ଷଣ୍ଢ ଧକ୍କାରେ ଚାଲିଗଲା ଯୁବ ଇଞ୍ଜିନିୟରଙ୍କ ଜୀବନ, ଅଧାରେ ରହିଗଲା ଏଭରେଷ୍ଟ ଛୁଇଁବାର ସ୍ୱପ୍ନ

କେନ୍ଦୁଝର: ଷଣ୍ଢ ସହ ଦୁର୍ଘଟଣାରେ ଚାଲିଗଲା ଜଣେ ମେଧାବୀ ଯୁବ ଇଞ୍ଜିନିୟରଙ୍କ ଜୀବନ। ମୃତକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଭୋଗାମୁଣ୍ଡା ପଞ୍ଚାୟତ ନୂଆଗାଁ ଗ୍ରାମର ଜଗନ୍ନାଥ ମହାନ୍ତ। ସେ ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କ ସହ ଜଣେ ସମାଜସେବୀ ଏବଂ ଆନ୍ତର୍ଜାତୀୟ କୀର୍ତ୍ତିମାନ ହାସଲ କରିଥିବା ପର୍ବତାରୋହୀ ଥିଲେ। ଜଗନ୍ନାଥ ହେଉଛନ୍ତି ଶିକ୍ଷକ ଶ୍ୟାମସୁନ୍ଦର ମହାନ୍ତ ଓ ଶକୁନ୍ତଳା ମହାନ୍ତଙ୍କ ପୁଅ। ସେ ଭୁବନେଶ୍ବର ସ୍ଥିତ ସଫ୍ଟୱେର୍ କମ୍ପାନୀ Wiproରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ। […]

Continue Reading

ଖଣି ଉତ୍ପାଦନ ବଢ଼ିଲା, ଆଦାୟ ହେଲାନି ଷ୍ଟାମ୍ପ ଓ ପଞ୍ଜୀକରଣ ଶୁଳ୍କ; କେନ୍ଦୁଝର ହରେଇଲା ୧୪୮.୪୬ କୋଟି ରାଜସ୍ୱ

ଭୁବନେଶ୍ୱର: ଖଣିର ବାର୍ଷିକ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଥିଲେ ମଧ୍ୟ ବର୍ଦ୍ଧିତ ଉତ୍ପାଦନ ପରିମାଣ ଉପରେ ପାର୍ଥକ୍ୟ ଷ୍ଟାମ୍ପ ଶୁଳ୍କ (SD) ଓ ପଞ୍ଜୀକରଣ ଶୁଳ୍କ (RF) ଆଦାୟ କରାଯାଇନଥିବା ଘଟଣା ସାମ୍ନାକୁ ଆସିଛି। ଏହା ଫଳରେ ସରକାରଙ୍କ ୧୪୮.୪୬ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇପାରିନଥିବା CAG ଅଡିଟ୍‌ରେ ଦର୍ଶାଯାଇଛି। ଭାରତୀୟ ଷ୍ଟାମ୍ପ ଅଧିନିୟମ, ୧୮୯୯ର ଓଡ଼ିଶା ସଂଶୋଧନ ଅନୁସାରେ, ନିର୍ଦ୍ଦିଷ୍ଟ ପ୍ରକାରର ଦୀର୍ଘମିଆଦୀ ଲିଜ୍‌ରେ ଷ୍ଟାମ୍ପ ଶୁଳ୍କ ଆଦାୟର ବ୍ୟବସ୍ଥା ରହିଛି। ଖଣି ଯୋଜନାରେ […]

Continue Reading

ଅଠରନଳା ପାଟଣାରେ ମଦ ଦୋକାନ ଖୋଲିବାକୁ ବିରୋଧ: ଧାରଣାରେ ଶତାଧିକ ମହିଳା-ପୁରୁଷ

ପୁରୀ: ସଦର ଥାନା ଅଧୀନ ଅଠରନଳା ପାଟଣା ମୁଖ୍ୟ ବଜାର ନିକଟରେ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନ ଖୋଲିବାକୁ ବିରୋଧ ଜାରି ରହିଛି। ଦୋକାନ ଖୋଲିବା ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଦୋକାନ ସମ୍ମୁଖରେ ଧାରଣାରେ ବସିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଅଠରନଳା ପାଟଣା ଅଞ୍ଚଳରେ ମଦ ଦୋକାନ ନଖୋଲିବା ପାଇଁ ପୂର୍ବରୁ ଜିଲ୍ଲାପାଳ, ଅବକାରୀ ବିଭାଗ ଓ ଜନପ୍ରତିନିଧିଙ୍କ ନିକଟରେ ଦାବି ଜଣାଇଥିଲେ। ତେବେ ଏହା ସତ୍ତ୍ୱେ ନିର୍ଦ୍ଧାରିତ ସ୍ଥାନରେ […]

Continue Reading

ଶ୍ରୀମନ୍ଦିର ମରାମତିକୁ ASIର ପ୍ରାଥମିକତା, ଖୁବଶୀଘ୍ର ଆରମ୍ଭ ହେବ ଭୋଗମଣ୍ଡପ ଓ ଜଗମୋହନ କାମ

ପୁରୀ : ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ASI)ର ଡିଜି ୟଦୁବିର ସିଂ ରାୱତ। ଶ୍ରୀମନ୍ଦିରରେ ଦର୍ଶନ ପରେ ମନ୍ଦିରର ସୁରକ୍ଷା ଓ ମରାମତି କାର୍ଯ୍ୟର ସମୀକ୍ଷା କରିଛନ୍ତି ସେ। ଶ୍ରୀମନ୍ଦିର ଗସ୍ତ ସମୟରେ ASI ଡିଜି ଭୋଗମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ କରିଥିଲେ। ଭୋଗମଣ୍ଡପ ଓ ଜଗମୋହନର ଜରୁରୀ ମରାମତି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ଐତିହ୍ୟର ସୂକ୍ଷ୍ମତାକୁ […]

Continue Reading

ରୋଜଗାର କରନ୍ତୁ, E-Scooter ଜିତନ୍ତୁ; ୨୦ ବର୍ଷ ପୂର୍ତ୍ତିରେ Swomen Agarbatiର ନୂଆ ଘୋଷଣା

ଭୁବନେଶ୍ୱର : ଘରେ ରହି ବ୍ୟବସାୟ କରିବା ସହ ରୋଜଗାରର ସୁଯୋଗ। ଯୁବପିଢ଼ି ଓ ଗୃହିଣୀଙ୍କୁ ଆତ୍ମନିର୍ଭର କରିବା ଲକ୍ଷ୍ୟରେ Swomen Agarbati ପକ୍ଷରୁ ନୂଆ ଅଫର ଘୋଷଣା କରାଯାଇଛି। କମ୍ପାନୀର ୨୦ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଆୟୋଜିତ ବାର୍ଷିକ ଉତ୍ସବରେ ଏହି ଘୋଷଣା କରାଯାଇଛି। କାର୍ଯ୍ୟକ୍ରମରେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଯୋଗଦେଇ ଯୁବପିଢ଼ି ଓ ଗୃହିଣୀମାନଙ୍କୁ ରୋଜଗାର ଦିଗରେ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଥିଲେ। ଘରେ […]

Continue Reading

ପୁରୀ ବଡ଼ଶଙ୍ଖରେ ଦୁର୍ବୃତ୍ତଙ୍କ ଆତଙ୍କ, ଦୁଇଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ପୁରୀ: ପୁଣି ଦୁର୍ବୃତ୍ତଙ୍କ ଆତଙ୍କରେ ଥରିଛି ପୁରୀ ସହର। ବିଳମ୍ବିତ ରାତିରେ ପୁରୀ ବଡ଼ଶଙ୍ଖ ଅଞ୍ଚଳରେ ଦୁଇଜଣ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବିଚ୍ ବଜାରରେ ଘଟିଥିବା ଏହି ଆକ୍ରମଣରେ ଦୁଇଜଣ ଲହୁଲୁହାଣ ହୋଇଛନ୍ତି। ଆହତ ଦୁଇଜଣ ହେଲେ ପୁରୀ ଦରଜୀ ପୋଖରୀ ଅଞ୍ଚଳର ଗିଲଟି କାଳୁ ଓରଫ ସୁବାସ ଚନ୍ଦ୍ର ମହାନ୍ତି ଏବଂ ନାରାୟଣ ମହାନ୍ତି। ସୁବାସଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ନାରାୟଣଙ୍କ ହାତରେ […]

Continue Reading

UAN ନଥିଲେ ହେବନି ଫ୍ଲାଟ୍ ବୁକିଂ!

ଭୁବନେଶ୍ୱର: ଏକାମ୍ର ରେସିଡେନ୍ସିରେ ଫ୍ଲାଟ୍ ବୁକିଂ ପୂର୍ବରୁ UAN ପଞ୍ଜୀକରଣକୁ ନେଇ ଭୁବନେଶ୍ୱର ବିକାଶ ପ୍ରାଧିକରଣ ବା BDA ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ‘UAN ନଥିଲେ ଫ୍ଲାଟ୍ ବୁକ୍ କରିହେବ ନାହିଁ’ ବ୍ୟବସ୍ଥା କୌଣସି ନୂଆ ନିୟମ ନୁହେଁ ବୋଲି BDA କହିଛି। BDAର ସୂଚନା ଅନୁଯାୟୀ, BDA Property (Management & Allotment) Regulations, 2015ର ଧାରା ୫୩ ଓ ୫୪ ଅନୁସାରେ BDAର ଅଧିକାରିକ ୱେବସାଇଟ୍‌ରେ ଅନଲାଇନ୍ ପଞ୍ଜୀକରଣ ବାଧ୍ୟତାମୂଳକ ଥିଲା। ଅନଲାଇନ୍ ପଞ୍ଜୀକରଣ […]

Continue Reading

ମୋଦୀଙ୍କ ୭୬ତମ ଜନ୍ମଦିନରେ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ

ମନମୋହନ ସାମଲ ଓ ସମ୍ବିତ ପାତ୍ରଙ୍କ ସହ ବିଜେପି ନେତା-କର୍ମୀଙ୍କ ଅଂଶଗ୍ରହଣ ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଓ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ସମେତ ଦଳର ନେତା ଓ କର୍ମୀମାନେ ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପଦାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ମଙ୍ଗଳ, ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି […]

Continue Reading

ଛୋଟ ଛୋଟ ପିଲାଙ୍କ ଗହଣରେ ଅଭିନେତା ଚନ୍ଦନ କରଙ୍କ ଜନ୍ମଦିନ ପାଳନ

ଭୁବନେଶ୍ୱର : ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳନ କରିଛନ୍ତି ଓଲିଉଡ୍‌ ଅଭିନେତା ଚନ୍ଦନ କର। ଜନ୍ମଦିନ ଅବସରରେ ସକାଳୁ ଠାକୁର ଦର୍ଶନ କରିବା ପରେ ସେ ସିଧାସଳଖ ପହଞ୍ଚିଥିଲେ ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟରେ। ସେଠାରେ ଛୋଟ ଛୋଟ ପିଲାଙ୍କ ଗହଣରେ କେକ୍‌ କାଟି ଜନ୍ମଦିନ ପାଳନ କରିଥିଲେ ଚନ୍ଦନ। ପିଲାମାନଙ୍କ ସହ ହସଖୁସିରେ ସମୟ ବିତାଇବା ସହ ସେମାନଙ୍କ ସହ ନିଜ ଜନ୍ମଦିନର ଖୁସି ବାଣ୍ଟିଥିଲେ। ଏହି ଅବସରରେ ପିଲାମାନେ ମଧ୍ୟ ଅଭିନେତାଙ୍କୁ […]

Continue Reading

ରାଜ୍ୟରେ ୮୦% ମୃତ୍ୟୁର କାରଣ ଅସ୍ପଷ୍ଟ!

ଭୁବନେଶ୍ୱର : ଓଡ଼ିଶାରେ ମୃତ୍ୟୁର କାରଣ ରେକର୍ଡକୁ ନେଇ ସାମ୍ନାକୁ ଆସିଛି ଚିନ୍ତାଜନକ ଚିତ୍ର। ରାଜ୍ୟରେ ପ୍ରତିବର୍ଷ ଯେତିକି ସଂଖ୍ୟକ ମୃତ୍ୟୁ ଘଟୁଛି, ସେଥିରୁ ପ୍ରାୟ ୮୦ ପ୍ରତିଶତ ମୃତ୍ୟୁର ପ୍ରକୃତ କାରଣ ସଠିକ୍ ଭାବେ ରେକର୍ଡ ହୋଇପାରୁନାହିଁ। ମାତ୍ର ପ୍ରାୟ ୨୦ ପ୍ରତିଶତ ମୃତ୍ୟୁର କାରଣ ଡାକ୍ତରୀ ପ୍ରମାଣପତ୍ର ମାଧ୍ୟମରେ ରେକର୍ଡ କରାଯାଉଛି। ଏହାର ପରିଣାମରେ ରାଜ୍ୟରେ କେଉଁ ରୋଗ, ରୋଗଜନିତ ଜଟିଳତା କିମ୍ବା ଅନ୍ୟ କେଉଁ କାରଣରୁ କେତେ ଲୋକଙ୍କ ମୃତ୍ୟୁ ହେଉଛି, ତାହାର […]

Continue Reading