ବୁଦ୍ଧ ବିହାରରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, କଟୁରୀ ସହ ବୁଲେଟ୍ ଓ ସ୍କୁଟି ଜବତ, ୧୦ରୁ ଅଧିକଙ୍କ ନାଁରେ ମାମଲା

ଭୁବନେଶ୍ୱର: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ବୁଦ୍ଧ ବିହାର ଅଞ୍ଚଳରେ ଶନିବାର ରାତିରେ ଘଟିଥିବା ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଦୁଇଟି କାଉଣ୍ଟର ମାମଲା ରୁଜୁ ହୋଇଛି। ଉଭୟ ପକ୍ଷର ଅଭିଯୋଗ ଆଧାରରେ ପୋଲିସ ନିରପେକ୍ଷ ଭାବେ ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଅନୁଯାୟୀ, ମାମଲା ନମ୍ବର ୬୭୧/୨୦୨୬ରେ ଅଭିଯୋଗ ହୋଇଛି ଯେ, ଶୁକ୍ରବାର ରାତି ପ୍ରାୟ ୯ଟା ୨୫ ମିନିଟ୍ ସମୟରେ ସୁଭମ ସ୍ୱରାଜ ଜଣେ ବନ୍ଧୁଙ୍କ ସହ ବ୍ଲକ୍ ନଂ-୧୧ […]

Continue Reading

ଭୂଦାନ ଜମି ଦେବା ନାଁରେ ଠକେଇ: ଟଙ୍କା ନେଇ ଜମି ଦେଲେନି, ଧମକ ଦେବା ପରେ ଗିରଫ ହେଲେ ମହିଳା

ଭୁବନେଶ୍ୱର: ଭୂଦାନ ଜମି କିଣାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଭରତପୁର ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତା ହେଲେ ରୀନା ପ୍ରଧାନ। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ମାମଲାର ମୁଖ୍ୟ ଅଭିଯୁକ୍ତ ସନାତନ ପ୍ରଧାନଙ୍କ ଭୂମିକାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଭରତପୁର ଥାନାରେ ପ୍ରଦୀପ କୁମାର ସାହୁ (୪୭)ଙ୍କ ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ […]

Continue Reading

ଜମି ବିକ୍ରି ନାଁରେ ଠକେଇ; ୧୦ ମାମଲାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜମି ବିକ୍ରି କରିବା ନାଁରେ ଠକେଇ କରିବା ଅଭିଯୋଗରେ ଭରତପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସାନା ବାବୁ ଓରଫ ସନାତନ ପ୍ରଧାନ। ତାଙ୍କ ବିରୋଧରେ ପୂର୍ବରୁ ୧୦ଟି ଅପରାଧିକ ମାମଲା ରହିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ସାମପୁର ଅଞ୍ଚଳର ବାସିନ୍ଦା ଦୀପକ କୁମାର ନାୟକ (୩୫) ଭରତପୁର ଥାନାରେ ଏକ ଲିଖିତ ଏତଲା ଦାଖଲ କରିଥିଲେ। ସେଥିରେ ସେ ଅଭିଯୋଗ […]

Continue Reading

ସୁପ୍ରିମକୋର୍ଟରେ ଅନୁଭବଙ୍କ ଆବେଦନ: ବର୍ଷା ପ୍ରିୟଦର୍ଶିନୀଙ୍କୁ ଝଟକା

ଭୁବନେଶ୍ୱର: ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ଦ୍ୱାରା ଦାଖଲ ଆବେଦନ ଉପରେ ସୁପ୍ରିମକୋର୍ଟ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜବାବ ଦାଖଲ କରିବାକୁ ତଲବ କରିଛନ୍ତି। ସୂଚନାଯୋଗ୍ୟ ଯେ, କଟକର ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣି ଏତଲା ଦାଖଲ କରିଥିଲେ। ଏହି ମାମଲାରେ ଅନୁଭବ ମହାନ୍ତି ଡିସ୍ଚାର୍ଜ ପିଟିସନ ଦାଖଲ କରିଥିଲେ। ତେବେ ବିଧାୟକ ଓ ସାଂସଦମାନଙ୍କ ମାମଲା […]

Continue Reading

ଏମ୍‌ବିବିଏସ୍‌ ନାମଲେଖା ନାଁରେ ୧୧.୫୦ ଲକ୍ଷ ଟଙ୍କା ଠକେଇ, ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା କରାଇଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଦୀର୍ଘଦିନ ଧରି ଫେରାର ଥିବା ଅଭିଯୁକ୍ତ ଶଶାଙ୍କ କିରଣ ମିଶ୍ରଙ୍କୁ ପୋଲିସ ଗିରଫ କରିଛି। ଅଭିଯୋଗକାରୀ ରବୀନ୍ଦ୍ର କୁମାର ସାହୁ (୮୪)ଙ୍କ ଲିଖିତ ଏତଲା ଆଧାରରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ୨୨ ଡିସେମ୍ବର ୨୦୨୧ରୁ ୨୫ ମାର୍ଚ୍ଚ ୨୦୨୨ ମଧ୍ୟରେ ଶୁଭମ ଏଜୁକେସନାଲ ଚ୍ୟାରିଟେବଲ ଟ୍ରଷ୍ଟ, ଅଶୋକ ନଗରର ଚେୟାରମ୍ୟାନ ଭାବେ […]

Continue Reading

ଗାଡ଼ି ନମ୍ବର ପ୍ଲେଟରେ ପୋଲିସ ଲୋଗୋ କିମ୍ବା OHRC ନାଁ ଲେଖିଲେ ହେବ ଜବତ

ଭୁବନେଶ୍ୱର: ଯଦି ଆପଣ ନିଜ ଗାଡ଼ିର ନମ୍ବର ପ୍ଲେଟରେ ପୋଲିସର ପ୍ରତୀକ (ଲୋଗୋ) କିମ୍ବା ‘ଓଡ଼ିଶା ମାନବାଧିକାର କମିଶନ’ (OHRC) ର ନାଁ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏଭଳି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏବେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡ଼ିଶା ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ଯେ, କିଛି ସ୍ବେଚ୍ଛାସେବୀ ସଂଗଠନ (NGO) ଏବଂ ବ୍ୟକ୍ତିବିଶେଷ ନିଜ ଗାଡ଼ିରେ ପୋଲିସ ଭଳି ଦିଶୁଥିବା […]

Continue Reading

‘ଆମେ କେନ୍ଦୁଝରିଆ’ ଅନୁଷ୍ଠାନ ପକ୍ଷରୁ ପଖାଳ ଦିବସ ପାଳିତ

ଭୁବନେଶ୍ବର: ପଖାଳ ଉତ୍ସବରେ କେନ୍ଦୁଝର ବଡିର ଚର୍ଚ୍ଚା। କେବଳ ଚର୍ଚ୍ଚା ନୁହଁ କେନ୍ଦୁଝରର ଫୁଲ ବଡିର ଜିଆଇ ଟ୍ୟାଗ୍ ପାଇଁ ଉଠିଲା ଦାବି। ଆମେ କେନ୍ଦୁଝରିଆ‘ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ବରରେ ପାଳିତ ହୋଇଯାଇଛି ପଖାଳ ଦିବସ। ସ୍ଥାନୀୟ ୭ ମାଇଲ୍ସ ହୋଟେଲଠାରେ ‘ଆମେ କେନ୍ଦୁଝରିଆ’ ଅନୁଷ୍ଠାନର ଏହା ଥିଲା ପ୍ରଥମ ବୈଠକ । ବୈଠକରେ କେନ୍ଦୁଝରର ବିଭିନ୍ନ ବିକାଶ ଉପରେ ଆଲୋଚନା ହୋଇଥିଲା। ବିଶେଷ କରି କେନ୍ଦୁଝରର ପାରମ୍ପରିକ ‘ଫୁଲ ବଢି’କୁ ଜିଆଇ ଟ୍ୟାଗ ଉପରେ ବୈଠକରେ […]

Continue Reading

ଓଡ଼ିଆ ଚଳଚ୍ଚିତ୍ର ‘ତୁଳା’ ର ‘ଶୁଭ ମୁହୂର୍ତ୍ତ’

ଭୁବନେଶ୍ୱର: ଫୁଲବାଣୀର ଚର୍ଚ୍ଚିତ ତୁଳା ବେହେରାଙ୍କ ଜୀବନ କାହାଣୀ ଆଧାରିତ ଆର୍ଟମସ୍ ସ୍କ୍ରିନ୍‌ସର ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ସେବା, ସଂଘର୍ଷ ଓ ସମର୍ପଣର ଗାଥା… ‘ତୁଳା’ ର ‘ଶୁଭ ମୁହୂର୍ତ୍ତ’ ୧ ଫେବୃଆରୀ ୨୦୨୬, ରବିବାର ଦିନ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ରୁପେ ଯୋଗଦେଇ କହିଥିଲେ ଯେ, ଏଭଳି ମହାନ ବିଭୁତିଙ୍କ […]

Continue Reading

ଟାଟା ପାୱାର ନେତୃତ୍ଵାଧୀନ ଓଡ଼ିଶା ଡ଼ିସକମ ଏବଂ କିଟ ବିଶ୍ୱବିଦ୍ୟାଳୟର ସହଭାଗିତାରେ ‘ୱାର୍କ ଇଣ୍ଟିଗ୍ରେଟେଡ୍ ଲର୍ଣ୍ଣିଂ ପ୍ରୋଗ୍ରାମ’ର ଶୁଭାରମ୍ଭ

ଭୁବନେଶ୍ୱର: ଭବିଷ୍ୟତ ପାଇଁ ପ୍ରସ୍ତୁତ ବୈଷୟିକ ଦକ୍ଷତା ନିର୍ମାଣ ଏବଂ ନିରନ୍ତର ବୃତ୍ତିଗତ ବିକାଶକୁ ସକ୍ଷମ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି, ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡ଼ିସକମ ଗୁଡିକ, ଜାନୁଆରୀ ୩୧, ୨୦୨୬ରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ) ବିଶ୍ୱବିଦ୍ୟାଳୟ ସହଯୋଗରେ ନିଜର କର୍ମଚାରୀମାନଙ୍କ ପାଇଁ ‘ୱାର୍କ ଇଣ୍ଟିଗ୍ରେଟେଡ୍ ଲର୍ଣ୍ଣିଂ ପ୍ରୋଗ୍ରାମ’ (ଡବ୍ଲୁଆଇଏଲପି) ର ଶୁଭାରମ୍ଭ କରିଛି। ଏହି କାର୍ଯ୍ୟକ୍ରମଟି ଇଲେକ୍ଟ୍ରିକାଲ୍‌ରେ ଡିପ୍ଲୋମା କରିଥିବା କର୍ମଚାରୀମାନେ ନିଜର ଚାକିରି ବଜାୟ […]

Continue Reading

ଜାପାନରେ ନେତାଜୀଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଦେଲେ ସତ୍ୟ ସୂତାର

ଭୁବନେଶ୍ୱର: ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀରେ ଭାରତ ପାଳୁଛି ପରାକ୍ରମ ଦିବସ। ଏହି ଅବସରରେ ଜାପାନର ଟୋକିଓ ସହରର ପବିତ୍ର ରେଙ୍କୋଜି ମନ୍ଦିରଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ଓଡ଼ିଆ ପୁଅ ସତ୍ୟ ସୂତାର। ଏହି ଭୂମି କେବଳ ଏକ ସ୍ଥାନ ନୁହେଁ, ଏହା ଭାରତର ସ୍ୱାଭିମାନ ଓ ବଳିଦାନର ଜୀବନ୍ତ ସାକ୍ଷୀ ବୋଲି ଶ୍ରୀ ସୂତାର କହିଛନ୍ତି। […]

Continue Reading