ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଶ୍ରୀକ୍ଷେତ୍ରରେ ପୁଣି ଉଚ୍ଛେଦ କାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ପାଇଁ ପୁରୀରେ ପୁଣି ଥରେ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ । ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଥିବା ରାଧାବଲ୍ଲଭ ମଠର କିଛି ଅଂଶକୁ ଉଚ୍ଛେଦ କରୁଛି ପ୍ରଶାସନ । ୭୫ ମିଟର ଶ୍ରୀଜଗନ୍ନାଥ କରିଡର ଭିତରେ ଆସୁଥିବା ରାଧାବଲ୍ଲଭ ମଠରେ ଉଚ୍ଛେଦ କରାଯାଉଛି ।  ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଚାଲିଛି ଉଚ୍ଛେଦ କାର୍ଯ୍ୟ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ରାଧାବଲ୍ଲଭ […]

Continue Reading

ଯୁବକଙ୍କୁ ପିଟି ପିଟି ମାରିଦେଲେ ! ଗାଁ ଦାଣ୍ଡରେ ପଡ଼ିଛି ମୃତଦେହ

ବ୍ରହ୍ମପୁର: ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ । ମୃତଦେହ ନିକଟରେ ପଡ଼ିଛି ଇଟା ଓ କାଠ ଫାଳିଆ । ଫଳରେ ହତ୍ୟା ସନ୍ଦେହ କରାଯାଉଛି । ଗାଁ ଦାଣ୍ଡରେ ପଡିଛି ମୃତଦେହ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ହୁମ୍ମା ଗାଁରେ ଘଟିଛି ଏହି ଅଭାବନୀ ଘଟଣା । ମୃତକ ହେଲେ ବଡ଼ସାହିର ଦଣ୍ଡପାଣି ବିଶ୍ୱାଳ । ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଶୌଚ ପାଇଁ ଯାଇଥିଲେ ଦଣ୍ଡପାଣି । ତାପରେ ଆଉ ଘରକୁ ଫେରି […]

Continue Reading

ଆଜି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବାହାଘର; ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର: ଓଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବାହାଘର ହେବାକୁ ଯାଉଛି। ଓଡ଼ିଆ ସିନେମା ଜଗତର ଦୁଇ ସୁପରହିଟ ଯୋଡ଼ି ସୋମବାର ଦିନ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।  ଦୁହିଁଙ୍କ ବିବାହକୁ ନେଇ ତାଙ୍କ ଫ୍ୟାନ୍ ମାନେ ଖୁସି ବ୍ୟକ୍ତ କରୁଥିବା ବେଳେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏନେଇ ସୋସିଆଲ ମିଡିଆରେ ସବ୍ୟସାଚୀ ସୂଚନା ଦେଇଛନ୍ତି। […]

Continue Reading

ଆଜିଠୁ ସକାଳୁଆ ସ୍କୁଲ, ଦିନ ୧ଟା ଯାଏ କ୍ଲାସ୍

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ସକାଳୁଆ ପାଠପଢା । ରାଜ୍ୟକେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏହାସହ ସ୍କୁଲରେ ପାଠପଢା ସମୟକୁ ପରିବର୍ତ୍ତନ କରାଯାଇଛି । ସକାଳ ୭ଟାରୁ ଆରମ୍ଭ ହୋଇ ୧ଟା ଯାଏ ଚାଲିବ ପାଠପଢ଼ା । ୭ଟାରୁ ୯ଟା ଯାଏ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ଚାଲିବ । ସେହିପରି ୯ଟାରୁ ୧ଟା ଯାଏ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା […]

Continue Reading

ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ଅନଲାଇନରେ ହେବ ସାଇ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଓ ସାଇ ଇଣ୍ଟନ୍ୟାସନାଲ ଆବାସିକ ସ୍କୁଲ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।ଆସନ୍ତା ମାର୍ଚ୍ଚ ୬ ଓ ଏପ୍ରିଲ ୨ ତାରିଖରେ ଏହି ଅନଲାଇନ ପରୀକ୍ଷା ହେବ । ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ପାଇଁ ଷଷ୍ଠରୁ ନବମ, ଓ ଏକାଦଶ ଶ୍ରେଣୀର ବିଜ୍ଞାନ, ବାଣିଜ୍ୟ, ହ୍ୟୁମାନିଟିଜ୍ ପାଇଁ ପ୍ରବେଶିକା ପରୀକ୍ଷା ହେବ । ସେହିପରି ସାଇ ଇଣ୍ଟର ନ୍ୟାସନାଲ ଆବାସିକ ସ୍କୁଲ ପାଇଁ ଚତୁର୍ଥରୁ […]

Continue Reading

ସାରୁଅରେ ଭୟାବହ ଅଗ୍ନିକାଣ୍ଡ; ଗୋଟିଏ ପରିବାର ସର୍ବସ୍ୱନ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସାରୁଅ ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁର ଆଁରେ ସବୁ କିଛି ଜଳିଯାଇ ଗୋଟିଏ ପରିବାର ସର୍ବସ୍ୱନ୍ତ। ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଅଞ୍ଚଳର ସାରୁଆ ଗାଁରେ ମଙ୍ଗୁଳି ସାହୁଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । କିଛି ବୁଝିବା ଆଗରୁ ନିଆଁ ର ଆଁ ରେ ସବୁକିଛି ପୋଡି ପାଉଁଶ ହୋଇ ଯାଇଥିଲା। ମଙ୍ଗୁଳି ସାହୁଙ୍କ ୨ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ସେପଟେ […]

Continue Reading

ଆରମ୍ଭରୁ ଏତେ ତାତି; ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ୱର: ଲଗାତାର କିଛି ଦିନ ଧରି ରାଜଧାନୀ ଭୁବନେଶ୍ବର ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କଲାଣି। ଖରାର ପ୍ରଖରତା ଅତିଷ୍ଠ କରୁଥିବା ବେଳେ ଏବେଠୁ ଝାଞ୍ଜି ପବନ ବହିବା ଆରମ୍ଭ ହୋଇଗଲାଣି। ବେଶ୍ କିଛି ଦିନ ହେଲା ରାଜଧାନୀର ସର୍ବାଧିକ ତାପମାତ୍ରା ବଢ଼ି ଚାଲିଛି ଓ ସର୍ବନିମ୍ନ ତାପମାତ୍ରା ସ୍ଥିର ରହିଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଦେଇଥିବା ସୂଚନାନୁସାରେ, ଚଳିତବର୍ଷ ଗ୍ରୀଷ୍ମପ୍ରବାହ ଶୀଘ୍ର ଆରମ୍ଭ ହୋଇଯାଇଛି। ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ବଢ଼ିବାରେ […]

Continue Reading

କଡାକଡି ହେଲାଣି କଟକଣା; କୋଭିଡ ନିୟମ ଉଲଙ୍ଘନ କରି ସିଲ ହେଲା ୫ ଟି ଦୋକାନ

ବାରିପଦା: ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର କଡାକଡି ନିୟମ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । କିଛିଦିନ ଧରି କଟକଣା ସାମାନ୍ୟ କୋହଳ ହୋଇ ଯାଇଥିବା ବେଳେ ପୁଣିଥରେ ଏହାକୁ ନେଇ ଧରପଗଡ଼ ଆରମ୍ଭ ହୋଇ ଯାଇଛି। ସୂଚନାନୁସାରେ, କୋଭିଡ ନିୟମ ଉଲଂଘନ ଅଭିଯୋଗରେ ବାରିପଦା ଟାଉନରେ ୫ଟି ଦୋକାନ ସିଲ କରାଯାଇଛି । ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଏହି ଦୋକାନ ସିଲ କରାଯାଇଛି । ଗତକାଲି […]

Continue Reading

ଝରାଫୁଲ ମୃତ୍ୟୁ ଘଟଣାକୁ ପୁରିଲା ୧ ମାସ; ଏବେବି ସତ ଉପରୁ ଉଠିନି ପରଦା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୧ ମାସ ବିତିଛି। ଇତିମଧ୍ୟରେ ତାଙ୍କ ପ୍ରେମିକ ରାକେଶ ସ୍ବାଇଁ ଗିରଫ ହୋଇଥିଲେ ମଧ୍ୟ ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପର୍ଦ୍ଦା ହଟାଇ ନାହିଁ ପୋଲିସ। ଘଟଣାସ୍ଥଳ ପାଖରେ ଥିବା ଗୋଟିଏ ଇଟା ଭାଟିରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି କୁଆଖିଆ ପୋଲିସ୍‌ ତଦନ୍ତ କରିଥିଲା। ଏହାପରେ ଝରାଫୁଲଙ୍କ ବାପା ରାକେଶ ନାମକ ଯୁବକର ସଂପୃକ୍ତି ନେଇ ଇସାରା […]

Continue Reading

ରାଜ୍ୟରେ ବଢୁଛି ତାପମାତ୍ରା, ଭୁବନେଶ୍ୱର ସବୁଠୁ ଅଧିକ ଉତ୍ତପ୍ତ ସହର

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଗୁରୁବାର ଦିନ ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ଭାବେ ରେକର୍ଡ କରିଥିଲା।ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଅନୁଯାୟୀ ଆସନ୍ତା ଚାରିରୁ ପାଞ୍ଚ ଦିନ ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ସେହିଭଳି ରାଜ୍ୟର ଅଧିକାଂଶ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ, ଯାହା ଫେବୃଆରୀ ମାସରେ ସ୍ୱାଭାବିକଠାରୁ ଅଧିକ। ତେବେ ରାତିର ତାପମାତ୍ରା ବୃଦ୍ଧି ପାଇବ ନାହିଁ ବୋଲି […]

Continue Reading