ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ପରେ ପୋଲ ତଳେ ଫିଙ୍ଗିଦେଲେ

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ କଲ୍ୟାଣୀ ହାଟୁଆଣୀ ଛକରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ୪ରୁ ୫ଜଣ ଦୁର୍ବୃତ୍ତ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ପରେ ଯୁବକଙ୍କୁ ପୋଲ ତଳେ ଫିଙ୍ଗି ଦେଇଥିଲେ । ଗୁରୁତର ଯୁବକଙ୍କୁ ପୋଲିସ ଉଦ୍ଧାର କରି ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଛି । ମିଳିଥିବା ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତ ଯୁବକ ଜଣଙ୍କୁ ଆକ୍ରମଣ କରିଛନ୍ତି । ଗତ ରାତିରେ ଗୋପାଳପୁର ବଜାରରୁ ଅରାଲା ଗାଁର […]

Continue Reading

ଫେରିଛି ମହାମାରୀ ଭୟ: ଆଜି ରାଜ୍ୟରେ କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁଣି ଥରେ କଡ଼ ଲେଉଟାଇଛି କରୋନା । ଦୈନିକ ସଂକ୍ରମଣ ବଢୁଛି । ଗତ କିଛି ଦିନ ହେବ ରାଜ୍ୟରେ ଶହେ ଉପରେ ରହୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ଆଜି ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓକନଫରେନ୍ସିଂରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ସେମାନଙ୍କଠାରୁ ଫିଡବ୍ୟାକ୍ ନେବେ । ଗତକାଲି ସବୁ […]

Continue Reading

ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି, ଆଜି ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ପୂରଣ ହୋଇଛି ବର୍ଷ । ପ୍ରଥମଥର ଲାଗି ବାପୁ ୧୯୨୧ ମସିହା ଆଜିର ଦିନରେ କଟକ ଆସିଥିଲେ । କାଠଯୋଡ଼ି ପଠାରେ ସଭା କରିଥିଲେ । ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତି ପାଳନ କରାଯିବ । ଏଥିପାଇଁ ବିଧାନସଭାର ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳଠାରୁ ଆରମ୍ଭ କରି ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଆଲୋଚନା କରାଯିବ । ସକାଳ ୧୦ଟାରେ ବିଧାନସଭା ପରିସରରେ […]

Continue Reading

ନିର୍ବାଚନ ରାଜନୀତି ହିନ୍ଦୁତ୍ୱରେ ପରିଣତ

ପାଞ୍ଚଟି ରାଜ୍ୟରେ ନିର୍ବାଚନ ପ୍ରଚାର ଏବେ ସରଗରମ ହେବାରେ ଲାଗିଛି । ପ୍ରଚାରରୁ ସ୍ପଷ୍ଟ ହେଉଛି ଯେ ଏବେ ଭାରତୀୟ ରାଜନୀତିରେ ଧ୍ରୁବୀକରଣ ହେଉଥିବା ହିନ୍ଦୁ ମତଦାତାମାନଙ୍କୁ ନିଜ ଆଡ଼କୁ ଟାଣି କ୍ଷମତା ହାସଲ ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରୟାସ ଚଳାଇଛନ୍ତି । ହିନ୍ଦୁ ଧର୍ମର ଦେବତାଙ୍କୁ ପୂଜା କରି ମନ୍ତ୍ରପାଠ କରିବାକୁ ଅଧିକାଂଶ ଦଳ ଓ ନେତାଙ୍କ ମଧ୍ୟରେ ପ୍ରତିଯୋଗୀତା ତୀବ୍ର ହେବାରେ ଲାଗିଛି । ଭାରତୀୟ ରାଜନୀତିରେ ଏହି ଧାର୍ମିକ ପରିବର୍ତ୍ତନକୁ ଅସାଧାରଣ […]

Continue Reading

ସୁଫିୟାନା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ‘ସମର୍ପଣ’ ଉଦଯାପିତ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗର ସହଭାଗିତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ‘ସମର୍ପଣ’ ଉଦଯାପିତ ହୋଇଯାଇଛି । ଅନ୍ତିମ ସନ୍ଧ୍ୟାରେ ସଂଗୀତା ଚାମୁହୁ ବରଗୀତ ଓ ଆସାମର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ରାଗ ଶ୍ୟାମ କଲ୍ୟାଣ ଏବଂ ରାଗ ଗୌରୀ ସହିତ ଆସାମର ଲୋକ ସଙ୍ଗୀତ ମଧ୍ୟ ସେ ପରିବେଷଣ କରିଥିଲେ। ତାଙ୍କ ସହ ବଂଶୀ ବାଦନରେ ଶ୍ରୀନିବାସ ଶତପଥୀ, ଗିଟାରରେ ଭବତୋଷ ମହାନ୍ତି , […]

Continue Reading

ସହିଦ ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବ୍ରିଟିଶ ଶାସନରୁ ମୁକ୍ତ କରି ୧୯୪୭ ମସିହାରେ ଭାରତକୁ ସ୍ୱାଧୀନ କରିବା ଏତେ ସହଜ ନଥିଲା । ସ୍ୱାଧୀନତା ପାଇଁ ଅନେକ ଯୋଦ୍ଧା ବଳିଦାନ ଦେଇଛନ୍ତି । ସେହି ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ବୀରତ୍ୱର ଗାଥାକୁ ମନେ ପକାଇ ଭାରତ ପାଳନ କରୁଛି ସହିଦ ଦିବସ । ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ଶିବରାମ ରାଜଗୁରୁ ଓ ସୁଖଦେବ ଥାପରଙ୍କୁ ଆଜି ଦିନରେ ବ୍ରିଟିଶ ସରକାର ଫାଶୀ ଦେଇଥିଲେ । ଭାରତ ସ୍ୱାଧୀନତା ଆନ୍ଦୋଳନରେ ଭଗତ […]

Continue Reading

ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ, ଶ୍ରୀମନ୍ଦିରର ଉନ୍ନତି ପାଇଁ ଦେଲେ ୧ ଲକ୍ଷ ଟଙ୍କାର ଚେକ୍

ପୁରୀ: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସାଙ୍ଗରେ ପତ୍ନୀ ସବିତା କୋବିନ୍ଦ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ରାଷ୍ଟ୍ରପତି ଆଜି ସକାଳେ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀରେ ପହଞ୍ଚି ସେଠାରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସିଂହଦ୍ବାର ନିକଟରେ ଗଜପତି ଦିବ୍ୟସିଂହ ଦେବ ତାଙ୍କୁ ସ୍ବାଗତ କରିଥିଲେ । ପରେ କୌଳିକ ସେବାୟତ ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରକୁ ନେଇ ମହାପ୍ରଭୂଙ୍କ ଦର୍ଶନ କରାଇଥିଲେ । ଶ୍ରୀମନ୍ଦିର […]

Continue Reading

ଭୁବନେଶ୍ୱର XIMBରେ ୨୩ଜଣ କରୋନା, କ୍ୟାମ୍ପସକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭୁବନେଶ୍ୱରରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ ବହୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୩ ଜଣ ସଂକ୍ରମିତ ହେଲେଣି । ଏହାପରେ XIMB କ୍ୟାମ୍ପସକୁ ସିଲ କଲା ଭୁବନେଶ୍ୱର ମହାନଗର ନିଗମ । ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ବିଏମସିର ବିନା ଅନୁମତିରେ କେହି କ୍ୟାମ୍ପସ ଭିତରେ ପ୍ରବେଶ କି ବାହାରକୁ ବାହାରି ପାରିବେ ନାହିଁ […]

Continue Reading

ପ୍ରସିଦ୍ଧ ଲେଖକ ରସ୍କିନ୍ ବଣ୍ଡ୍‌ଙ୍କ ପ୍ରିୟ ପୁସ୍ତକ କ’ଣ?

ନୂଆଦିଲ୍ଲୀ: ପ୍ରସିଦ୍ଧ ଲେଖକ ରସ୍କିନ୍ ବଣ୍ଡ୍ ନିଜ ଅନୁଗାମୀମାନଙ୍କ ସହ ତାଙ୍କର ପ୍ରିୟ ପୁସ୍ତକ ସେୟାର କରିବା ପରେ ଏହି ପୋଷ୍ଟ ଏବେ ଫେସବୁକରେ ଭାଇରାଲ ହେଉଛି। ୮୬ ବର୍ଷୀୟ ଲେଖକ ନିଜ ପ୍ରିୟ ବହି ଧରିଥିବା ଏକ ଫଟୋ ସେୟାର କରିଛନ୍ତି। ରସ୍କିନ୍ ବଣ୍ଡ୍ଙ୍କ ପ୍ରିୟ ପୁସ୍ତକ କ’ଣ?ମାର୍ଚ୍ଚ ୨୧ ରବିବାର ସନ୍ଧ୍ୟାରେ, ରସ୍କିନ୍ ବଣ୍ଡ ନିଜ ଅନୁଗାମୀମାନଙ୍କ ସହ ଏକ ଫଟୋ ସେୟାର କରି କ୍ୟାପସନ୍ ଲେଖିଥିଲେ, “ମୋର ପ୍ରିୟ ପୁସ୍ତକ”। ଏହି ଫଟୋରେ […]

Continue Reading

ଆସନ୍ତାକାଲି ଭାରତ ଏବଂ ପାକିସ୍ତାନ ମଧ୍ୟରେ ‘ଇଣ୍ଡସ୍‌ ୱାଟର୍‌ ସେୟାରିଂ’ ପ୍ରସଙ୍ଗକୁ ନେଇ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ମାର୍ଚ୍ଚ ୨୩-୨୪ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦିଲ୍ଲୀରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଦୁଇ ବର୍ଷ ପର‌େ ଏହି ବୈଠକ ଅନୁଷ୍ଠିତ ହେଉଛି। ଭାରତ ଏବଂ ପାକିସ୍ତାନର ଅଧିକାରୀମାନେ ସିନ୍ଧୁ ଜଳ ବଣ୍ଟନ ପ୍ରସଙ୍ଗରେ ଆଲୋଚନା କରିବେ ଏବଂ ପରସ୍ପରର ସମସ୍ୟାକୁ ସମାଧାନ କରିବା ନେଇ ସୂଚନା ମିଳିଛି। ଲାଦାଖରେ ଭାରତ ଅନେକ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ନେଇ ସ୍ପଷ୍ଟ କରିଥିବାବେଳେ ପାକିସ୍ତାନ ଏହା ବିରୋଧରେ ଆପତ୍ତି ଉଠାଇଛି। ପାକିସ୍ତାନୀ ଅଧିକାରୀଙ୍କ […]

Continue Reading