ବ୍ୟୁରୋ : ବିବାହ ପରେ ସମସ୍ତଙ୍କୁ ଏହା ଶୁଣିବାକୁ ମିଳିଥାଏ ଯେ ବେବି କେବେ ହବ। ତେବେ ଏହା ସମସ୍ତଙ୍କ ପାଇଁ ବହୁତ ବଡ ପ୍ରଶ୍ନ ହୋଇଥାଏ । କିନ୍ତୁ ବହୁତ ଲୋକ ନିଜ ପାଠ ପଢା ଆଉ ସଫଳତା ପାଇବା ପରେ ବିବାହ କରନ୍ତି । ଯାହା ବହୁତ ଲେଟ କରିଥାଏ କିନ୍ତୁ ତାଙ୍କ ଆଉ ତାଙ୍କ ସନ୍ତାନଙ୍କ ଭବିଷ୍ୟତ ସୁରକ୍ଷିତ ମଧ୍ୟ କରିଥାଏ । ତେବେ ବହି ଅନୁଯାଇ କୁହା ଯାଇଛି ଯେ ୧୮ରୁ ୨୩ ବର୍ଷ ମଧ୍ୟରେ ଝିଅ ଗର୍ଭ ଧାରଣ କରିବା ବହୁତ ସହଜ ହୋଇଥାଏ ଆଉ ପ୍ରସବ ମଧ୍ୟ ସରଲ ହୋଇଥାଏ ଓ ଶରୀରକୁ ମଧ୍ୟ ଅଧିକ କଷ୍ଟ ହୋଇନଥାଏ । ତେବେ ଆସନ୍ତୁ ବିସ୍ତାର ସହ ଏହି କଥା ବିଷୟରେ ଜାଣିବା ।
ଝିଅ ମାନେ ଯେବେ ଜନ୍ମ ହୋଇଥାନ୍ତି ତାଙ୍କ ଗର୍ଭରେ ସୀମିତ ମାତ୍ରାରେ ଅଣ୍ଡା ହୋଇଥାଏ । ତେବେ କୁହା ଯାଇଛି ଯେ ୧୦୦୦ ଅଣ୍ଡା ହୋଇଥାଏ ଯାହା ୧୧ ବର୍ଷ ବୟସରୁ ପ୍ରତି ମାସ କମିବାକୁ ଲାଗିଥାଏ । ଆଉ ୨୫ ବର୍ଷ ପର୍ଯ୍ୟନ୍ତ ଆମ ଶରୀର ବଢିବାକୁ ଲାଗିଥାଏ । ଯାହା ଫଳ ସ୍ୱରୂପ ଆମ ଶରୀରରେ ହାର୍ମୋନ ନିର୍ମାଣ ହୋଇଥାଏ । କିନ୍ତୁ ୨୫ ପରେ ଏହା ଶରୀରରୁ କମିବାକୁ ଲାଗେ । ଆଉ ଏହି ସମୟରୁ ଆମ ଶରୀର ଦୁର୍ବଳ ହବାକୁ ଲାଗିଥାଏ । ବା ବହୁତ ପ୍ରକାର ରୋଗ ମାଡି ଆସିଥାଏ । ଝିଅ ମାନଙ୍କୁ ବହୁତ ପ୍ରକାର ଅସୁବିଧା ଦେଖିବାକୁ ମିଳିଥାଏ ।
ତେବେ ଏହି ସବୁର କାରଣ ଆଜି କାଳିକା ଖାଦ୍ଯ ଆଉ ଆମ ଖରାପ ଅଭ୍ୟାସ ମଧ୍ୟ ହୋଇଥାଏ । ବହୁତ ଲୋକ ଆଜିକାଲି ବାହାରେ କାମ କରୁଛନ୍ତି ଆଉ ନିଜେ ରୋଷେଇ କରି ଖାଇବା ଅପେକ୍ଷା ବାହାର ଖାଦ୍ଯ ଖାଇବା ପସନ୍ଦ କରୁଛନ୍ତି । ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ । ତେବେ ବହୁତ ମହିଳା ମାନେ ମସ୍ତି ପାଇଁ ସି-ଗା-ରେ-ଟ ଭଳି ଜିନିଷ ସେବନ କରନ୍ତି ଯାହା ତାଙ୍କ ଗର୍ଭ ଉପରେ ବହୁତ ଖରାପ ହୋଇଥାଏ । ଏହି ଭଳି ମହିଳାଙ୍କ ଗର୍ଭ ରହିବା ବହୁତ କଷ୍ଟକର ହୋଇଥାଏ । ଏବଂ ମିଷକରେଜ ବହୁତ ଅଧିକ ହୋଇଥାଏ ।
ତେବେ କମ ବୟସ ହବାରୁ ମଣିଷ ଅଧିକ ଭାବନାରେ ରହିଥାଏ । କିନ୍ତୁ ଆଜିକା ସମୟରେ ଲୋକ ପ୍ରାକ୍ଟିକାଲ ହୋଇ କିଛି ବୁଝୁ ନାହାନ୍ତି । ନିଜ ସ୍ୱାସ୍ଥ୍ୟ ଧ୍ୟାନ ରଖିଲେ ଆପଣ ସ୍ଵସ୍ଥ ଛୁଆକୁ ଜନ୍ମ ଦେଇ ପାରିବେ। ପୁରୁଷ ମାନଙ୍କ ଧାତୁ ମଧ୍ୟ ୩୦ ପର୍ଯ୍ୟନ୍ତ ଭଲ ରହିଥାଏ କିନ୍ତୁ ୩୫ରୁ ୪୦ ହେଲା ପରେ ଧାତୁ ଦୁର୍ବଳ ହୋଇଥାଏ । ଯାହା ଫଳ ସ୍ୱରୂପ ତାହା ଅଣ୍ଡାକୁ ଗର୍ଭ ପାଇଁ ତିଆରି କରି ପାରେ ନାହିଁ । ସେଥିପାଇଁ ସଠିକ ବୟସରେ ବିବାହ କରି ସନ୍ତାନ ପାଇବା ଆବଶ୍ୟକ ଅଟେ ।