ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଗିରଫ, କାଲି ଆସିବ ଓଡ଼ିଶା

Top Storise ଅପରାଧ ଦେଶ- ବିଦେଶ ରାଜ୍ୟ

ଭୁବନେଶ୍ବର: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟର ‌ସେକ୍‌ ହାଇଦର ତେଲେଙ୍ଗାନାରୁ ଗିରଫ ହୋଇଛି। ସେକ୍‌ ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ ଓଡ଼ିଶା ପୁଲିସ ଗିରଫ କରିଛି। ଏପ୍ରିଲ ୧୬ ତାରିଖରେ ହାଇଦରକୁ ଭୁବନେଶ୍ବର ଅଣାଯିବ । ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ପୁଲିସ କମିସନର କହିଛନ୍ତି ଯେ, ଏଠାରୁ ଫେରାର ହୋଇ ତେଲେଙ୍ଗାନାର ହାଇଦ୍ରାବାଦ ପହଞ୍ଚିବା ପରେ ଓଡ଼ିଶା ପୁଲିସ ତେଲେଙ୍ଗାନାର ସଙ୍ଗାରେଡ୍ଡୀ ପୁଲିସ ଓ ହାଇଦ୍ରାବାଦ୍‌ ପୁଲିସ ସହିତ ମିଶି ତାକୁ ଧରିବାକୁ ଅପରେସନ୍ ଆରମ୍ଭ କରିଥିଲା। କଟକରୁ ଯାଇଥିବା ୨ଟି ପୁଲିସ ଟିମ୍‌ ତେଲେଙ୍ଗାନା ପୁଲିସ ସହ ଯୋଗାଯୋଗ ରଖିଥିଲା। ଆଜି ହାଇଦର ଏକ ବାଇକ୍‌ରେ ଯାଉଥିବା ବେଳେ ପୁଲିସର ମିଳିତ ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ତାକୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *