କରୋନାରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ

ବଲାଙ୍ଗୀର: ଓଡିଶାର ବଲାଙ୍ଗୀର ଜିଲ୍ଲାର ଜଣେ ଆୟୁର୍ବେଦିକ ଡାକ୍ତର ଶନିବାର ଦିନ କରୋନାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ଜଣକ ସାଗରପଡାର ଡାକ୍ତର ଦିଲୀପ ଷଡ଼ଙ୍ଗୀ ବୋଲି ଜଣାପଡିଛି। ଡ. ଷଡ଼ଙ୍ଗୀ ରକ୍ସିମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁର୍ବେଦିକ ଡାକ୍ତର ଭାବରେ ନିୟୋଜିତ ହୋଇଥିଲେ। ଷଡ଼ଙ୍ଗୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ପରିବାର ସଦସ୍ୟ ତାଙ୍କୁ ଭୁବନେଶ୍ୱର ଡାକ୍ତରଖାନାକୁ ନେବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

Continue Reading

କଳିଙ୍ଗର ବରପୁତ୍ର : ବିଜୁ ପଟ୍ଟନାୟକ

ଆଜି ହେଉଛି ଉତ୍କଳର ଗର୍ବ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ । ତାଙ୍କ ଦୁସାହସିକତା, ଜାତୀୟତାବାଦୀ ସ୍ଵଭାଵ, ପ୍ରଚଣ୍ଡ ସ୍ୱାଭିମାନ ପାଇଁ ସମସ୍ଥଙ୍କ ନିକଟରେ ଯେତିକି ପରିଚିତ ଥିଲେ ସେତିକି ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ସ୍ଵପ୍ଣବିଳାସି ମଧ୍ୟ ଥିଲେ ସେ । ହୃଦୟରେ ବିଶାଳ ମଣିଷ ପଣିଆକୁ ସାଇତି ରଖିଥିବା ବିଜୁବାବୁ ଯାହା ସବୁ ନୂତନ ସ୍ବପ୍ନ ଦେଖିଥିଲେ ତାକୁ ଦେଶ ଓ ଅନ୍ୟାନ୍ୟ ରାଜ୍ୟମାନେ ପରବର୍ତୀ ସମୟରେ ଅନୁକରଣ କରୁଥିଲେ […]

Continue Reading

ରାଜ୍ୟରେ ଆଉ ୪ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୪୨ରେ ପହଂଚିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ମାନଙ୍କ ମଧ୍ୟରେ ବଲାଙ୍ଗିର, ଝାରସୁଗୁଡ଼ା, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତି ରହିଛନ୍ତି। ତେବେ ସେମାନଙ୍କ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନାହିଁ।

Continue Reading

ଲଗାତାର ଦ୍ୱିତୀୟ ଦିନରେ ରାଜ୍ୟରୁ ୩ ହଜାରରୁ ଅଧିକ ସଂକ୍ରମିତ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ରୋକିବାକୁ ସାରା ରାଜ୍ୟରେ ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରୁଛନ୍ତି ସରକାର । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୮୨୩ଟି ସଂକ୍ରମଣ ମାମଲା କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୩୨୧ ମାମଲା ସ୍ଥାନୀୟ ସଂକ୍ରମଣ । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୨୩ ଓ ଖୋର୍ଦ୍ଧାରୁ ୪୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ […]

Continue Reading

ଆଜିଠୁ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟରେ କଡ଼ାକଡ଼ି ହେଉଛି କଟକଣା । ଆଜିଠୁ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ଆରମ୍ଭ ହୋଇଛି ସପ୍ତାହନ୍ତ ସଟଡାଉନ୍ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ସହରାଞ୍ଚଳରେ ଆଜି ଓ କାଲି ଦୁଇ ଦିନ ସଟଡାଉନ୍‌ ବଳବତ୍ତର ରହିବ । ବନ୍ଦ ରହିଛି ଦୋକାନ ବଜାର । ବ୍ୟବସାୟିକ ପ୍ରତିଷ୍ଠାନ । ଏସବୁ ଜିଲ୍ଲାର ସହରାଞ୍ଚଳରେ ଚେକିଂକୁ କଡ଼ାକଡ଼ି କରାଯାଇଛି । […]

Continue Reading

କୋଭିଡ୍ ମୁକ୍ତ ନହେବା ଯାଏ ହାଇଦରକୁ ରିମାଣ୍ଡରେ ନେବ ନାହିଁ କମିଶନରେଟ ପୋଲିସ

କଟକ: ଆଜିଠୁ ରିମାଣ୍ଡରେ ଯିବ ନାହିଁ ଗ୍ୟାଙ୍ଗଷ୍ଟର ହାଇଦର । ସେ କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିବା ପରେ ରିମାଣ୍ଡ କାର୍ୟ୍ୟକାରୀ ହେବ ନାହିଁ । ସଂକ୍ରମଣ ମୁକ୍ତ ନହେବା ଯାଏ ରିମାଣ୍ଡରେ ନେବ ନାହିଁ କମିଶନରେଟ ପୋଲିସ । ହାଇଦରର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ପ୍ରଥମେ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା । ପରେ ଆରଟିପିସିଆର ରିପୋର୍ଟ ଆସିଛି ପଜିଟିଭ୍ । […]

Continue Reading

ଟିକା ଅଭାବରୁ ୮୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ, ଆଜି ପହଞ୍ଚିବ ଆଉ ୩ ଲକ୍ଷ କୋଭିସିଲ୍ଡ

ଭୁବନେଶ୍ୱର: ରାଜ୍ୟରେ ଏବେବି ଟିକା ଅଭାବ ଲାଗି ରହିଛି । ଫଳରେ ଗତକାଲି ୧୦୫୦ ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଥିବା ବେଳେ ଆଜି ମାତ୍ର ୭୦୦ଟି କେନ୍ଦ୍ରରେ ଟିକାକରଣ କରାଯାଉଛି । ଭ୍ୟାକ୍ସିନ୍ ନିଅଣ୍ଟ କାରଣରୁ ଆଜି ରାଜ୍ୟର ୮୦୦ ଟି କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । କୋରାପୁଟ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ ବନ୍ଦ ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅନ୍ୟପଟେ ଭ୍ୟାକ୍ସିନ୍ ଯୋଗାଇ ଦେବା ଲାଗି ଗତକାଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ରକୁ […]

Continue Reading

ସ୍ଥଗିତ ହେଲା ଡିପ୍ଲୋମା ଏବଂ ପିଡିଆଇଏସ୍‌ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟ ତଥା ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି (SCTE & VT) ଡିପ୍ଲୋମା ଏବଂ ପିଡିଆଇଏସ୍‌ ପାଠ୍ୟକ୍ରମର ପ୍ରଥମ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖିଛି। ପରୀକ୍ଷା ୧୬ ଏପ୍ରିଲରୁ ଆରମ୍ଭ ହେବାର ଥିଲା। ଓଡ଼ିଶାର SCTE & VT ର ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ପାଇଁ ସଂଶୋଧିତ ତାରିଖଗୁଡିକ ଧାର୍ଯ୍ୟ ପାଠ୍ୟକ୍ରମରେ ସୂଚିତ କରାଯିବ। ଛାତ୍ରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

Continue Reading

୧୨ ବର୍ଷ ପରେ କାଟିଲେ ବିଶ୍ବର ସବୁଠୁ ଲମ୍ବା କେଶ

ଅ‌ହମ୍ମଦାବାଦ: ଲମ୍ବା କେଶ ପାଇଁ ଗିନିଜ ରେକର୍ଡ କରିଥିବା ନୀଲାଂସି ପଟେଲ ଏବେ ପୁଣିଥରେ ଚର୍ଚ୍ଚାରେ। ଗୁଜୁରାଟର ଏହି ଯୁବତୀ ୧୨ ବର୍ଷ ଧରି କେଶ ନକାଟି ବଢାଇଥିଲେ। ଯେଉଁଥିପାଇଁ ସେ ଥରେ ନୁହେଁ, ତିନିଥର ଗିନିଜ ୱାର୍ଲ୍ଡ ରେକର୍ଡର ଅଧିକାରିଣୀ ହୋଇଥିଲେ। ଜୁଲାଇ ୨୦୨୦ରେ, ୧୮ ବର୍ଷ ବୟସ ହେବା ପୂର୍ବରୁ ନୀଲାଂସିଙ୍କ କେଶ ୬ ଫୁଟ ୬.୭ ଇଞ୍ଚ ଲମ୍ବା ଥିବା ମପା ଯାଇଥିଲା। ସେ କୁହନ୍ତି ଯେ ୬ ବର୍ଷ ବୟସରେ ସେଲୁନକୁ […]

Continue Reading

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ

ବଲାଙ୍ଗୀର: କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ। ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ଜତିଶ ଖମାରି ଗୁରୁବାର ଦିନ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସେ ଓଡିଶାର ବଲାଙ୍ଗୀର ଜିଲ୍ଲାର ପାଟନାଗଡରେ ଅବସ୍ଥିତ ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏବଂ ‘ଡିଡି-୧’ରେ ୨୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ। ସୂଚନାନୁସାରେ, ଶ୍ରୀ ଖମାରିଙ୍କୁ ମୃତ୍ୟୁ ବେଳକୁ ୪୬ ବର୍ଷ ହୋଇଥିଲା। ପ୍ରଥମେ ପାଟନାଗଡର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପରେ ବାଲାଙ୍ଗୀର ଭୀମ […]

Continue Reading