ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ; ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା ୧୯ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ରାଜ୍ୟରେ ଏବେବି ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ରାଜ୍ୟରେ ଆହୁରି ୨ଦିନ ବର୍ଷା ଜାରି ରହିବ […]

Continue Reading

ଆସ୍କାରେ ଖୋଲିଲା କୋଭିଡ କେୟାର ସେଣ୍ଟର

ବ୍ରହ୍ମପୁର: ଆସ୍କାରେ ୫୦ ଶଯ୍ୟା ବିଶିଷ୍ଟ ଅକ୍ସିଜେନ୍ ସପୋର୍ଟ ସହ ଉତ୍ସର୍ଗୀକୃତ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲା ଯାଇଛି। ଏହା ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ବୃଦ୍ଧି କରିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। କୁଷ୍ଠରୋଗୀ ହସ୍ପିଟାଲ ବିଲଡିଂରୁ ଏହି କୋଭିଡ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେଉଥିବା ବେଳେ କୋଭିଡ ରୋଗୀଙ୍କୁ ସମସ୍ତ ଆବଶ୍ୟକୀୟ ଯତ୍ନ ଏବଂ ସହାୟତା ଯୋଗାଇବା ଲାଗି ଟିମ୍ ପ୍ରସ୍ତୁତ ରହିଛି ବୋଲି ସୂତ୍ରରୁ ପ୍ରକାଶ। ଏନେଇ ଗଞ୍ଜାମ […]

Continue Reading

କୋଭିଡ ମୁକାବିଲା: ବ୍ରହ୍ମଗିରି ବାସିନ୍ଦାଙ୍କ ସେବାରେ ଦୁଇ ଆମ୍ବୁଲାନ୍ସ ଲୋକାର୍ପିତ

ବ୍ରହ୍ମଗିରି: ସ୍ୱାଧୀନତା ଦିବସ ଅବସର ରେ ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଙ୍ଗଣ ସମ୍ମୁଖ ରେ କୋଭିଡ ୧୯ ପରିସ୍ଥିତି ର ମୁକାବିଲା ପାଇଁ ୨ ଟି ନୂତନ BLS ଆମ୍ବୁଲାନ୍ସ ଲୋକାର୍ପିତ ହୋଇ ଯାଇଛି I ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ର , ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମା, ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ , ପୁରୀ ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ଵର ସିଂ , ଜିଲ୍ଲା ମୁଖ୍ୟ […]

Continue Reading

ଆଜିଠୁ ରାଜସ୍ଥାନ ବିଧାନସଭା ଅଧିବେଶନ, ବିଜେପି ଆଣିବ ଅନାସ୍ଥା ପ୍ରସ୍ତାବ

ଜୟପୁର: ଆଜିଠୁ ରାଜସ୍ଥାନରେ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ । ତାପୂର୍ବରୁ ଘର ସଜାଡିକ ସାରିଛି କଂଗ୍ରେସ । ଏକ ହୋଇଛନ୍ତି ସଚିନ୍ ପାଇଲଟ୍ ଓ ଅଶୋକ ଗେହଲଟ କ୍ୟାମ୍ପ । ଆଜି କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବେ ବୋଲି କହିଛନ୍ତି । ଆଜିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ଦୁଇ ଦଳ ମୁହାଁମୁହିଁ ହୋଇପାରନ୍ତି 

Continue Reading

ଆତ୍ମସମର୍ପଣ କଲେ ୧୬ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୬ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦନ୍ତେବାଡା ଜିଲ୍ଲାରେ ପୋଲିସ କାର୍ଯ୍ୟାଳୟରେ ଗତକାଲି ରାତିରେ ୧୬ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ଭିତରେ ୩ଜଣ କୁଖ୍ୟାତ ମାଓବାଦୀ ଅଛନ୍ତି, ଯେଉଁମାନଙ୍କ ନାଆଁରେ ୧ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏମାନେ ସମସ୍ତେ ଜନ ମିଲିକିଆ କମାଣ୍ଡର ଥିଲେ ବୋଲି ଜଣାଯାଇଛି। ଏମାନେ ହତ୍ୟା ଲୁଟପାଟ ଓ ଯାନବାହାନରେ ନିଆଁ ଲଗାଇବା ଭଳି ଅପରାଧ ସହ ଜଡ଼ିତ […]

Continue Reading

ସମ୍ବଲପୁର ପରେ ଝାରସୁଗୁଡାରେ ନୂଆଁଖାଇ ପାଇଁ ହଟିଲା ସଟଡାଉନ୍‌

ସମ୍ବଲପୁର: ନୂଆଁଖାଇ ପାଇଁ ସମ୍ବଳପୁର ପରେ ଝାରସୁଗୁଡାରେ ସଟ୍‌ଡାଉନ୍ ହଟିଛି । ସାପ୍ତାହିକ କଟକଣାକୁ କୋହଳ କରାଯାଇଛି । ଆସନ୍ତା ୨୩ ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନଧାର୍ଯ୍ୟ ହୋଇଛି । କିନ୍ତୁ ଏହି ସମୟରେ ସପ୍ତାହାନ୍ତ କଟକଣା ରହିଥିବା ବେଳେ ଏହାକୁ କୋହଳ କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୨୨ ତାରିଖରେ ନୂଆଁଖାଇ କିଣାକିଣି ପାଇଁ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଅନ୍ୟପଟେ ୨୩ […]

Continue Reading

ପ୍ରବଳ ବର୍ଷା ସମ୍ଭାବନା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରର ଓଡ଼ିଶା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ, ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି […]

Continue Reading

ଆଜି ପ୍ରକାଶ ପାଇବ OSSTET ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର: ଆଜି ଓଏସ୍‌ଏସ୍‌ଟିଟି ତଥା ଓଡ଼ିଶା ସେକେଣ୍ଡାରୀ ଟିଚର ଏଲିଜିବିଲିଟି ଟେଷ୍ଟ ପରୀକ୍ଷାର ପ୍ରକାଶ ପାଇବ ରେଜଲ୍ଟ । ପରୀକ୍ଷାର୍ଥୀ www.osstet.co.in ଦେଖିପାରିବେ ନିଜ ରେଜଲ୍ଟ । ନିଜ ମେଲ୍ ଆଇଡି ଓ ପାସ୍‌ୱାର୍ଡ ଦେଇ ପରୀକ୍ଷାର୍ଥିମାନେ ମୋବାଇଲ୍‌ରେ ନିଜ ପରୀକ୍ଷା ଫଳ ଦେଖିହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ପରୀକ୍ଷା ପରିଚାଳନା ହେଉଛି । ଜାନୁଆରୀ ୨୨ରେ ହୋଇଥିଲା ପରୀକ୍ଷା ।

Continue Reading

କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନ ବେଳେ ରହିବ ଏସବୁ କଟକଣା

କଟକ: ଚଳିତବର୍ଷ କରୋନା କଟକଣା ମଧ୍ୟରେ ସ୍ୱାଧୀନତା ଦିବସକୁ ନିରାଡମ୍ବର ଭାବେ ପାଳନ କରାଯାଉଛି । କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ପତାକା ଉତ୍ତୋଳନ ପାଇଁ କିଛି କଟଣା ଜାରି ହୋଇଛି । ପତାକା ଉତ୍ତୋଳନ ବେଳେ ସାଧାରଣ ଲୋକଙ୍କୁ ଷ୍ଟାଡିୟମ ଭିତରକୁ ଯିବାରେ ବାରଣ କରାଯାଇଛି । ଷ୍ଟାଡିୟମର ସମସ୍ତ ଗେଟ୍ ଓ ଗ୍ୟାଲେରୀ ଭିତରକୁ କେହି ଆସିବେ ନାହିଁ । କେବଳ ସରକାରୀ କର୍ମଚାରୀ ସାମାଜିକ ଦୂରତ୍ୱ ବଜାୟ ରଖି କାର୍ଯ୍ୟକ୍ରମରେ ସାମିଲ […]

Continue Reading

ମାଲକାନଗିରିରେ ସ୍ଥିତି ସୁଧୁରୁଛି

ମାଲକାନଗିରି: ମାଲକାନଗିରିରେ ସୁଧୁରୁଛି ବନ୍ୟା ପରିସ୍ଥିତି । ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ସୁଧାର ଆସିଛି । ବନ୍ୟା ଲାଗି ଅନେକ ଅଂଚଳକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଥିଲା । ଏବେ କିନ୍ତୁ ତାହା ସ୍ୱାଭାବିକ ହୋଇଛି । ପାଙ୍ଗାମ, ପେଟରୁ, କୋଙ୍ଗୁରକୋଣ୍ଡାରେ ପାଣି କମିଛିି । ମାଲକାନଗିରି ମୋଟୁ, ବାଲିମେଲା, ଜୟପୁରକ ରାସ୍ତା ସ୍ୱାଭାବିକ ହୋଇଛି । ବର୍ଷା ପରିମାଣ କମିଥିବାରୁ ବନ୍ୟା ପାଣି ମଧ୍ୟ କମିଛି । ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା […]

Continue Reading