିହର ଆଞ୍ଚଳିକ କର୍କଟ ଅନୁସନ୍ଧାନ କେନ୍ଦ୍ର ଏବଂ ଝାରସୁଗୁଡା, ବୌଦ୍ଧ, କୋରାପୁଟ, ଗଜପତି ଏବଂ […]

Continue Reading

ବଜ୍ରପାତରେ ୩ ମୃତ

ଭୁବନେଶ୍ୱର: ଓଡିଶାରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ବଜ୍ରପାତରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରେ ବାରକାନି ଗାଁର ଦୁଇଜଣ ମହିଳା ଗାଧୋଇବାକୁ ପୋଖରୀକୁ ଯିବାବେଳେ ବଜ୍ରପାତ ଶିକାର ହୋଇଥିଲେ। ମହିଳାମାନଙ୍କ ମଧ୍ୟରୁ ପାନିବୁଦି ମେସୱାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଭୁମିସୁଟା ମେସୱାଙ୍କ ଶରୀରର କିଛି ଅଂଶ ଜଳି ଯାଇଥିଲା । ପରେ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ […]

Continue Reading

ଖୁବ୍‌ ଶୀଘ୍ର ରାଜଧାନୀର ଘରୋଇ ହସ୍ପିଟାଲ୍‌ରେ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର: ଏଣିକି ରାଜଧାନୀର ଘରୋଇ ହସ୍ପିଟାଲ୍‌ରେ ବି ଦିଆଯିବ କରୋନା ଟିକା। ମେ ୧୯ ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ କୋଭାକ୍ସିନକୁ ଘରୋଇ ଡାକ୍ତରଖାନାକୁ ପ୍ରଦାନ କରିବ। ଏ ନେଇ ବିଏମ୍‌ସ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଏହି ଟିକା ୧୮ରୁ ୪୪ ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ହେବ ବୋଲି ବିଏମସି କମିଶନର କହିଛନ୍ତି। କମିଶନର ସୂଚନା ଦେଇଛନ୍ତି ଯେ ରାଜ୍ୟ ସରକାର କୋଭାକ୍ସିନ୍‌ର ୧.୫ ଲକ୍ଷ ଡୋଜ ବଣ୍ଟନ […]

Continue Reading

ପୁରୀ ଆନନ୍ଦବଜାରରେ ଦୁଇ ସେବାୟତ ପିଟାପିଟି, ଜଣେ ଆହତ

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାରରେ ଦୁଇ ସେବାୟତା ହାତାହାତି । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତ ହେଲେ ହରେକୃଷ୍ଣ ସୁଆର । ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ସେବାୟତ ହେଉଛନ୍ତି ବୁଲୁ ପଣ୍ଡା । କୌଣସି କାରଣକୁ କେନ୍ଦ୍ର କରି ହରେକୃଷ୍ଣ ଓ ବୁଲୁଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ପିଟାପିଟି ହୋଇଥିଲେ । ଏନେଇ ସିଂହଦ୍ୱାରା ଥାନାରେ ଏତଲା ପରେ ତଦନ୍ତ କରୁଛି […]

Continue Reading

ପରିବର୍ତ୍ତନ କଲେ ବନାନ୍ କରୋନା ହେବ ଉଭାନ୍ !

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ବିଜ୍ଞାପନ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ବିଜ୍ଞାପନରେ ରହିଛି କରୋନାକୁ ମୂଳପୋଛ କରିବାର ଅଜବ ସମାଧାନ । ଏହି ବିଜ୍ଞାପନକୁ ଦେଖିଲେ ଯେ କେହି ବି ହସିବେ । ହେଲେ ଆନ୍ଧ୍ରପ୍ରଦେଶ ଅନନ୍ତପୁରମ୍‌ର ଜଣେ ବ୍ୟକ୍ତି ଏହି ବିଜ୍ଞାପନକୁ ପ୍ରଘଟ କରିବାରେ ଆଦୌ କୁଣ୍ଠାବୋଧ କରିନାହାନ୍ତି । ଏହି ବିଜ୍ଞାପନକୁ ଭିତ୍ତିହୀନ କହି ପ୍ରଥମେ ଇମ୍‌ତିଆଜ୍ ମେହମୁଦ୍ ନାମକ ଜଣେ ସୋସିଆଲ ମିଡିଆ ୟୁଜର ଟୁଇଟ୍ କରିଥିଲେ । […]

Continue Reading

ରମେଶ ସେନ ମୁଣ୍ଡା କୁ ସହଯୋଗର ହାତ ବଢାଇଲା ଯୁବ ସାମ୍ବାଦିକ ସଙ୍ଘ

ସାହାରପଡା : ସାରା ଦେଶରେ ବର୍ତ୍ତମାନ କରୋନା ତାର ଦ୍ୱିତୀୟ ଲହରୀର କାୟା ବିସ୍ତାର କରି ଚାଲିଛି । ଏହି କରୋନାର କରାଳ ମାଡ଼ ରେ ବହୁ ମନୁଷ୍ୟ ଜୀବନ ହାନି ହେଉଛି । ଏହି କରୋନା ଦ୍ୱିତୀୟ ଲହରିରେ ବହୁ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ପରିଗଣିତ ସାମ୍ବାଦିକଙ୍କ ଜୀବନ ଯାଉଛି । ଏହି କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକର ମାଛଗଡ଼ ପଞ୍ଚାୟତ ଦୁଧିନାଳୀ ଗ୍ରାମର ରମେଶ ସେନ […]

Continue Reading