ଲାଞ୍ଚ ନେଇ ଧରାପଡିଲେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଖରିଆର ରୋଡ ସ୍ଥିତ ଏନଏଚ୍ ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୋଗ ମେହେର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଖରିଆର ରୋଡ ଅନ୍ତର୍ଗତ ଏକ ଅଞ୍ଚଳର ବାସିନ୍ଦା ସୁଶାନ୍ତ କୁମାର କୋଲାହରଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଧରିଥିଲା । ଅଭିଯୋଗକାରୀଙ୍କ କହିବାନୁସାରେ, ସାଇଟ୍ ଭେରିଫିକେସନ ପାଇଁ ସେ ତାଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଯାହାପରେ ସୁଶାନ୍ତ ଏନେଇ ଭିଜିଲାନ୍ସକୁ […]

Continue Reading

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା, ପ୍ରମାଣ ନଷ୍ଟ ପାଇଁ ପୋଡ଼ିଦେଲେ ମୃତଦେହ

ମାଲକାନଗିରି: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ । ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା । ଏଭଳ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ିଆ ବ୍ଳକ ଉଦୟଗିରି ଗାଁରୁ । ହତ୍ୟା କରିବା ପରେ ଦୁର୍ବୃତ୍ତ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ମଶାଣୀରେ ନେଇ ପୋଡ଼ି ଦେଇଥିଲେ । ମୃତକ ହେଲେ ଉଦୟଗିରି ଗାଁର ବାଗା କବାସୀ । ଗତକାଲି କିଛି ଲୋକ ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରି ଘର ଆଗରେ ହତ୍ୟା କରିଥିଲେ। […]

Continue Reading

ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଉଦ୍ୟାନ କୃଷି ଅଧିକାରୀ

କଟକ: ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦ୍ୟାନ କୃଷି ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି । ତାଙ୍କ ନାଁ ରମେଶ ଚନ୍ଦ୍ର ଦାସ । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି କଟକ ଭିଜିଲାନ୍ସ ଟିମ୍ । କଟକ ବିଡାନାସୀର ଜ୍ୟୋତିବିହାରରେ ଥିବା ରମେଶ ଚନ୍ଦ୍ର ଦାସଙ୍କ ଦୁଇ ମହଲା ଘର, ବିଡାନାସୀ ରୋଡରେ ଥିବା ତିନି ମହଲା କୋଠା, ସିଡିଏରେ ଥିବା […]

Continue Reading

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଜାରି ହେଲା ବିଧିବଦ୍ଧ ବିଜ୍ଞପ୍ତି । ଏହାସହ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର ୧୬ ମାନାଙ୍କନ ଦାଖଲର ଶେଷ ଦିନ । ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୧୯ ତାରିଖ ରହିଛି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନଭେମ୍ବର ୩ ତାରିଖରେ ଭୋଟ୍ ନିଆଯିବ । କୋଭିଡ୍ କଟକଣା […]

Continue Reading

କରୋନା ସଂକ୍ରମଣରେ ଅବସର ପ୍ରାପ୍ତ ଆଇପିଏସ୍ ଅଧିକାରୀଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନା ସଂକ୍ରମଣରେ ୧୯୬୫ ବ୍ୟାଚର ଆଇପିଏସ୍ ଅଧିକାରୀ ଜନ୍ ନାୟକଙ୍କ ଗୁରୁବାର ଦିନ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଖବର ମିଳିବା ପରେ ଓଡିଶା ଡିଜିପି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଟ୍ୱିଟ୍ ସୂଚନାନୁସାରେ, ଫୁଲବାଣୀ ଭଳି ପଛୁଆ ଅଞ୍ଚଳରୁ ନିଜର କାର୍ଯ୍ୟ ଆରମ୍ଭ ସହ ଡିଜି ସ୍ତରୀୟ ପାହ୍ୟା ଯାଏଁ ତାଙ୍କର ଯାତ୍ରା ଅବିସ୍ମରଣୀୟ । ସେ ଜଣେ କର୍ମଠ, ନମ୍ର ବ୍ୟକ୍ତି ଭାବେ ପରିଚିତ ଥିଲେ । ତାଙ୍କର […]

Continue Reading

ଅକ୍ଟୋବର ୧୨ରୁ ଓଡ଼ିଶାରେ ଏକକ ପିଜି ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୨ ତାରିଖରୁ ଓଡ଼ିଶାରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ପ୍ରାପ୍ତ ସୂଚନାନୁଯାୟୀ, ୧୨ ତାରିଖରୁ ୨୨ ତାରିଖ ମଧ୍ୟରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପ୍ରାୟ ୨୬ଟି ପରୀକ୍ଷା କେନ୍ଦ୍ରରେ ୬୨ ହଜାର ୧୮୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ୭ ନଭେମ୍ବରରେ ପ୍ରକାଶ ପାଇବ ମେରିଟ ଲିଷ୍ଟ। ପ୍ରତ୍ୟେକ ପରୀକ୍ଷାର ଅବଧି ୯୦ମିନିଟ୍ ହେବ। ଓଏମଆର୍ ସିଟରେ ୭୦ଟି ମଲ୍ଟିପୁଲ ଚଏସ୍ […]

Continue Reading

କଟକରେ ଉନ୍ନତିକରଣ ପ୍ରକଳ୍ପର ତଦାରଖ କଲେ 5T ସଚିବ

କଟକ: ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଉନ୍ନତିକରଣ କାମର ସମୀକ୍ଷା କରିଛନ୍ତି 5T ସଚିବ ଭି. କେ. ପାଣ୍ଡିଆନ୍ । ଆଜି ଭୋରରୁ ସେ କଟକରେ ପହଞ୍ଚିଥିଲେ । କଟକରେ ଚାଲିଥିବା ସମ୍ପ୍ରସାରଣ ଓ ଉନ୍ନତିକରଣ ଅଗ୍ରଗତିର ତଦାରଖ କରିଥିଲେ 5T ସଚିବ । ଭେରରୁ ଛତ୍ରବଜାର ଗସ୍ତ କରିଥିଲେ ଭି. କେ. ପାଣ୍ଡିଆନ୍ । ସେଠାରେ ଚାଲିଥିବା ଉନ୍ନୟନ୍ନମୂଳକ କାମର ତଦାରଖ କରିଥିଲେ । ପରେ ତାଳଦଣ୍ଡା କେନାଲ ସମ୍ପ୍ରସାରଣ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଥିଲେ […]

Continue Reading

ଅନଲାଇନ ପରୀକ୍ଷା କରିବାକୁ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କ ଆନ୍ଦେଳନ

ରିମୁଳି (ସରୋଜ କୁମାର ମହାନ୍ତ): କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ରିମୁଳି ଠାରେ ଥିବା ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ସ୍କୁଲର ଅନଲାଇନ ପରୀକ୍ଷା କରିବାକୁ ଦାବିରେ ଆନ୍ଦଳନ l ପ୍ରଥମ ବର୍ଷ ପରୀକ୍ଷା ଅଫ ଲାଇନରେ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞାପନ ପ୍ରକାଶ କରିଛି l କରୋନା ମହାମାରୀ ବେଳେ 15ଦିନ ଧରି ଓଡିଶାର ପ୍ରତ୍ୟକ ଜିଲ୍ଲାର ପ୍ରାୟ 12000 ଛାତ୍ରଛାତ୍ରୀ ବିଭିନ୍ନ ପରୀକ୍ଷା କେନ୍ଦ୍ର ନିକଟରେ ରହି କେମିତି ପରୀକ୍ଷା ଦେବେ […]

Continue Reading

ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡ ଘଟଣା; ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବ IOCL

ଭୁବନେଶ୍ୱର: ରାଜଧାନୀ ସ୍ଥିତ ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବୁଧବାର ଦିନ ଘଟିଥିବା ଅଗ୍ନିକାଣ୍ଡରେ ପ୍ରାଣ ଗରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛି ଭାରତୀୟ ତୈଳ ନିଗମ ଲିମିଟେଡ୍ (ଆଇଓସିଏଲ୍)। ଏହି ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି ଆଇଓସିଏଲ। ଏହାସହ ସାଧାରଣ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛି ଆଇଓସିଏଏଲ। ସୂଚନାଯୋଗ୍ୟ, […]

Continue Reading

ପରଲୋକରେ ଯୁବ ସମାଜ ସେବୀ ଜ୍ଞାନ ରଞ୍ଜନ

ଟାଙ୍ଗି : ପରଲୋକରେ ଯୁବ ସମାଜ ସେବି ଜ୍ଞାନ ରଞ୍ଜନ ଜେନା । କଟକ ସ୍ଥିତ ଏକ ଘୋରାଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଗତ ସେପ୍ଟେମ୍ବର ମାସ 27 ତାରିଖ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁପରେ ଗ୍ରାମ ଜଡିପଡ଼ା, ତୋଟାସାହି ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି । ଜ୍ଞାନ ରଞ୍ଜନ କଟକ ସ୍ଥିତ scb ବଡ ମେଡିକାଲରେ କାର୍ଯ୍ୟରତ ଥିବାବେଳେ ସମାଜସେବାରେ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ତାଙ୍କ କାର୍ଯ୍ୟକଳାପକୁ […]

Continue Reading