ବୈଷୟିକ ପାଠ୍ୟକ୍ରମରେ ସିଲାବସ ହ୍ରାସ ହେବନି: ମନ୍ତ୍ରୀ

ଭୁବନେଶ୍ୱର: ବୈଷୟିକ ପାଠ୍ୟକ୍ରମର ସିଲାବସ୍ ହ୍ରାସ କରିବାକୁ ଓଡିଶା ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି। ରାଜ୍ୟ ବିଧାନସଭାରେ ବିଜେଡି ସଦସ୍ୟ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ସମସ୍ତ ବୈଷୟିକ ଅନୁଷ୍ଠାନ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଅନଲାଇନରେ ପରୀକ୍ଷା ହେବା ପରେ ଶେଷ […]

Continue Reading

୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ମାମଲା: ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ୨୨ବର୍ଷ ତଳର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ବଡ଼ ସଫଳତା । ୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ । ଘଟଣାର ୨୨ବର୍ଷ ପରେ ତାକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ । ତାକୁ ମହାରାଷ୍ଟ୍ରର ପୁନେ ଅଞ୍ଚଳରୁ ଗିରଫ କରାଯାଇଛି । ନାଁ ବଦଳାଇ ପୁଣେରେ ରହୁଥିଲା ବିବନ । ଜଳନ୍ଧର ସ୍ୱାଇଁ ନାମରେ […]

Continue Reading

ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାକୁ ମିଛ କହିଲେ ଏସଡିପିଓ

ମାଲକାନଗିରି : ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ଆଜି ମୁହଁ ଖୋଲିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ୍ । ସେ କହିଛନ୍ତି ଏହି ଘଟଣାରେ ପ୍ରାଥମିକ ତଦନ୍ତ କରାଯାଇଛି । ଆଉ ଏହି ଅଭିଯୋଗ ଅମୂଳକ ବୋଲି ଜଣାପଡିଛି । ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଉଲ୍ଲଂଘନ ହୋଇନାହିଁ । ନାବାଳକମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି । ଘଟଣାଟି ସମ୍ବେଦନ ଶୀଳ ହୋଇଥିବାରୁ ଏହାର ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଉଛି ।ଚୋର ସନ୍ଦେହରେ ୪ […]

Continue Reading

ଭୁବନେଶ୍ୱରରୁ ୧୮୫ ଗ୍ରାମର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ୧୮୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ ।ଏହି ମାମଲାରେ ସମ୍ପୃକ୍ତି ନେଇ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ଜଣାପଡିନାହିଁ।ସୂଚନା ଅନୁଯାୟୀ, ଭୁବନେଶ୍ୱରର ପଳାଶୁଣି ଅଞ୍ଚଳରେ ଚଢ଼ାଉ କରି ଏତେ ପରିମାଣର ଧଳା ଜହର ଜବତ କରିଛି ଅବକାରୀ ବିଭାଗ ।

Continue Reading

ଆଜି ବିଧାୟକ ଦଳ ବ‌ୈଠକ, କରିବ‌େ ରଣନୀତି ପ୍ରସ୍ତୁତ

ଭୁବନେଶ୍ବର: ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନ ଆସନ୍ତା୧୮ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ବୁଧବାର ଦିନ ବିଜେଡି, କଂଗ୍ରେସ୍ ଓ ବିଜେପି ଦଳର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ନେଇ ବିଧାନସଭା ସଚିବ ସୂଚନା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ୫ଟା ୩୦ମି.ରେ ‌ବୈଠକ ବସିବାକୁ ଥିବା ବେଳେ ବିରୋଧି ଦଳ ଉପନେତା […]

Continue Reading

ବରଗଡରେ ଓଲଟିଲା ବରଯାତ୍ରୀ ଗାଡି, ୨ ମୃତ, ୭ ଆହତ

ବରଗଡ଼: ବିଜେପୁର ସର୍ନାପାଲି ବ୍ରିଜରୁ ଖସିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋ । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ଗୋବିନ୍ଦପାଲି ଅଞ୍ଚଳରୁ ବିଜେପୁର ମାରପଡ଼ାକୁ ବରଯାତ୍ରୀମାନେ ବାହାଘରରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଅଟୋଟି ସ୍ୱର୍ଣ୍ଣ ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କର […]

Continue Reading

‘ବନକଲାଗି ନୀତି’ ପାଇଁ ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ବୁଧବାର ଦିନ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆଜି ଅପରାହ୍ନ ୪ଟା ରୁ ରାତି ୮ଟା ପର୍ଯ୍ୟନ୍ତ ଚାରିଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ ।ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ […]

Continue Reading

ମହିଳା ଓ ଶିଶୁଙ୍କ ପାଇଁ ‘ଶ୍ରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ମହିଳା ଓ ଶିଶୁଙ୍କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ “ଶ୍ରୀ ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ସରସ୍ୱତୀ ପୂଜା ଅବସରରେ ଚନ୍ଦ୍ରଶେଖରପୁରର ପାଣିଟାଙ୍କି ବସ୍ତିରୁ ଏହାକୁ ଆରମ୍ଭ କରାଯାଇଛି । ବସ୍ତି ଗୁଡିକରେ ବାସ କରୁଥିବା ଛୋଟ ଛୋଟ ପିଲାଙ୍କୁ ନେଇ ସ୍ୱାସ୍ଥ୍ୟ, ଶିକ୍ଷା ଓ ନିରାପତ୍ତା ଉପରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଛି । ଏନେଇ ଆୟୋଜିତ […]

Continue Reading

ଆଦିବାସୀଙ୍କ ନିଆରା ‘ମାଗେ ପରବ’

ଯାଜପୁର: ଚାଲିଛି ଖୁସିମଜା। ଝୁମୁଛନ୍ତି ଲୋକେ। ପାରମ୍ପରିକ ବିଦ୍ୟାର ତାଳେତାଳେ ନାଚୁଛନ୍ତି ପିଲାରୁ ବୁଢା। ପ୍ରତ୍ୟେକ ବର୍ଷ ମାଘ ମାସ ଆସିଲେ ଚଳଚଞ୍ଚଳ ହୋଇ ଉଠେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ପୁରୁଣାପାଣି ଅଞ୍ଚଳ। ବେଶ ଧୁମଧାମରେ ପାଳନ କରାଯାଏ ମାଗେ ପରବ୍। ଏଠାରେ ବସବାସ କରୁଥିବା ଆଦିବାସୀଙ୍କ ମୁଖ୍ୟ ପର୍ବ ହେଉଛି ଏହି ମାଗେ ପରବ୍। ୪ ଦିନ ଧରି ଏହା ପାଳନ କରାଯାଇଥାଏ। ପ୍ରଥମ ଦିନରେ ଗୁରିଃ ପରବ୍ (ଗୁହାଳ ପୂଜା), ୨ୟ ଦିନରେ […]

Continue Reading

ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ପୂର୍ବରୁ ଶତାଧିକ ବିଜେପି କର୍ମୀ ଅଟକ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ ପୂର୍ବରୁ ମଙ୍ଗଳବାର ଦିନ ବିରୋଧ ପ୍ରଦର୍ଶନ ପାଇଁ ଯୋଜନା କରୁଥିବା ଶତାଧିକ ବିଜେପି ସମର୍ଥକଙ୍କୁ ପୋଲିସ ଅଟକ ରଖିଛି। ସୂଚନା ଅନୁଯାୟୀ, ସେକ୍ଟର-୮ ସ୍ଥିତ ଜୁବୁଲି ପାର୍କ ନିକଟରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ଲାଗି ଏକତ୍ରିତ ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା। ତେବେ ଇସ୍ପାତ ସିଟି ରାଉରକେଲାରେ ଆଜି ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ […]

Continue Reading