ପଜିଟିଭିଟି ହାର୧୫ ପ୍ରତିଶତରୁ ଅଧିକ ଥିବା ୧୫୦ ଜିଲ୍ଲାରେ ହୋଇପାରେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଏକ ଉଚ୍ଚ ସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ପଜିଟିଭିଟି ହାର୧୫ ପ୍ରତିଶତରୁ ଅଧିକ ଥିବା ପ୍ରାୟ ୧୫୦ଟି ଜିଲ୍ଲାରେ ଲକ୍‌ଡାଉନ୍‌ ଲଗାଇବାକୁ ପ୍ରସ୍ତାବ ଦେଇଛି ବୋଲି ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ବିଚାରବିମର୍ଷ ପରେ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଏ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, “ ଆଗାମୀ କିଛି ସପ୍ତାହ ମଧ୍ୟରେ ସଂକ୍ରମଣ ଶୃଙ୍ଖଳା […]

Continue Reading

ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍‌ବିବିଏସ୍‌ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ବୁଧବାର ଦିନ ଏପ୍ରିଲ୍ ୩୦ ରେ ଧାର୍ଯ୍ୟ ହୋଇଥିବା ଦ୍ବିତୀୟ ଭାଗ ଏମ୍‌ବିବିଏସ୍‌ ପରୀକ୍ଷାକୁ ସ୍ଥଗିତ ରଖିଛି। ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ ଅଭୟ କୁମାର ନାୟକ ସୂଚନା ଦେଇଛନ୍ତି ଯେ ପରୀକ୍ଷାକୁ ସ୍ଥଗିତ ରଖିବା ନିଷ୍ପତ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶରେ ନିଆଯାଇଛି। ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ପରୀକ୍ଷା ପାଇଁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ […]

Continue Reading

ଆଦାନୀ ପୋର୍ଟରେ କୋଭିଡ ସମ୍ବନ୍ଧୀୟ ସାମଗ୍ରୀର ପରିବହନ ଦେୟ ଛାଡ

ଭଦ୍ରକ: ଦେଶର ସର୍ବବୃହତ ଘରୋଇ ସାମୁଦ୍ରିକ ବନ୍ଦର ପରିଚାଳକ ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଅଧିନରେ ଥିବା ବନ୍ଦରଗୁଡିକୁ କୋଭିଡ ସମ୍ବନ୍ଧୀୟ ସାମଗ୍ରୀ ପରିବହନ କରୁଥିବା ଜାହାଜଗୁଡିକ ପାଇଁ ଦେୟ ଛାଡ କରିଛି। ୟୁଏଇ, ଥାଇଲାଣ୍ଡ ଏଭଂ ସାଉଦି ଆରବରୁ ମେଡିକାଲ ଅମ୍ଲଜାନ ପରିବହନ ପାଇଁ ଆଦାନୀ ଗ୍ରୁପ୍ ଦୁଇ ଡଜନ୍ କ୍ରାୟୋଜେନିକ୍ ଟ୍ୟାଙ୍କ ସୁରକ୍ଷିତ ରଖିଥିବା ସୂଚନା ଦେଇଛି। ଭାରତରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ଯାହା ଦେଶର […]

Continue Reading

ତେଲୁଗୁ ସୁପରଷ୍ଟାର୍‌ ଅଲୁ ଅର୍ଜୁନ କରୋନା ପଜିଟିଭ

ଚେନ୍ନାଇ: ତେଲୁଗୁ ସୁପରଷ୍ଟାର୍‌ ଅଲୁ ଅର୍ଜୁନ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ଅଲୁ ଅର୍ଜୁନ ସୋସିଆଲ ମିଡିଆକୁ ପ୍ରଶଂସକଙ୍କୁ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଏବେ ହୋମ୍ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଏହାଛଡ଼ା ସେ ତାଙ୍କ ପ୍ରଶଂସକମାନଙ୍କୁ ଘରେ ନିରାପଦରେ ରହିବାକୁ ଏବଂ ଟିକାକରଣ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, “ସମସ୍ତଙ୍କୁ ନମସ୍କାର! ମୋର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ମୁଁ ଘରେ […]

Continue Reading

ପ୍ଲାନେଟୋରିୟମ୍ ଓ ଆଦିବାସୀ ସଂଗ୍ରହାଳୟରେ ହେବ ଭର୍ଚୁଆଲ ଶୋ’

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଳା ଭୂମି, ଆଦିବାସୀ ସଂଗ୍ରହାଳୟ ଏବଂ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ବନ୍ଦ କରାଯାଇଛି। ଉଲ୍ଲେଖଯୋଗ୍ୟ, ଆଚାର୍ଯ୍ୟ ବିହାରରେ ଥିବା ପ୍ଲାନେଟୋରିୟମ୍ ଏପ୍ରିଲ୍ 20 ଏବଂ ସିଆରପିଏଫ ସ୍କୋୟାର ସ୍ଥିତି ଆଦିବାସୀ ସଂଗ୍ରହାଳୟ ଦର୍ଶକ ମାନଙ୍କ ଲାଗି ଏପ୍ରିଲ ୨୬ରେ ବନ୍ଦ କରାଯାଇଥିଲା। ପ୍ଲାନେଟୋରିୟମର ଡେପୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମେ 1ରୁ ଭର୍ଚୁଆଲ୍ ଶୋ ଯୋଜନା କରାଯାଉଛି। ଦର୍ଶକ ମାନେ www.ostm.in […]

Continue Reading

କୋଭିଡ୍ ସମୟରେ ଟେଲି ମେଡିସିନରେ ଚିକିତ୍ସା ପରାମର୍ଶ, ଲେଖି ରଖନ୍ତୁ ଜରୁରୀ ଫୋନ୍ ନମ୍ବର

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ମେଲାଇଛି । ସଂକ୍ରମଣ ବଢୁଛି । ଏଭଳି ସ୍ଥିତିରେ ଜରୁରୀ ଚିକିତ୍ସା ଆବଶ୍ୟକ ନଥିଲେ ହସ୍ପିଟାଲ ଆସିବାକୁ ଲୋକଙ୍କୁ ବାରଣ କରାଯାଉଛି । ଏହାସହ ଲକ୍ଷଣବିହୀନ କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଉଛି । ସେମାନଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ଆରମ୍ଭ ହୋଇଛି ଟେଲି ମେଡିସିନ୍ । ହୋମ୍ ଆଇସୋଲେସନରେ ଥିବା ରୋଗୀଙ୍କୁ ଟେଲି ମେଡିସିନ୍ ଜରିଆରେ ଚିକିତ୍ସା ପରାମର୍ଶ ମିଳି ପାରୁଛି […]

Continue Reading

୧୭ ଦିନ ପାଇଁ ବନ୍ଦ ରହିବ ବ୍ରହ୍ମପୁର ଏହି ଦୋକାନବଜାର

ବ୍ରହ୍ମପୁର: ବ୍ରହ୍ମପୁର ସହରରେ କରୋନାର ଭୟାବହ ପରିସ୍ଥିତିକୁ ଦେଖି ଦେଶୀବେହେରା ସାହିର ବ୍ୟବସାୟୀଙ୍କ ଚିନ୍ତା ବଢିଯାଇଛି। ବ୍ୟବସାୟ ସଂସ୍ଥା ବୁଧବାର ଦିନ ଅପରାହ୍ନ ୨ ଟାରୁ ୫ ଟା ପର୍ଯ୍ୟନ୍ତ ବଡ଼ ବଜାରରେ ସମସ୍ତ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଦେଶୀବେହେରା ସାହି ବ୍ୟବସାୟୀ ସଙ୍ଘର ନିଷ୍ପତ୍ତି ଅନୁଯାୟୀ ୧୭ ଦିନ ଯାଏ ବଡ଼ ବଜାରର ସମସ୍ତ ଦୋକାନବଜାର ୨ଟାରୁ ତା’ ପରଦିନ ସକାଳ ୫ ଟା ଯାଏ ବନ୍ଦ ରହିବ। […]

Continue Reading

ଜିଲ୍ଲାରେ କୋଭିଡ ସଂକ୍ରମଣର ସ୍ଥିତି ସମୀକ୍ଷା କଲା ଜିଲ୍ଲା ବିଜେପି

ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱ ରେ ଜିଲ୍ଲାପାଳଙ୍କ ସହ କୋରନା ସମ୍ୱନ୍ଧରେ ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କଲୁ | ଏଥିରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକତଥା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଅନୁବ୍ରତ ବେହେରା, କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ସୂତ୍ରଧର, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ହେମରଞ୍ଜନ ବାରିକ ଏବଂ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ କ୍ରିଷ୍ଣା ପ୍ରସାଦ ମଣ୍ଡଳ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଯଥା :- କୋଭିଡ ହସ୍ପିଟାଲ ରେ […]

Continue Reading

ଘୁଞ୍ଚିଲା ‘ସତ୍ୟମେବ ଜୟତେ ୨’ର ରିଲିଜ୍ ଡେଟ୍‌

ମୁମ୍ବାଇ: ମଙ୍ଗଳବାର ଦିନ ନିକିଲ ଆଡଭାନୀଙ୍କ ଇମାମି ଏଣ୍ଟରଟେନମେଣ୍ଟ ଘୋଷଣା କରିଛି ଯେ ଜନ୍ ଆବ୍ରାହମ ଏବଂ ଦିବ୍ୟା ଖୋସଲା କୁମାରଙ୍କ ଅଭିନୀତ ଆଗାମୀ ଆକ୍ସନ୍ ଫିଲ୍ମ ‘ସତ୍ୟମେବ ଜୟତେ ୨’ର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି। ଫିଲ୍ମର ଟିମ୍ ସୋସିଆଲ୍ ମିଡିଆରେ ଏହି ଘୋଷଣା କରିବା ସହ କହିଛି ଯେ “ଏହି ସମୟରେ ଆମ ଦେଶବାସୀ ତଥା ପୃଷ୍ଠପୋଷକଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟତୀତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମର ଚଳଚ୍ଚିତ୍ର “ସତ୍ୟମେବ ଜୟତେ […]

Continue Reading

ଆସନ୍ତା ୧ ମାସ ମଧ୍ୟରେ ରାଜଧାନୀରେ ୪୪ ଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ହେବ; ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଆସନ୍ତା ଏକ ମାସ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୪୪ ଟି ଅମ୍ଳଜାନ କାରଖାନା ସ୍ଥାପନ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର କହିଛନ୍ତି। ଅମ୍ଳଜାନର ତୀବ୍ର ଅଭାବ ସହ ଦିଲ୍ଲୀ ମୁକାବିଲା କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଠାରେ ଟ୍ୟାଙ୍କରର ଅଭାବ ରହିଛି ଏବଂ ଏହି ସମସ୍ୟାକୁ ଦୂର କରିବା ପାଇଁ ବ୍ୟାଙ୍କକରୁ ୧୮ ଟି ଟ୍ୟାଙ୍କର ଆମଦାନୀ କରାଯାଉଛି। ସେ ଆହୁରି କହିଛନ୍ତି ଯେ […]

Continue Reading