ଘରୁ କାର୍ ଡିଲରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଜଣେ କାର୍ ଡିଲର ଆତ୍ମହତ୍ୟା କରିଛନ୍ତି । ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ତାଙ୍କ ବାସଭବନରୁ ମଙ୍ଗଳବାର ମିଳିଛି । ମୃତକ ଭିକି ହରୀଶ ପୁରୀ ବୋଲି ଜଣାପଡ଼ିଛି । କାର୍ ଡିଲର ଭିକି ହରୀଶ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ଅନୁସାରେ, ଭିକି ହରୀଶଙ୍କ କୋଠରୀରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି । ସେ ଆଣିଥିବା କରଜକୁ ନେଇ ବେଶ୍ ଚିନ୍ତାରେ ଥିଲେ । ବଜାରରେ ସେ ବହୁତ […]

Continue Reading

ବାହଘର ଦିନ ସବ୍ୟସାଚୀଙ୍କୁ କାହିଁକି ଅପେକ୍ଷା କରେଇଲେ ଅର୍ଚ୍ଚିତା….ଜାଣନ୍ତୁ

ଭୁବନେଶ୍ବର : ଓଲିଉଡର ଚର୍ଚ୍ଚିତ ଯୋଡି ସବ୍ୟାର୍ଚ୍ଚିତା ବିବାହ କରିଛନ୍ତି । ସୋମବାର ରାଜସ୍ଥାନର ଏକ ଦୁର୍ଗରେ ପରିବାର ସଦସ୍ୟ ଓ ଅଳ୍ପ ସଂଖ୍ୟକ ଅତିଥିଙ୍କ ମଧ୍ୟରେ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଛି । ସୋସିଆଲ ମିଡିଆରେ ସବ୍ୟାର୍ଚ୍ଚିତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଗତକାଲି ସବ୍ୟସାଚୀ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଅର୍ଚ୍ଚିତା ମେକ୍ ଅପ୍ ହେଉଥିବା ଦେଖିବାକୁ ମିଳିଛି । ସେ ପିନ୍ଧିଥିବା ଟି ସାର୍ଟରେ ବ୍ରାଇଡ ବୋଲି […]

Continue Reading

ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୩ ମୃତ, ଜଣେ ଗୁରୁତର

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ବରେଇପାଲି ଅଂଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଟ୍ରକ୍ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତ୍ରିରେ ସମ୍ବଲପୁରରୁ ବୁର୍ଲା ପଟକୁ ଦୁଇଟି ବାଇକରେ ୪ ଜଣ ଯୁବକ ଯାଉଥିଲେ । ସମ୍ନାପଟୁ ଆସୁଥିବା ଏକ ଅଜଣା ଟ୍ରକ୍ ଏମାନଙ୍କ ଉପରେ ଚଢିଯାଇଥିଲା । ତେବେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର […]

Continue Reading

ଶିମିଳିପାଳରେ ନିଆଁ ବ୍ୟାପିବା ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆଦିଲ୍ଲୀ: ଶିମିଳିପାଳ ଅଭୟାରଣ୍ୟ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ଏଥି ସହ ଏ ନେଇ ରିପୋର୍ଟ ଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶିମିଳିପାଳରେ ଗତ ସପ୍ତାହେ ଧରି ନିଆଁ ଲାଗିବା କାରଣରୁ ବନ୍ୟଜନ୍ତୁମାନେ ବିପଦରେ ଥିବା ଟ୍ବିଟରରେ ଉଲ୍ଲେଖ କରି ଉଦବେଗ ପ୍ରକାଶ କରିଥିଲେ ମୟୁରଭଞ୍ଜର ରାଜକୁମାରୀ ତଥା ଯୁବ ଉଦ୍ୟୋଗୀ ଅକ୍ଷୀତା ମଞ୍ଜରୀ ଭଞ୍ଜଦେଓ । […]

Continue Reading

କରୋନା ସଂକ୍ରମଣ ଭୟ; ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସତର୍କତା ପାଇଁ ନୋଟିସ ଜାରି

ସମ୍ବଲପୁର: ବୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ରେ କରୋନା ପଜିଟିଭ ଚିହ୍ନଟ ପରେ ଚିନ୍ତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ। ଏପରିକି ସଂକ୍ରମଣ ଆଶଙ୍କାରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱବିଦ୍ୟାଳୟ ହଷ୍ଟେଲର ମୁଖ୍ୟ ୱାର୍ଡେନ ପ୍ରଫେସର ବି ସତ୍ୟପାଠୀଙ୍କ ଦ୍ଵାରା ଜାରି କରାଯାଇଥିବା ନୋଟିସରେ କୁହାଯାଇଛି ଯେ ଛାତ୍ରୀ ଏବଂ ଛାତ୍ର ମାନେ ଯଥାକ୍ରମେ ସନ୍ଧ୍ୟା ୫ଟା ୩୦ ଏବଂ ରାତି ୭ଟା ୩୦ ସୁଦ୍ଧା ନିଜ ନିଜ ହଷ୍ଟେଲକୁ ଫେରିବାକୁ ନିର୍ଦ୍ଦେଶ […]

Continue Reading

କୁଆଖାଇ ପୋଲରେ ଯାତାୟାତ ଉପରେ ଲାଗିଲା କଟକଣା, ଜାଣନ୍ତୁ କେଉଁ ପଟେ ଯିବେ…

ଭୁବନେଶ୍ୱର: ଜରୁରୀ ମରାମତି କାର୍ଯ୍ୟ ପାଇଁ ମଙ୍ଗଳବାର ଠାରୁ ୬୦ ଦିନ ଧରି କୁଆଖାଇର ବାମପଟ ବ୍ରିଜ ବନ୍ଦ ରହିବ ବୋଲି ଟ୍ୱିନସିଟି କମିଶନରେଟ୍ ପୋଲିସ ସୂଚନା ଦେଇଛନ୍ତି। NH-16 ରେ ୬୦ ଦିନ ପାଇଁ ଜରୁରୀ ମରାମତି କାର୍ଯ୍ୟ ପାଇଁ କୁଆଖାଇ LHS ବ୍ରିଜ୍ ବନ୍ଦ କରିବାକୁ NHAI / SJEPL ପ୍ରସ୍ତାବ ଦେଇଛି ଏବଂ ଉକ୍ତ ବ୍ରିଜର ଯାଞ୍ଚ ଏବଂ ଲୋଡ୍ ଜନିତ ପରୀକ୍ଷାର ରିପୋର୍ଟକୁ ଆଧାର କରି ଟ୍ରାଫିକ୍ ପରିବର୍ତ୍ତନ ପାଇଁ ଅନୁରୋଧ […]

Continue Reading

ନାବାଳିକା ବେକରେ ଲୁହାର ଶିକୁଳି ପକାଇଲେ ବାପା, ଜାଣନ୍ତୁ କାରଣ

କେନ୍ଦୁଝର: ବେକରେ ଲୁହା ଶିକୁଳି । ସେଥିରେ ଝୁଲୁଛି ତାଲା। ତେବେ କିଏ ଏହି ଝିଅ? କାହିଁକି ତାର ବେକରେ ଏଭଳି ଲୁହାର ଶିକୁଳି ପଡିଛି ଜାଣିଲେ ଆପଣ ବି ହାତବାକ ହୋଇ ପଦବେ। ବେକରେ ଲୁହ ଶିକୁଳି ପଡିଥିବା ଏହି ନାବାଳିକା ଝିଅ ହେଉଛନ୍ତି କେନ୍ଦୁଝର ସଦର ଥାନା ବରଦାପାଳ ଗାଁର ଜାମଦା ମାଝିଙ୍କ ଝିଅ କୁସୁମିତ। ନବମ ଶ୍ରେଣୀରେ ପଢୁଥିବା ଝିଅର ବେକକୁ ଲୁହା ଶିକୁଳିରେ ବାନ୍ଧି ତାଲା ପକାଇ ଘରେ ରଖିଛନ୍ତି ବାପା […]

Continue Reading

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ୬ଟି ସ୍ଥାନରେ ଚଢ଼ାଉ ଜାରି

ଗଜପତି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ନାଗେଶ୍ୱର ସେନାପତିଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ପାରଳାଖେମୁଣ୍ଡି ଜଗନ୍ନାଥ ବିହାର ତୃତୀୟ ଗଳିରେ ଥିବା ବାସଭବନ, ଗଜପତି ଜିଲ୍ଲାର କାଶୀନଗର ମିନିଗାମରେ ଥିବା ଗୋଟିଏ ଇଟା ଫ୍ୟାକ୍ଟ୍ରିରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ବ୍ରହ୍ମପୁର ସିଦ୍ଧି ବିନାୟକ ମନ୍ଦିର ନିକଟ ନିୟତି ବିହାର ଟାୱାରରେ ରହୁଥିବା […]

Continue Reading

ଓଲଟି ପଡିଲା ଯାତ୍ରୀବାହୀ ବସ୍ ପ୍ରିନ୍ସ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମହାକାଳପଡା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ କୁମାରୁଣି ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‍ ପ୍ରିନ୍ସ । ଅଳ୍ପକେ ବର୍ତ୍ତିଯାଇଛନ୍ତି ୪୬ ଯାତ୍ରୀ । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନାନୁସାରେ, ପ୍ରିନ୍ସ ନାମକ ଏକ ଘରୋଇ ବସ୍ କଟକ ଅଭିମୁଖେ ଯାଉଥିବା ବେଳେ କୁମାରୁଣି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ ଥିବା ସମସ୍ତ ୪୬ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବସ୍ ଓଲଟିବା ଖବର […]

Continue Reading

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଗୁରୁତର, କାରଣ ଅସ୍ପଷ୍ଟ

ସୁନ୍ଦରଗଡ଼: ବାଇକରେ ଆସି ଗୁଳିମାଡ଼ କଲେ ଦୁର୍ବୃତ୍ତ । ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଏହି ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ଗହଣା ଦୋକନୀ ପୁଅଙ୍କ ସମେତ ୨ଜଣ ଗୁରୁତର ହୋଇଛନ୍ତି । ବାଇକରେ ତିନି ଜଣ ଦୁର୍ବୃତ୍ତ ଆସି ସେମାନଙ୍କ ଉପରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ଘଟଣାସ୍ଥଳରୁ ମାରିଥିଲେ ଚମ୍ପଟ । ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ […]

Continue Reading